ଚୋରାଚାଲାଣ ଧରାପଡ଼ିବା ପରେ ଚେଇଁଲା ପ୍ରଶାସନ: କୋକସରା ବ୍ଲକର ୪ ସାର ଦୋକାନ ଉପରେ ଚଢ଼ାଉ

କୋକସରା,୨୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ସାର ଚୋରା ଚାଲାଣ ହେଉଥିବା ବେଳେ ଗତ ରବିବାର ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଜବତ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଚେଇଁଛି ଜିଲା ପ୍ରଶାସନ। ଶୁକ୍ରବାର ଧର୍ମଗଡ ଉପ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋକସରା ଅତିରିକ୍ତ ତହସିଲଦାର କୃଷି ବିଭାଗ ଅଧିକାରୀମାନେ କୋକସରା ବ୍ଲକର କୋକସରା ଓ ମୋଟେରଠାରେ ଥିବା ୪ ସାର ହୋଲସେଲ୍‌ ବ୍ୟବସାୟୀଙ୍କ ଦୋକାନ ଓ ଗୋଦାମରେ ଚଢ଼ାଉ କରି ଷ୍ଟକ ଭେରିଫିକେଶନ ସହ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡ଼ିଛି। କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ଓ କୋକସରା କୃଷି ଅଧିକାରୀ ଲିଙ୍ଗରାଜ ମେହେର ମୋଟେରଠାରେ ଥିବା ରାଠୋଡ଼ ଏଗ୍ରୋ, ଆର କେ ଏଗ୍ରୋ ଫାର୍ମ, କୃଷକବନ୍ଧୁ ଫର୍ଟିଲାଇଜର ସମେତ କୋକସରାଠାରେ ଥିବା ସାରଙ୍ଗିନୀ ଫର୍ଟିଲାଇଜର ହୋଲସେଲର ଦୋକାନ ଓ ଗୋଦାମରେ ଷ୍ଟକ ଯାଞ୍ଚ କରିବା ସହ ସାର ପରିବହନ, ବିକ୍ରୟ ବିବରଣୀ ଓ ଷ୍ଟକ ତଦାରଖ କରିଛନ୍ତି। ତେବେ ଯାଞ୍ଚ ସମୟରେ ସାର ଦୋକାନରେ ଚାଷୀଙ୍କ ଅବଗତି ପାଇଁ ବିଭିନ୍ନ ରାସାୟନିକ ସାରର ମୁଲ୍ୟ ତାଲିକା ଟଙ୍ଗା ଯାଇ ନ ଥିବା ଦେଖିବାକୁ ମିଳିଛି। କୋକସରା ବ୍ଲକରେ ୫ ଜଣ ହୋଲସେଲର ଓ ୭୧ ରିଟେଲର ସାର ବ୍ୟବସାୟୀଙ୍କୁ କୃଷିବିଭାଗ ପକ୍ଷରୁ ଲାଇସେନ୍ସ ଦିଆଯାଇଛି। ତେବେ ଅନେକ ସ୍ଥାନରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରେଟ୍‌ରେ ସାର ବିକ୍ରି ହେଉଥିବା ନେଇ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଅନେକ ସାର ଦୋକାନୀ ରାସାୟନିକ ସାର ସହ ଅଣୁ ସାର ଟ୍ୟାଗ୍‌ କରି ଚାଷୀଙ୍କୁ ନେବାକୁ ବାଧ୍ୟ କରୁଥିବା ମଧ୍ୟ ପୂର୍ବରୁ ଚାଷୀ ଅଭିଯୋଗ କରିଛନ୍ତି। ଲାଇସେନ୍ସ ପ୍ରାପ୍ତ ସାର ହୋଲସେଲର୍‌ ଦୋକାନକୁ ସରକାରୀ ହିସାବରେ କେତେ ପରିମାଣର ସାର ଯୋଗାଣ ହୋଇଛି ତାହାର ସଠିକ ତଥ୍ୟ ମଧ୍ୟ କୃଷି ବିଭାଗରୁ ମିଳୁନାହିଁ। ତେବେ ସାର ଚୋରା ଚାଲାଣ ଧରା ପଡିବା ପରେ ପ୍ରଶାସନ ଚେଇଁ ଉଠିଛି। ଏନେଇ କୋକସରା ଅତିରିକ୍ତ ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଉପ ଜିଲାପାଳଙ୍କ ନିର୍ଦ୍ଦେଶରେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

ବାଙ୍କୀ ସ୍ବୟଂଶାସିତ କଲେଜରେ ବୋମାମାଡ଼; ଝରକା ଭାଙ୍ଗିଲା, କାନ୍ଥ ଫାଟିଲା

ବାଙ୍କୀ,୧୨ା୧୦(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ରବିବାର ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ ଫଳରେ କଲେଜ ଆସବାବପତ୍ର ସହ ଝରକା ଏବଂ କବାଟ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?