କଳାହାଣ୍ଡି

ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ: ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ଭବାନୀପାଟଣା,୨୩।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼-ଧର୍ମଗଡ଼ ମଧ୍ୟରେ ଥିବା ହାଲେର ଯୋରରେ ଶନିବାର ବନ୍ୟା ପାଣି ଆସି ପୁଣି ଆପ୍ରୋଚ ପୋଲକୁ ଧୋଇନେଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ୧୨ ତାରିଖରେ ହୋଇଥିବା ଲଗାଣ ବର୍ଷାରେ ହାଲେର…

ଚୋରାଚାଲାଣ ଧରାପଡ଼ିବା ପରେ ଚେଇଁଲା ପ୍ରଶାସନ: କୋକସରା ବ୍ଲକର ୪ ସାର ଦୋକାନ ଉପରେ ଚଢ଼ାଉ

କୋକସରା,୨୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ସାର ଚୋରା ଚାଲାଣ ହେଉଥିବା ବେଳେ ଗତ ରବିବାର ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଜବତ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଚେଇଁଛି ଜିଲା ପ୍ରଶାସନ। ଶୁକ୍ରବାର ଧର୍ମଗଡ ଉପ ଜିଲାପାଳଙ୍କ…

ପୁଣି ମହକିବ କଳାହାଣ୍ଡି କଫି

ଭବାନୀପାଟଣା,୨୨।୭(ସ୍ବ.ପ୍ର.): ପୁଣି ନିଜ ପୂର୍ବ ଗୌରବ ଫେରି ପାଇବ କଳାହାଣ୍ଡି। ଜିଲାରେ ମହକିବ କଫି ଚାଷ। ୧୯୮୦ରେ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିିଥିଲା। କିନ୍ତୁ ତତ୍କାଳୀନ ସରକାରୀ…

ବିଜୟ ଉତ୍ସବ ପାଳନ କଲେ ଭାଜପା କର୍ମକର୍ତ୍ତା

କୋକସରା,୨୧।୭(ଡି.ଏନ୍‌.ଏ): ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୨ୟ ରାଉଣ୍ଡ ସୁଦ୍ଧା ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ହେବା ଦେଖାଦେଇଛି। ଏହାପରେ ଗୁରୁବାର ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି। ଇତିମଧ୍ୟରେ କୋକସରା ବ୍ଲକରେ ଭାଜପା କର୍ମକର୍ତ୍ତାମାନେ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଉକିଆ

କୋକସରା,୨୦ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ଯୋଜନାରୁ ବାଦ୍‌ ପଡୁଛନ୍ତି। ଏମିତି ଏକ…

ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋକସରା,୨୦ା୭(ଡି.ଏନ୍‌.ଏ.): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ବୁଧବାର ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଭବାନୀପାଟଣାରୁ ଜୟପୁର ଯାଉଥିବା ଓଆର୍‌୧୦ଏଫ୍‌ ୪୦୦୩ ନମ୍ବର ଏସ୍‌ବିଏମ୍‌ଏସ୍‌ ନାମକ ଏକ…

ଅସୁସ୍ଥ ଥିବା ସତ୍ତ୍ୱେ ସଂସଦରେ ପହଞ୍ଚି ଭୋଟ ଦେଲେ ବିରୋଧୀ ଦଳ ନେତା

ଭବାନୀପାଟଣା,୧୮।୭ (ସ୍ବ.ପ୍ର.): ସୋମବାର ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହୋଇଯାଇଛି। ଅସୁସ୍ଥ ଥିବା ସତ୍ତ୍ୱେ ଦିଲ୍ଲୀର ଗୁରଗାଓଁରୁ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ସଂସଦରେ ନିଜର ମତ ସାବ୍ୟସ୍ତ କରିଥିଲେ। ସୂଚନାନୁଯାୟୀ, କୋଭିଡ୍‌ରେ ସଂକ୍ରମିତ…

ଦ୍ରୌପଦୀଙ୍କ ବିଜୟ ପାଇଁ ଦୀପ ଜାଳି ସମୁହ ପ୍ରାର୍ଥନା

କୋକସରା,୧୭।୭(ଡି.ଏନ୍‌.ଏ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ରବିବାର କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ ଜଗନ୍ନାଥ ଏବଂ ହନୁମାନ ମନ୍ଦିରରେ ଭାଜପା ଏବଂ ବିଶ୍ୱ ହିନ୍ଦୁ ପରିଷଦର ଦଳୀୟ କର୍ମକର୍ତ୍ତା ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ସମୁହ…

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୧୬।୭(ସ୍ବ.ପ୍ର)- କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳର ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଏହି ଘଟଣାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ ଅଦାଲତ ।…

ଏମ୍‌ସିଏଲ୍‌ରେ ଚାକିରି କରାଇଦେବାକୁ କହି ଠକିନେଲେ ୬୫ ଲକ୍ଷ; ସରକାରୀ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୬।୭(ସ୍ବ.ପ୍ର.): ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ। କଳାହାଣ୍ଡି ଜଲାର ୧୨ ଜଣ ଯୁବତୀଯୁବକଙ୍କୁ ବୁର୍ଲା ଏମ୍‌ସିଏଲ୍‌ରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଇ ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି ।…

ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ: ସିସିଟିଭିରେ କଏଦ ହେଲେ ଦୁର୍ବୁତ୍ତ

ଭବାନୀପାଟଣା,୧୬।୭(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ଖଣ୍ଡିଡଙ୍ଗରିଗୁଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ପଣ୍ଡ ହୋଇଛି। ପ୍ରାୟ ୧୪ଜଣ ଦୁର୍ବୃତ୍ତ ରାତି ୧୨ଟାରେ ମୁହଁରେ ମୁଖା, ମାରଣାସ୍ତ୍ର ଧରି ଗାଁର ବ୍ୟବସାୟୀ…

୪ ଦିନ ବନ୍ଦ ପରେ ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଜୁନାଗଡ଼,୧୬।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟସ୍ଥ ହାଲେର ଯୋରରେ ବନ୍ୟା ପାଣି ଆସିବା ଫଳରେ ଗତ ୧୨ତାରିଖରୁ ଆପ୍ରୋଚ ପୋଲ ଧୋଇ ହୋଇଯାଇଥିଲା। ଏଣୁ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦-ସିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଘଟଣାର ୪ଦିନ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri