କଳାହାଣ୍ଡି

ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି: ୩ ରେ ଅଖଚକ ବନ୍ଦ କରିବେ କୋକସରା ବ୍ଲକ ଚାଷୀ

କୋକସରା,୨୫/୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୨ ପଞ୍ଚାୟତର ଚାଷୀଙ୍କୁ ନେଇ ଗଠିତ ସଚେତନ କୃଷକ ମଞ୍ଚ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋକସରା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଚେତନ କୃଷକ ମଞ୍ଚର ଆବାହକ…

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା

ଭବାନୀପାଟଣା,୨୩।୧୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଚେସ୍‌ ମହିଳା ବିଭାଗରେ ୬ ମହାବିଦ୍ୟାଳୟରୁ ୮ଟି ଦଳ, ପୁରୁଷ ବିଭାଗରେ ୧୪ ମହାବିଦ୍ୟାଳୟରୁ ୧୫ଟି…

ଆଇଆଇଏମ୍‌ ସମ୍ବଲପୁରରେ ମନୋନୀତ ହେଲା କଳାହାଣ୍ଡିର ଷ୍ଟାର୍ଟଅପ୍‌ ଇନ୍‌କ୍ୟୁବେଶନ

ଭବାନୀପାଟଣା,୨୩।୧୧ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାର ଏକମାତ୍ର ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ ସମ୍ବଲପୁର ଆଇଆଇଏମ୍‌ରେ ଇନ୍‌କ୍ୟୁବେଶନ ପାଇଁ ମନୋନୀତ ହୋଇଛି । ମାଣ୍ଡିଆରୁ ଏନର୍ଜି ପାଇଁ ପ୍ରୋଟୋଟାଇପ ପ୍ରସ୍ତୁତି ସହିତ ମାର୍କେଟିଂ ଓ ଫଣ୍ଡିଂ ପାଇଁ ଆଇଆଇଏମ୍‌…

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚିଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା ମା’ ନେପୁର ମାଝୀ ଗାଁରେ ବନ୍ଦ ପଡିଥିବା ଏକ ପରିତ୍ୟକ୍ତ ସ୍କୁଲ କୋଠରୀରେ ୬ମାସ…

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ ଏହାର ଆଖପାଖ ଅଞ୍ଚଳରେ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଗତ କିଛିଦିନ ହେବ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ ୧୦ ଲକ୍ଷ ଟଙ୍କାର ମାଟି ଓ ମୋରମ କାମ ହୋଇଥିବା ଦର୍ଶାଇ ଯୋଜନାରେ ମିଛ…

ଟ୍ରକ୍‌କୁ ପିଟିଲା ଟମାଟୋ ବୋଝେଇ ପିକ୍‌ଅପ୍‌, ୨ ଗୁରୁତର

କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡ଼ା ଆପନା ଢାବା ନିକଟରେ ଏକ ଟ୍ରକ୍‌କୁ ଜୟପୁର ପଟୁ ବଲାଙ୍ଗୀରକୁ ଟମାଟୋ ବୋଝେଇ କରି ଦ୍ରୁତଗତିରେ ଯାଉଥିବା ପିକ୍‌ଅପ୍‌ ଓଡି ୦୩ ଏବି ୫୬୭୪ ପଛ…

ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶିକ୍ଷା,…

ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ

ଧର୍ମଗଡ଼,୨୧ା୧୧(ଆକାଶ କୁମାର ଜଗତ)- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।…

ଜନବସତିରେ ମୁକୁଳା ଟ୍ରାନ୍ସଫର୍ମର: ଲୋକେ ଭୟଭୀତ

କୋକସରା,୨୧ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡ଼ା ଗ୍ରାମ ଜନବସତି ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ମୁକୁଳା ଅବସ୍ଥାରେ ରହି ବିପଦ ସୃଷ୍ଟି କରୁଛି। ଗ୍ରାମର ମୁଖ୍ୟ ରାସ୍ତାକଡ଼ରେ ଥିବା ଟ୍ରାନ୍ସଫର୍ମର ନିକଟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଶିବ ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଚୋର

କୋକସରା,୨୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା କୁସୁମଖୁଣ୍ଟି ନୀଳକଣ୍ଠେଶ୍ୱର ଶିବ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗି ଚୋରି ଅଭିଯୋଗ ହୋଇଛି। ଗୁରୁବାର ସକାଳୁ ମନ୍ଦିର ପୂଜକ ଅଶୋକ କୁମାର ଦାସ ପୂଜା କରିବା ପାଇଁ ଯିବା ସମୟରେ…

‘ଦେବାଦେବୀଙ୍କ ଆରାଧନା ବିନା କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ’

କୋକସରା,୨୦ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ପରମ୍ପରା, ସଂସ୍କୃତି, ଚାଲିଚଳଣିରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥାଏ। ଦେବାଦେବୀଙ୍କ ଆରାଧନା ବିନା ଗ୍ରାମରେ କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ। ଆଧୁନିକତାର ଚାକଚକ୍ୟ ମଧ୍ୟରେ ଜନଜାତିଙ୍କ ବିଶ୍ବାସରେ ଆଜି ବି ଉଜ୍ଜୀବିତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?