ଆମପାଣି ଫରେଷ୍ଟରଙ୍କ ନାଁରେ ଶ୍ରମିକଙ୍କ ଅର୍ଥ ଆତ୍ମସାତ ଅଭିଯୋଗ: ତଦନ୍ତ ଲାଗି ପହଞ୍ଚିଲେ ଡେପୁଟି କଞ୍ଜରଭେଟର

କୋକସରା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସ୍‌ଏସ୍‌ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ। ୩ ମାସ ବିତି ଯାଇଥିଲେ ମଧ୍ୟ ଫରେଷ୍ଟରଙ୍କ ବିରୋଧରେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାବେଳେ ଶ୍ରମିକଙ୍କ ମଜୁରି ଟଙ୍କା ମଧ୍ୟ ଦେବାପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏହାକୁ ବିରୋଧ କରି ସୋମବାର ଭିଏସ୍‌ଏସ୍‌ କମିଟିର କର୍ମକର୍ତ୍ତା ଓ ଶ୍ରମିକମାନେ ଆମପାଣି ଫରେଷ୍ଟ ଅଫିସ ଆଗରେ ପ୍ରତିବାଦ ଓ ଧାରଣା ଦେଇଥିଲେ । ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ପହଞ୍ଚି ମଙ୍ଗଳବାର ବିଭାଗୀୟ ଅଧିକାରୀ ତଦନ୍ତରେ ଆସିବା ନେଇ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ଆନ୍ଦୋଳନକାରୀ। ଏହି ଘଟଣାର ତଦନ୍ତରେ ମଙ୍ଗଳବାର କଳାହାଣ୍ଡି ଆଞ୍ଚଳିକ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଡେପୁଟି କଞ୍ଜରଭେଟର ଦିବାକର ବେହେରା ଓ ଏସିଏଫ୍‌ ଅନିଲ ରାୟ ପହଞ୍ଚି ଭିଏସ୍‌ଏସ୍‌ କମିଟିର ସଭାପତି ଓ ଶ୍ରମିକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।

ବନପାଳ ଭିଏସ୍‌ଏସ୍‌ ସଭାପତିମାନଙ୍କ ଡୁପ୍ଲିକେଟ ଦସ୍ତଖତ କରି ନିଜେ ଲକ୍ଷ ଲକ୍ଷ ଟଙ୍କା ଏକାଉଣ୍ଟରୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଘଟଣାର ସରଜମିନ ତଦନ୍ତ କରି ସମସ୍ତ କାଗଜପତ୍ର ଯାଞ୍ଚ ପରେ ଯଦି କୌଣସି ବନ କର୍ମଚାରୀ ଏହି ଘଟଣାରେ ଦୋଷୀ ଅଛନ୍ତି ଯାଞ୍ଚରେ ତଦନ୍ତ ପରିସରଭୁକ୍ତ ହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆମ ଜଙ୍ଗଲ ଯୋଜନାରେ କାମ କରିଥିବା ଯେଉଁ ଶ୍ରମିକଙ୍କ ମଜୁରି ମିଳିନାହିଁ ସେମାନଙ୍କ ପ୍ରାପ୍ୟ ଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି । ଏହି ତଦନ୍ତ ସମୟରେ ଫରେଷ୍ଟରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗ ଆଣିଥିବା ଭିଏସ୍‌ଏସ୍‌ କମିଟି ନୁଆଗାଁ ଉପରପଡା ସଭାପତି ଟିକଚନ ମାଝୀ, ନୁଆଗାଁ ତଲପଡା ସଭାପତି ଚକ୍ରଧର ବାଗ, କନ୍ଦାଗଡ ବାଲିପଡା ସଭାପତି ଦୈତାରୀ ଦଳପତି, କନ୍ଦାଗଡ ସଭାପତି ନିରଞ୍ଜନ ନାଏକ, ଟିକ୍ରାପଡା ସମ୍ପାଦକ ସଦା ମାଝୀ, ଯୁବନେତା ଜିତେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗୀନି ହଂସ, ସୁବାଷ ଖର୍ସେଲ, ସନ୍ତୋଷ ମାଝୀ ସମେତ କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକ ଉପସ୍ଥିତ ରହିଥିଲେ । ଧର୍ମଗ ରେଞ୍ଜ ଅଫିସର ଭବାନୀ ଶଙ୍କର କାଉର, ଫରେଷ୍ଟର ଜଗନ୍ନାଥ ନାଗ, ବେହେରା ଫରେଷ୍ଟର ଫାଲ୍ଗୁନୀ ମେହେର, ସୁଧାଂଶୁ ସାହୁ, ମୂରଲୀଧର ପଣ୍ଡା ଓ ଅନ୍ୟ ବନ ବିଭାଗ ର କର୍ମଚାରୀ ଉପସ୍ଥିତ ରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତି ନ ହେବା ପାଇଁ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri