ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଉକିଆ

କୋକସରା,୨୦ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ଯୋଜନାରୁ ବାଦ୍‌ ପଡୁଛନ୍ତି। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଳିଗଡ଼ ଗାଁରେ ରହୁଥିବା ଜଣେ ବୃଦ୍ଧାଙ୍କ କ୍ଷେତ୍ରରେ। ସ୍ବାମୀଙ୍କ ଦେହାନ୍ତ ପରେ ଅତି ଅସହାୟ ଅବସ୍ଥାରେ ମାଟିଘରେ ରହୁଥିଲେ ଉକିଆ ମାଝୀ। ବୟସ ୭୦ ପାର ହେଲାଣି। ଝିଅକୁ ବାହା ଦେବଙ୍‌ପରେ ଏକୁଟିଆ ରହୁଥିଲେ। ହେଲେ ଗତ ଲଗାଣ ବର୍ଷାରେ ତାଙ୍କ ରହୁଥିବା ଘର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଫଳରେ ଭଙ୍ଗା ମାଟିଘର ତଳେ ମୁଣ୍ଡରେ ହାତଦେଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଘର ସଜାଡ଼ିବା ପାଇଁ ମଧ୍ୟ ସମ୍ବଳ ନାହିଁ। କୌଣସି ଲୋକଙ୍କ ନିକଟରୁ ମହିଳାଙ୍କ ଘର ଭାଙ୍ଗିବା ଖବର ଶୁଣି ଆମପାଣି ଜୋନ୍‌ ଜିଲା ପରିଷଦ ସଭ୍ୟ ହେମନ୍ତ ମାଝି ପହଞ୍ଚି ଆବାସ ଘର ଯୋଜନାରେ ସାମିଲ କରିବା ପାଇଁ କୋକସରା ବିଡିଓଙ୍କୁ କହିଥିବା ବେଳେ ତଦନ୍ତ ପରେ ବ୍ୟବସ୍ଥା କରାଯିବ ବୋଳି ବିଡିଓ କହିଛନ୍ତି। ଏ ନେଇ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗଙ୍କ ପ୍ରତିକ୍ରିୟା ନେବାରୁ ଗୁରୁବାର ରାଜସ୍ବ ନିରୀକ୍ଷକଙ୍କୁ ଡକାଇ ପଲିଥିନ୍‌ ଦେବା ସହ ଆଗକୁ ଆବାସ ଘରର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଅଧିକାର ସାମ୍ମୁଖ୍ୟର ପଞ୍ଚାୟତସ୍ତରୀୟ ବୈଠକ

କର୍ଲାମୁଣ୍ଡା,୧୦।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଦାପ୍ତା ସଂସ୍ଥା ପକ୍ଷରୁ ଦ ହଙ୍ଗର ପ୍ରୋଜେକ୍ଟ ନୂଆଦିଲ୍ଲୀ ସହାୟତାରେ ତଥା...

୫ ହଜାର ପୋଲିସ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ

ଭୁବନେଶ୍ୱର,୯।୫ (ବ୍ୟୁରୋ): ମୁମ୍ବାଇରେ ୨୫୦ ପୋଲିସ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ କମିଶନରେଟ ପୋଲିସରେ ଛନକା ପଶିଛି। ତେଣୁ କମିଶନରେଟ...

ମାଟ୍ରିକ ରେଜଲ୍ଟ ଖରାପ ହେବାରୁ ଜୀବନ ହାରିଲେ ଛାତ୍ରୀ

ଏରସମା,୨୯ା୭(ସ୍ବ.ପ୍ର.):ମାଟ୍ରିକ ପରୀକ୍ଷା ରେଜଲ୍ଟ ଖରାପ ହେବାରୁ ଜଗତ୍‌ସିଂହପୁର ଜିଲାର ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଏରସମା ଥାନା ଅନ୍ତର୍ଗତ ଜାନକାଦେଈପୁର ପଞ୍ଚାୟତସ୍ଥିତ...

ଦାଦନ ଯାଇ ନାବାଲକ୍‌ ପୁଓ ନିଖୋଜ: ଫିରବାର ବାଟ୍‌କେ ଚାହିଁ ଛନ୍‌ ମା’ବାପ୍‌

ସିନାପାଲି,୨।୩ (ଡି.ଏନ୍‌.ଏ.)- ପରିବାରକେ ଦାନା ଯୁଗାବାର ଲାଗି ପୁଓ ଦାଦନ୍‌ ଖଟିଯାଇଛେ। ସେ ଘରୁ ଯିବାର ଆଏଜ୍‌କେ ୬ ମାସ୍‌ ବିତିଗଲାନ। ଯାଇଛେ ଯେ ଆର...

ଆରପାରିରେ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...

ଜେଲ ଫେରନ୍ତା ଯୁବକଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୮।୭ (ବ୍ୟୁରୋ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀସ୍ଥିତ ମୁଣ୍ଡାସାହିଠାରେ ନିର୍ମାଣଧିନ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଭିତରେ ଜେଲ ଫେରନ୍ତା ବିହାରୀ ଯୁବକ ମୁକେଶ...

ଲମ୍ବୁଛି କୈଫି ଖାନ ଠକେଇ କାରନାମା ଚେର: ୮୦ ଆକାଉଣ୍ଟ ଠାବ

କଟକ ଅଫିସ, ୫।୫: ତାନ୍ତ୍ରିକ କୈଫି ଖାନ ଠକେଇ କାରନାମା ଚେର ଯେତେ ଖୋଳାଯାଉଛି ସେତେ ଲମ୍ବୁଛି। ଶୁକ୍ରବାର କୈଫି ଖାନଙ୍କ ୮୦ଟି ଆକାଉଣ୍ଟ ଠାବ...

ଅନୁକୂଳ ହେଲା ରଥକାଠ

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ରଥକାଠ ଅନୁକୂଳ ହୋଇଛି। ଏହି ଉପଲକ୍ଷେ ମହାପ୍ରଭୁ ଶ୍ରୀବଳରାମଙ୍କ ମନ୍ଦିରରେ...

Advertisement
Archives

Model This Week