ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ
କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା ସମୟରେ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା କେସିଙ୍ଗା ବ୍ଲକ ବିଆରସିସି…
୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର
କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ ଧରି ଏଠାରେ ରହୁଥିଲେ ମଧ୍ୟ ସେମାନଙ୍କୁ ପାନୀୟଜଳ, ବିଦ୍ୟୁତ, ଆବାସ ଯୋଜନା, ରାସ୍ତା…
୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା
କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ ବିଦ୍ୟାପୀଠର ସ୍କୁଲ ପରିଚାଳନା କମିଟି ଓ ଶିକ୍ଷୟିତ୍ରୀଶିକ୍ଷକମାନେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର…
ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ
ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮.୦୨ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି।…
ଅମାଠ ବେହେରା ରାଇସ ମିଲ ସିଲ୍: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ
କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ ଏବଂ କେସିଙ୍ଗା ତହସିଲଦାରଙ୍କ ଉପସ୍ଥିତରେ ସିଲ କରାଯାଇଛି। ରବି ଋତୁରେ ଚାଷୀଙ୍କ ବିଭିନ୍ନ…
ଜାତୀୟ ରାଜପଥରୁ ମିଳିଲା ଅଚିହ୍ନା ମୃତଶରୀର: ବଢୁଛି ସନ୍ଦେହ
କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ମଙ୍ଗଳବାର ପଡ଼ିଥିବାର ଦେଖାଯାଇଛି। ମୃତଶରୀର ବିଷୟରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳଙ୍କୁ ପଚାରିବାରୁ ପ୍ରାଥମିକ…
ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ
ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନବୀନ ମାଝୀ (୪୦), ସନ୍ତୋଷ ମାଝୀ…
ଧାନ ମଣ୍ଡି ନିକଟରୁ ମିଳିଲା ରକ୍ତାକ୍ତ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କୋକସରା,୨୯ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ଗ୍ରାମ ଧାନ ମଣ୍ଡି ନିକଟରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଡାଲଗୁମା ଗାଁର ଶୁକଦେବ ଧରୁଆ(୫୫)। ସୂଚନା ଅନୁଯାୟୀ, ଶୁକଦେବ ଗାଁ…
ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ
ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ…
ବାଇକକୁ ପିଟିଲା ୩୦ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ୟାନ, ଜଣେ ମୃତ
କେସିଙ୍ଗା,୨୯।୬(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା ଗ୍ରାମରୁ କୋକୋଡମାଲକୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ପାର୍ଶ୍ଵରେ ଅବସ୍ଥିତ ମେର୍ଶି ଇଂରାଜୀ ବିଦ୍ୟାଳୟ ସମ୍ମୁଖରେ ଏକ ଦୁର୍ଘଟଣା ହୋଇଛି । ସୋମବାର ସ୍କୁଲ ଛୁଟି ହେବା ପରେ…
ଧରିତ୍ରୀର ମହାପ୍ରଭାବ: ତୁମୋନିଖୋଲ ଗ୍ରାମରେ ପହଞ୍ଚିଲା ବ୍ଲକ ପ୍ରଶାସନ, ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ତ୍ବରିତ ପଦକ୍ଷେପ
ଥୁଆମୂଳ ରାମପୁର,୨୮।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ଗ୍ରାମପଞ୍ଚାୟତର ଉପାନ୍ତ ତୁମୋନିଖୋଲ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ‘ଧରିତ୍ରୀ’ ଖବରକାଗଜରେ ଲଗାତାର ଖବର ପ୍ରକାଶ ପାଇଥିଲା । ଏହାପରେ ବ୍ଲକ୍ ପ୍ରଶାସନର ତତ୍ପରତା ଦେଖାଯାଇଛି…
ରାଷ୍ଟ୍ରୀୟ ଗୌରବ ସମ୍ମାନ ପାଇଲେ ଗୁରୁ ଧ୍ୟାନାନନ୍ଦ ପଣ୍ଡା, ଅଞ୍ଚଳରେ ଖୁସିର ଲହରୀ
ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମହାବୀର ପଡା ସ୍ଥିତ ଗୁରୁ ଧ୍ୟାନାନନ୍ଦ ପଣ୍ଡା ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଠାରେ ଶୁକ୍ରବାର ଆମ୍ବେଦକର ଗ୍ଲୋବାଲ ଫାଉଣ୍ଡେସନ ଓ ଭାରତୀୟ…

