କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା ପ୍ରଭାବିତ ହେଉଛି । ଟାଟା ପାୱାର ରାତିସାରା ବିଦ୍ୟୁତ କାଟ କଲେ ଜିଓ ନେଟୱାର୍କ ରାତିସାରା ଚାଲୁନଥିବା ଦେଖା ଯାଉଛି । ଉତ୍ତମ ଟେଲିକମ ସେବା ଯୋଗାଇଦେଉଥିବା ଜିଓ ଡିଣ୍ଡିମ ପିଟୁଥିବା ବେଳେ ପ୍ରାୟ ଦୁଇମାସ ହେଲା ଟାଟା ପାୱାର ଯେତେବେଳେ ବିଦ୍ୟୁତ କାଟ କରିବ ଦିନ ହେଉ କି ରାତି ଜିଓ ଆଉ ଚାଲୁନାହିଁ । ବର୍ତ୍ତମାନ ସିରଜାପାଲି ଜିଓ ଟାୱାର ଅଧୀନରେ ଥିବା ପ୍ରାୟ ୫ ଟି ଗ୍ରାମର ହିତାଧିକାରୀ ଜିଓ ସିମ ବ୍ୟବହାର କରୁଥୁବାରୁ କୌଣସି ଆମ୍ବୁଲାନ୍ସ କିମ୍ବା କୌଣସି ଆପାତ୍ତ କାଳୀନ ସେବାରେ କାହା ସହିତ ଯୋଗାଯୋଗ କରିପାରୁନାହାନ୍ତି । ଜିଓ ଟାୱାର ତଳେ ଦୁଇଟି ବଡ ଜେନେରେଟର ଥିବା ସତ୍ତ୍ୱେ ତାହା ୨ ମାସ ହେଲା କାମ କରୁନାହିଁ ତେଣୁ ଲୋକଙ୍କ ଜିଓ ପ୍ରତି ଆଗ୍ରହ କମି ଯାଉଛି । ଅନେକ ଗ୍ରାହକ ଜିଓ ସିମକୁ ଅନ୍ୟ ସେବା ପାଇଁ ବଦଳାଇବା ଆରମ୍ଭ କରିଦେଇଥିବା ଜଣା ପଡିଛି । ଯଦି ଜିଓ ତାର ନେଟୱର୍କ ସେବା ଠିକ ନ କରେ ତାହେଲେ ଜିଓ ସିମକୁ ପୋର୍ଟ କରି ଅନ୍ୟ ଟେଲିକମ ସେବା ବ୍ୟବହାର କରିବାକୁ ଅଂଚଳବାସୀ ଅଭିଯୋଗ କରିଥିବା ସହ ଟାଟା ପାୱାରର ମନମୁଖୀ ବିଦ୍ୟୁତ କାଟକୁ ମଧ୍ୟ ଲୋକେ ବିରୋଧ କରିଛନ୍ତି । ରାତିରେ ବିଦ୍ୟୁତ ଗଲେ ଆଉ ଆସୁନାହିଁ କି କୌଣସି ଅଧିକାରୀ ଶୁଣୁ ନାହାନ୍ତି, ବର୍ଷା ଦିନ ମଶା ମାଛି, ସାପ ଏବଂ ବିଭିନ୍ନ ବିଷଧର ଜୀବଜନ୍ତୁର ପ୍ରକୋପ ଅଧିକ ଥିବା ବେଳେ ଟାଟା ପାୱାରର କେନ୍ଦୁବାହାଳୀ ଫିଡ଼ରରୁ ବାରମ୍ବାର ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରି ସାରିଲାଣି । ଏଭଳି ବିଦ୍ୟୁତ କାଟ ହେବାରୁ ଲୋକଙ୍କ ଜୀବନ ଯାପନ ପ୍ରକ୍ରିୟାରେ ବାଧା ହେଉଥୁବାରୁ କେନ୍ଦୁବାହାଳୀ ଗ୍ରୀଡ଼ ଘେରାଉ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ…

ସମ୍ମାନିତ ହେଲେ ଓଡ଼ିଆ ପୁଅ ଯୁବ କବି ସୁନୀଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri