ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି ଆଜି ବି ଦୁର୍ଗମ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ଅଭାବ ଯୋଗୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗୋପୀନାଥପୁର ଗ୍ରାମପଞ୍ଚାୟତ ପେର୍ଗୁନିପଡ଼ା ଗ୍ରାମର ଆଦିବାସୀ ପଡ଼ାର ଲଳିତ ମାଝୀଙ୍କ ସ୍ତ୍ରୀ ଅମିତାଙ୍କୁ ରବିବାର ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଓ ୧୦୨ ଜନନୀ ଏକ୍ସପ୍ରେସକୁ ଯୋଗାଯୋଗ କରିଥିଲେ ହେଲେ ଗାଡ଼ି ମିଳି ନ ଥିଲା। ବାଧ୍ୟହୋଇ ପରିବାର ଲୋକେ ଉତ୍କଳ ଆଲୁମିନା କମ୍ପାନୀର ସିଏସ୍‌ଆର ଆମ୍ବୁଲାନ୍ସକୁ ଡାକିଥିଲେ। ଆଦିବାସୀ ପଡ଼ାକୁ ଯାଇଥିବା ପ୍ରାୟ ୧ କିଲୋମିଟରରୁ ଊର୍ଦ୍ଧ୍ୱ ଘାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରି ନ ଥିଲା। ରାସ୍ତାରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଗୋଡ଼ି-ମେଟାଲ ପଡ଼ିରହିଥିବା ବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଆମ୍ବୁଲାନ୍ସଟି ହରିଜନପଡ଼ା ନିକଟରେ ଦୀର୍ଘ ଏକ ଘଣ୍ଟା ଅଟକି ରହିଥିଲା। ପରିବାର ଲୋକେ ବାଧ୍ୟହୋଇ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆଦିବାସୀ ପଡ଼ାରୁ ହରିଜନ ପଡ଼ା ପର୍ଯ୍ୟନ୍ତ ୧ କିଲୋମିଟର ଆଣିବା ପରେ, ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି।

ଏନେଇ ଆଶା କର୍ମୀ ସତ୍ୟବତୀ ନାଏକ, ଗର୍ଭବତୀଙ୍କ ସ୍ବାମୀ ଲଳିତ ମାଝୀ, ସ୍ଥାନୀୟ ଗ୍ରାମବାସୀ ଜଗଦୀଶ ନାଏକ ଓ ଆମ୍ବୁଲାନ୍ସ ଚାଳକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଅଞ୍ଚଳରେ ଯୋଗାଯୋଗ ସମସ୍ୟା ଦୀର୍ଘ ଦିନର। ବାଫ୍ଲାମାଳିରେ ଖଣି ଖନନ କରୁଥିବା ଉତ୍କଳ ଆଲୁମିନା କମ୍ପାନୀ କିମ୍ବା ସ୍ଥାନୀୟ ପ୍ରଶାସନ କେହି ବି ରାସ୍ତା ନିର୍ମାଣ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଡିଏମ୍‌ଏଫ୍‌ ମାଧ୍ୟମରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା କାମ ଚାଲିଥିଲେ ବି ଘାଟି କାଟାଯାଇ ନାହିଁ, ଯାହାଫଳରେ ବଡ଼ ଗାଡ଼ି ଯିବା ଆସିବା କରିପାରୁନାହିଁ। ଆଜି ବି ଖଣି ପ୍ରଭାବିତ ଅନେକ ଗାଁକୁ ପକ୍କା ରାସ୍ତା ନାହିଁ। ମାତ୍ର ୧ କିଲୋମିଟର ପାଇଁ ଯଦି ଖଟିଆରେ ରୋଗୀ ବୋହିବାକୁ ପଡ଼ୁଛି, ତେବେ ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ର କ’ଣ ହୋଇଥିବ ବୋଲି ଲୋକଙ୍କ ଦାବି କରୁଛନ୍ତି। କିଛିଦିନ ତଳେ ଥୁଆମୂଳ ରାମପୁର ସଦର ପଞ୍ଚାୟତର ଘୁଟିଗୁଡ଼ା ଗ୍ରାମରେ କାଦୁଅ ରାସ୍ତା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଜଣେ ମହିଳା ଘରେ ପ୍ରସବ କରିଥିଲେ। ପୁଣିଥରେ ସେହି ଅଭାବନୀୟ ଚିତ୍ର ସାମ୍ନାକୁ ଆସିବା ପରେ ଜିଲାର ସ୍ବାସ୍ଥ୍ୟସେବା ଓ ପ୍ରଶାସନିକ ପାରିବାପଣିଆ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ତୁରନ୍ତ ସୁଗମ ରାସ୍ତାଘାଟ ନିର୍ମାଣ କରିବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri