କଳାହାଣ୍ଡି

ବନ୍ୟାଞ୍ଚଳ ପରିଦର୍ଶନ କଲେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର ସଭାପତି

କେଶିଙ୍ଗା, ୨୭।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ବ୍ଲକର ୫ ପଞ୍ଚାୟତ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର ସଭାପତି ବିଜୟ କୁମାର ନାଏକ, କଳାହାଣ୍ଡି ଜିଲା ପ୍ରକଳ୍ପ ଅଧିକାରୀ, କେଶିଙ୍ଗା ବିଡିଓ ଭୀମସେନ…

ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ରାତିରେ ତ୍ରିରଙ୍ଗା ଉଡିବା ଘଟଣା

ଜୁନାଗଡ,୨୭।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଉକ୍ତ ଘଟଣାରେ ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଅନ୍ତର୍ଲା ଗ୍ରାମବାସୀ କଳାହାଣ୍ଡି ଜିଲାପାଳଙ୍କ…

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ, କଚେରୀ, ସରକାରଙ୍କ ସମସ୍ତ ଅଫିସ ବନ୍ଦ

ଭବାନୀପାଟଣା,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ଜିଲା ଓକିଲ ସଂଘ ଆହ୍ବାନକ୍ରମେ ସୋମବାର ଭବାନୀପାଟଣାରେ ସମସ୍ତ କୋର୍ଟ, କଚେରୀ, ତହସିଲ ସମେତ ସମସ୍ତ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ ୧୨ ଘଣ୍ଟିଆ ବନ୍ଦ ରହିଛି । ସେହିପରି…

ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବି: ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଦାବିପତ୍ର

ଜୁନାଗଡ,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ସୋମବାର ଜୁନାଗଡ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କ ଜରିଆରେ ଜିଲା ଉପକୃଷି ନିର୍ଦ୍ଦେଶକଙ୍କୁ ଏକ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜୁନାଗଡ ବ୍ଲକରେ ୩୪ଟି ପଞ୍ଚାୟତରେ ବାସ କରୁଥିବା…

ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ଧର୍ମଗଡ଼,୨୬।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନ ଜଜ୍‌ ଶିଶିର କୁମାର ରଥ ଯୋଗଦେଇ…

ଆଦିବାସୀ ମନ୍ତ୍ରୀଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ; ଉଦ୍‌ଘାଟନୀ ସମାରୋହରେ ଯୋଗଦେଲେ

ଲାଞ୍ଜିଗଡ଼, ୨୬।୮ (ଡି.ଏନ.ଏ.) ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଉଦ୍‌ଘାଟନୀ ସମାରୋହରେ ଯୋଗଦେଇଛନ୍ତି । ମନ୍ତ୍ରୀ ରବିବାର ଭବାନୀପାଟଣା ଦେଇ କାଉଗୁଡାସ୍ଥିତ ବିଭାଗୀୟ…

ଟାଏକୋଣ୍ଡୋ ବେଲ୍ଟ ପରୀକ୍ଷା; ୧୨୦ ପ୍ରତିଯୋଗୀ ଭାଗ ନେଲେ

ଜୁନାଗଡ,୨୬।୮ (ସ୍ବ.ପ୍ର.) କଳାହାଣ୍ଡି ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲା ଟାଏକୋଣ୍ଡୋ ତାଲିମ କେନ୍ଦ୍ର ଜୁନାଗଡଠାରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେ.କେ. ଡ୍ୟାନ୍ସ ସ୍କୁଲ ସିବାମ୍ବିକା ନନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଜୁନାଗଡ କଳା…

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ:କବିଙ୍କ ଆଦର୍ଶ, ନୀତି ଓ ଜୀବନୀ ଉପରେ ଆଲୋଚନା

କେସିଙ୍ଗା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସ୍ଥାନୀୟ ବିଦ୍ୟାପୀଠ ପରିସରରେ ରବିବାର ଅପରାହ୍ନ ୪ଟାରେ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିଶଙ୍କର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସ୍ବଭାବ କବି…

ଗୁଜୁରାଟରେ ଦାଦନ ଶ୍ରମିକ ବନ୍ଧା:ଉଦ୍ଧାର ପାଇଁ ପରିବାରବର୍ଗଙ୍କ ଜିଲାପାଳଙ୍କୁ ଫେରାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମତୁଆଲାଗୁଡା ଗାଁର ୭ ଜଣ ଶ୍ରମିକଙ୍କୁ ସେହି ଗ୍ରାମର ଜଣେ ଦଲାଲ ମୋଟା ଅର୍ଥର ପ୍ରଲୋଭନ ଦେଖାଇ ଗୁଜୁରାଟ ନେଇଯାଇଥିଲା । ସେଠାରେ ସମ୍ପୃକ୍ତ ଠିକା ସଂସ୍ଥା ଏହି ଦାଦନ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ…

କୃଷି ବିଭାଗ ପକ୍ଷରୁ ସଚେତନତା ଶିବିର

କେସିଙ୍ଗା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ଆତ୍ମା ଆନୁକୂଲ୍ୟରେ କୃଷକ ସାଥି ଓ ଆତ୍ମାସଭ୍ୟମାନଙ୍କ ଏକ ସଚେତନତା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୃଷି ବିଭାଗ, ପ୍ରାଣୀ ବିଭାଗ, ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନାଗୁଡିକୁ…

ନକଲି ଶିକ୍ଷକଙ୍କୁ ଝଟକା : ୧ ମାସ ଭିତରେ ଦାଖଲ କରିବାକୁ ପଡ଼ିବ ଜାତିଗତ ପ୍ରମାଣପତ୍ର

କର୍ଲାମୁଣ୍ଡା,୨୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ନକଲି ଶିକ୍ଷକ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଜୁଲାଇ ମାସରେ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ପୁଣି ଜାତିଗତ ପ୍ରମାଣପତ୍ର ଓ ମାଇଗ୍ରେସନ ସାର୍ଟିଫିକେଟ ଯାଞ୍ଚ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଫଳରେ…

ଜୁନାଗଡ଼ରୁ ଭୁବନେଶ୍ୱରକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ: ଅରୁଣ ଜେଟଲୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ ଉତ୍ସବ

ଜୁନାଗଡ଼,୨୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ଼ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ ଟ୍ରେନ(ନଂ.୧୮୪୩୭-୧୮୪୩୮) ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ନ ୩ଟାରେ ରେଲଓ୍ବେ ପକ୍ଷରୁ ଜୁନାଗଡ଼ ରୋଡ୍‌ ଷ୍ଟେଶନ ପରିସରରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?