କଳାହାଣ୍ଡି

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏଏସ୍‌ଆଇ

କେସିଙ୍ଗା,୨୩।୩(ଡି.ଏନ୍‌.ଏ.): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ । ସେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଅଧିକାରୀ ଭାବେ କାଯର୍‌ୟ କରୁଥିଲେ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଆମପାଣି ଫରେଷ୍ଟରଙ୍କ ନାଁରେ ଶ୍ରମିକଙ୍କ ଅର୍ଥ ଆତ୍ମସାତ ଅଭିଯୋଗ: ତଦନ୍ତ ଲାଗି ପହଞ୍ଚିଲେ ଡେପୁଟି କଞ୍ଜରଭେଟର

କୋକସରା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସ୍‌ଏସ୍‌ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ। ୩ ମାସ ବିତି ଯାଇଥିଲେ ମଧ୍ୟ…

ପ୍ରଚାରର ଶେଷ ଦିନ : କଳାହାଣ୍ଡିରେ ବିଜେଡିର ରୋଡ ଶୋ’

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ୨୪ରେ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଶେଷ ଦିନରେ କଳାହାଣ୍ଡି ଜିଲା କେସିଙ୍ଗାରେ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ଏକ ବାଇକ୍‌ ରୋଡ ଶୋ’ କରାଯାଇଛି। କେସିଙ୍ଗା ଏନ୍‌ ଏ ସିର…

ନିର୍ବାଚନୀ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ

ଜୁନାଗଡ଼,୨୨।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନୂଆବସ୍‌ଷ୍ଟାଣ୍ଡଠାରେ ଭାଜପାର ବିଶାଳ ନିର୍ବାଚନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଜୁନାଗଡ ଏନ୍‌ଏସି ଅଧ୍ୟକ୍ଷ…

ନିର୍ବାଚନ ପ୍ରଚାର ମଇଦାନରେ ଅଭିନେତ୍ରୀ

କେସିଙ୍ଗା,୨୧।୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ୩ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ସୋମବାର ଭାଜପା ଅଧ୍ୟକ୍ଷ ପ୍ରାର୍ଥୀ…

ଡ୍ରୋନ୍‌ରେ ପଠାଗଲା ରୋଗୀଙ୍କ ରକ୍ତ ନମୁନା

କେସିଙ୍ଗା,୨୧।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ବିଦ୍ୟାପୀଠ ଖେଳ ପଡ଼ିଆରୁ ସୋମବାର ୧୫ ଜଣ ରୋଗୀଙ୍କ ରକ୍ତ ନମୁନା ଗ୍ରହଣ କରି ପରୀକ୍ଷା ପାଇଁ ଡ୍ରୋନ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଆଦିବାସୀ ବହୁଳ ଅଞ୍ଚଳରେ ସରକାର ସ୍ବାସ୍ଥ୍ୟ ସେବାକୁ…

ଚାଷ ଜମି ନିଆଁ ବ୍ୟାପିଲା

କୋକସରା,୨୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ରବିବାର ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। କେହି ଜଣେ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଜମିରେ ରହିଥିବା ଶୁଖାଲା ପାଳରେ ନିଆଁ ଲାଗି ଚାରିଆଡେ ବ୍ୟାପି…

କଏଦ ହେଲା ବାଇକ୍‌ ଚୋରିର ଦୃଶ୍ୟ

କୋକସରା,୨୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରେ ବାଇକ୍‌ ଚୋରି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୋକସରା ସହର ୨୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନ ସମ୍ମୁଖରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବାଇକ୍‌…

ହେଭିଓ୍ବେଟ୍‌ ନେତାଙ୍କ ଜୋର୍‌ଦାର ପ୍ରଚାର

କେସିଙ୍ଗା,୨୦ା୩(ଡି.ଏନ୍‌.ଏ.): କେସିଙ୍ଗା ଏନ୍‌ଏସିର ପୌର ନିର୍ବାଚନ ଆଉ ୪ ଦିନ ରହିଲା। ବିଜେଡିର ଅଧ୍ୟକ୍ଷ ପଦବୀରେ ନୃପରାଜ ଯାଦବଙ୍କୁ ଜିତାଇବା ପାଇଁ ରବିବାର ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,ନୂତନ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ…

ନୂଆ ସରପଞ୍ଚ ଆଜିଠୁ ନେଲେ ଦାୟିତ୍ୱ

କେସିଙ୍ଗା,୨୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ପଞ୍ଚାୟତର ନୂତନ ସରପଞ୍ଚ ଅଶୋକ ପୋଢ଼ ପୂର୍ବତନ ସରପଞ୍ଚ ବିଶ୍ବମ୍ବର ମହଲାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଦାୟିତ୍ୱ ଗ୍ରହଣ ସମୟରେ ଅଶୋକ ପୋଢ଼ଙ୍କ ସମର୍ଥଙ୍କ ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଏହି…

ଏମ୍‌ବି ଛାତ୍ର ଅଧ୍ୟକ୍ଷ ପ୍ରାର୍ଥୀ: ପ୍ରଚାର ମଇଦାନରେ ହେଭିଓ୍ବେଟ୍‌

କେସିଙ୍ଗା,୧୮।୩: ପୌର ନିର୍ବାଚନ ପାଇଁ କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୩ ପ୍ରମୁଖ ଦଳ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏମ୍‌ବିଏ ଛାତ୍ର ସଚିନ ଜୈନ ଭାଜପାରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ, ଶିକ୍ଷକ ଗିରଫ

ଭବାନୀପାଟଣା/ଲାଞ୍ଜିଗଡ଼,୧୮।୩ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୁଣୁରି ପଞ୍ଚାୟତର ଜଣେ ଶିକ୍ଷକ ଚାକିରି ଦେବା ନାଁରେ ଶିକ୍ଷିତ ଯୁବକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଠକେଇର ଶିକାର ହୋଇଥିବା ଜଣେ ଯୁବକ ଭବାନୀପାଟଣା ଟାଉନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?