କଳାହାଣ୍ଡି

ଗଛରେ ପିଟି ହୋଇଗଲା ବାଇକ୍‌: ଚାଲିଗଲା ଜୀବନ

ଥୁଆମୂଳ ରାମପୁର,୧୩ା୬(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ପୁରୁଣାଗୁମା କରଡାପଦର ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭବାନୀପାଟଣା ସହର ନୂଆପଡ଼ାର ପ୍ରମୋଦ ସ୍ବାଇଁ। କର୍ଲାପାଟ ପୋଲିସ ସୂଚନା ଅନୁଯାୟୀ ପ୍ରମୋଦ…

ମୌସୁମୀ ଅପେକ୍ଷାରେ ଇନ୍ଦ୍ରାବତୀ

ଭବାନୀପାଟଣା,୧୧ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଲାଇଫଲାଇନ ତଥା ଅନ୍ନଦାତ୍ରୀ ମା’ ଭାବେ ପରିଚିତ ଉପର ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପ। ଏହି ପ୍ରକଳ୍ପ ହେବା ଦ୍ୱାରା ଶହ ଶହ ହେକ୍ଟର ଚାଷଜମି ଜଳସେଚନ ହେବା ସହ ୬୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି…

ବଦଳିବ କି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଭାଗ୍ୟ

ଭବାନୀପାଟଣା, ୯ା୬(ଉତ୍ତମ କୁମାର ଦାଶ)ଭିନ୍ନକ୍ଷମମାନଙ୍କ ପାଇଁ ପ୍ରତିବନ୍ଧକ ଶୂନ୍ୟ ପରିବେଶ ସୃଷ୍ଟି କ୍ଷେତ୍ରରେ ସରକାର ବିଭିନ୍ନ ସ୍ତରରେ ପ୍ରୟାସ କରିଆସିଛନ୍ତି। ଯେମିତି କି ସେମାନେ ଏକ ସୁସ୍ଥ, ସ୍ବାଧୀନ ଓ ସୁରକ୍ଷିତ ଜୀବନ ଜିଇଁପାରିବେ। କଳାହାଣ୍ଡି ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର…

ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର: ଗରମ ଗୁଳଗୁଳିରେ ୧୦ ଦିନ ହେଲା ଅନ୍ଧାରରେ ଗାଁ

କୋକସରା,୮ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କିଛିଦିନ ତଳେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ମାରିବାରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡ଼ାଗୁଡା ଗ୍ରାମର ମେହେରପଡ଼ା ଓ ଧରୁଆପଡ଼ା ପାଇଁ ରହିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡି ଅଚଳ ହୋଇଯାଇଛି। ଫଳରେ ଉକ୍ତ ପଡାବାସୀ ଆଜିକୁ…

ସାପ କାମୁଡ଼ାରେ ମେଧାବୀ ଛାତ୍ରୀଙ୍କ ଜୀବନ ଗଲା

କୋକସରା,୮ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ବେହେରା କଲେଜରେ ଯୁକ୍ତ ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଝାନ୍‌ସୀ ନାଏକ(୧୭) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଝାନ୍‌ସୀ ଗୁରୁବାର ରାତିରେ ଘରେ ଶୋଇଥିବା ସମୟରେ ଏକ ସାପ…

ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌: ଦୁଇ ବିଆର୍‌ସି ଗୁରୁତର

ରୁପ୍ରାରୋଡ,୭।୬(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ଥାନା ବୁଢିପଦର-ଶବରପଡ଼ା ତାରିଣୀ ମନ୍ଦିର ଛକ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଅଣ୍ଡା ବୋଝେଇ ପିକଅପ୍‌ ଭ୍ୟାନ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ଗୁଲଭେଲା ବିଆର୍‌ସି ପ୍ରଦ୍ୟୁମ୍ନ ଭୋଇ ଏବଂ ଟିଟିଲାଗଡ଼ ବିଆରସି…

କେବେ ଶେଷ ହେବ ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୬।୬(ଦୁର୍ଗା କୀର୍ତ୍ତି): କେବେ ଶେଷ ହେବ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଜନନୀ ଯନ୍ତ୍ରଣାର ଦୁଃଖ। ପୁଣି ଗର୍ଭବତୀଙ୍କୁ ଖଟିରେ ବୁହା ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଦୁର୍ଗମ ଅଞ୍ଚଳରେ ଭଲ ରାସ୍ତାଘାଟ ନ…

ଉତ୍‌କେଲାରୁ ରାୟପୁରକୁ ଉଡ଼ିଲା ବିମାନ

କେସିଙ୍ଗା,୬ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକସ୍ଥିତ ଉତ୍‌କେଲା ଏୟାରପୋର୍ଟରୁ ସାବିତ୍ରୀ ଆମାବାସ୍ୟା ଉପଲକ୍ଷେ ରାୟପୁରକୁ ଉଡ଼ିଛି ବିମାନ। ଗୁରୁବାର ଏୟାର ଓ୍ବାନ ଇଣ୍ଡିଆ ପକ୍ଷରୁ ରାୟପୁରକୁ ଏହି ବିମାନ ଯାତ୍ରା କରିଛି। ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ତଥା କ୍ୟାପ୍‌ଟେନ…

ଅଭିଶପ୍ତ ଜୀବନ ବିତାଉଛନ୍ତି ଜାକମ୍‌ ଗ୍ରାମବାସୀ

ଭବାନୀପାଟଣା,୬ା୬(ଉତ୍ତମ କୁମାର ଦାଶ)ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ କଳାହାଣ୍ଡି ଜିଲାର ଅନେକ ଅଞ୍ଚଳରେ ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ପହଞ୍ଚତ୍ ପାରିନାହଁି। ଫଳରେ ସେମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଏପରି…

ନର୍ଲାରେ ଭକ୍ତ ଦାସଙ୍କୁ ହରାଇଲେ ମନୋରମା

ରୁପ୍ରାରୋଡ,୪।୬(ସଞ୍ଜିବ ଦାସ): ନର୍ଲା ବିଧାନସଭା ଆସନରେ ବିଜେଡି ବିଧାୟିକା ପ୍ରାର୍ଥିନୀ ମନୋରମା ମହାନ୍ତି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସଙ୍କୁ ୫୫୬୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ…

କଳାହାଣ୍ଡିରେ ମାଳବିକା ଆଗୁଆ

ଭବାନୀପାଟଣା,୪ା୬(ଉତ୍ତମ କୁମାର ଦାଶ): ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ କଳାହାଣ୍ଡିରେ ପୋଷ୍ଟାଲ ବାଲଟ ଗଣତି ହେଉଥିବା ବେଳେ କିଛି ସ୍ଥାନରେ ଶେଷ ହୋଇଛି। ବାଲଟ ଗଣତିରେ କଳାହାଣ୍ଡି ଏମ୍‌ପି ପ୍ରାର୍ଥିନୀ ମାଳବିକା କେଶରୀ ଦେଓ ଆଗୁଆ…

ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ, ବଡ଼ ଗଛ ଧରାଶାୟୀ

କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ଅପରାହ୍ନରେ ପ୍ରବଳ ପବନ ସହ ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡିପଡିଛି। ଫଳରେ ବିଦ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?