ଜାତିଆଣ ମନୋଭାବ ପାଇଁ ଉତ୍କଟ ପାନୀୟଜଳ ସମସ୍ୟା: ଶୋଷ ମେଣ୍ଟାଉଛି ଝରଣାପାଣି

ଥୁଆମୂଳ ରାମପୁର,୨୮।୧(ଦୁର୍ଗା କୀର୍ତ୍ତି): ରାଜ୍ଯ ସରକାରଙ୍କ ପଞ୍ଚାୟତରାଜ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜନସାଧରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ କୋଟି କୋଟି ଟଙ୍କା ଖର୍ଚ୍ଚରେ ବସୁଧା ଯୋଜନା ବା ନଳକୂପ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଆଜି ମଧ୍ୟ ସେହି ଯୋଜନା ଗୁଡିକରୁ କେତେ ଜନସାଧାରଣ ଉପକୃତ ହେଉଛନ୍ତି ତାହା ଏକ ସମୀକ୍ଷା କରିବାର ନିହାତି ଭାବରେ ଆବଶ୍ୟକତା ରହିଛି।

ବସୁଧା ଯୋଜନା ନାମରେ କୋଟି କୋଟି ଟଙ୍କା ବ୍ଯୟବରାଦ କରିଥିଲେ ମଧ୍ୟ ଜନସାଧରଣଙ୍କ ପାଇଁ ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ, ଯୋଜନା ନାଁରେ ଅର୍ଥ ହରିଲୁଟ ବିଭାଗ ଓ ସମ୍ପୃକ୍ତ ଠିକା ସଂସ୍ଥା ମାନଙ୍କର ଏକ ମାଧ୍ଯମ ପାଲଟିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟେକ ଗ୍ରାମକୁ କିମ୍ବା ପ୍ରତେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରୀକାରେ ଯୋଜନା, ଯୋଜନା ଯୋଜନା ଦୂରକୁ ଚାଲିଯାଉଛି।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ ନପାଇ ଡହଳ ବିକଳ ହୋଇ ସେମାନେ ବିଭିନ୍ନ ନାଳ, ଝରଣା, ଝର ପାଣି ପ୍ରଭୃତିକୁ ପାନୀୟ ଜଳ ଭାବରେ ସଂଗ୍ରହ କରୁଥିବା ଘଟଣା ଦୁର୍ଗମ ଅଞ୍ଚଳରେ ନୂଆ ନୁହେଁ, ତଥାପି ଏହାକୁ ସମାଧାନ କରିବା ଦିଗରେ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ଭାବରେ ଫେଲ ମାରିଥିବା ଜଣାପଡେ।

ଏପରିପ୍ରେକ୍ଷୀରେ କଳାହାଣ୍ତି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ଅଡ୍ରୀ ଗ୍ରାମପଞ୍ଚାୟତ ଅଧିନରେ ଥିବା ଢୋଲଫାସ ଗ୍ରାମର ହରିଜନ ସାହିଲେ ୨୦ ପରିବାର ବସବାସ କରୁଛନ୍ତି ସେମାଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁ ନଥିବା ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ହାରିଗୁହାରି କରୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣୁନଥିବା ପ୍ରକାଶ କରିଛନ୍ତି।

ଢୋଲଫାସ ଗ୍ରାମରେ ଯାହାବି ପାନୀୟ ଜଳ ଯୋଗାଇ ଦିଆଯାଇଛି ତାହା ସମୁଦ୍ର କୁ ଶଙ୍ଖେ ପାଣି ସ୍ବଦୃଶ୍ଯ, ଆଦିବାସୀ ସାହିରେ ଏକ ସୋଲାର ପମ୍ପ ଲାଗାଯାଇ ପାଣି ଯୋଗାଇ ଦିଆଯାଉଛି ହେଲେ ଆଦିବାସୀ ମାନଙ୍କ ହରିଜନ ସାହି ପ୍ରତି ଜାତିଆଣ ମନୋଭାବ ଯୋଗୁଁ ହରିଜନ ସାହି ପାଇଁ ଟିକେ କଷ୍ଟ ଲାଗୁଥିବା ବେଳେ ସେହି ସୋଲାର ପମ୍ପ ଯୋଗେ ଯୋଗାଉଥିବା ପାନୀୟ ଜଳ ନିଅଣ୍ଟ ହେଉଥିବା ମଧ୍ୟ ଲୋକେ ପ୍ରକାଶ କରିଛନ୍ତି।

ଏହି ସମସ୍ୟା ଦୂର କରିବା ପାଇଁ ହରିଜନ ସାହିରେ ସ୍ବତନ୍ତ୍ର ପାନୀୟ ଜଳ ଯୋଗାଣ କରାଯାଏ ତେବେ ହରିଜନ ସାହିବାସୀନ୍ଦା ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ଯଦି ପାନୀୟ ଜଳ ନପାଇବେ ଲୋକେ ତେବେ କେତେବେଳେ ଦୂଷୀତ ଜଳକୁ ବ୍ଯବହାର କରି କୌଣସି ଅଜଣା ରୋଗର ସ୍ବୀକାର ହେବା ପୂର୍ବରୁ ବିଭାଗୀୟ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପଡାବାସୀ ଅନୁରୋଧ କରିଥିବା ଜଣାପଡିଛି l

ତେବେ ଉପରୋକ୍ତ ଘଟଣା କୁ ନେଇ ପ୍ରଶାସନ ପକ୍ଷରୁ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବା ପାଇଁ ବାକି ରହିଲା। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ସାଗରିକା ଗୌଡ଼ ଙ୍କୁ ପଚାରିବାରୁ ଏ ବିଷୟରେ ମୁ ଆଗରୁ କୌଣସି ଖବର ପାଇନଥିଲୀ ହେଲେ ବର୍ତ୍ତମାନ୍ ତୁରନ୍ତ ଏହାର କୌଣସି ଏକ ସମାଧାନ କରାଯିବ ବୋଲି କହିବା ସହ ବୋହୁତ ଶୀଘ୍ର ବସୁଧା ଯୋଜନାର ଲାଭ ମଧ୍ୟ ଉକ୍ତ ଗ୍ରାମବାସୀ ବାଇବେ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri