ଭବାନୀପାଟଣା ସହରରେ ବଢୁଛି ଜବରଦଖଲ: ଜମି ମାଫିଆ ମାଡି ବସିଛନ୍ତି ସରକାରୀ ଜମି

ଭବାନୀପାଟଣା,୨୦ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରେ ଦିନକୁ ଦିନକୁ ଜବରଦଖଲ ବଢ଼ିବାରେ ଲାଗିଛି। ବିଶେଷ କରି ଜମି ମାଫିଆମାନେ ବହୁ ସରକାରୀ ଜମି ମାଡ଼ିବସିଛନ୍ତି। ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ସରକାରୀ ଅଫିସ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରୁ ନାହିଁ। ଫଳରେ ସରକାରୀ ଅନୁଦାନ ଫେରିଯାଉଥିବା ଜଣାଯାଇଛି।
ପ୍ରକାଶ ଯେ, ଭବାନୀପାଟଣା ସହରରେ ସମୁଦାୟ ୩୭୯୦.୩୦୭ ଏକର ଜମି ରହିଛି। ସେଥିମଧ୍ୟରୁ ୭୬୪,୦୩୯ ଏକର ସରକାରୀ। ଭବାନୀପାଟଣା ନଜୁଲରେ ସରକାରୀ ଜମି ୩୬୯.୭୭୯ ଏକର ରହିଛି। ବେସରକାରୀ ମୋଟ ୮୨୪.୯୨୬ ଏକର ରହିଛି। ଅର୍କାବାହାଲିପଡାରେ ସରକାରୀ ଜମି ୧୨୩.୦୨୩, ବେସରକାରୀ ଜମି ୨୯୮.୦୯୨ ମୋଟ ୪୨୨.୦୧୫ ଏକର ରହିଛି। ସୀତାବୋରଡିପଡ଼ାରେ ସରକାରୀ ଜମି ୪୫.୪୧, ବେସରକାରୀ ୨୪୦.୦୪୩ ମୋଟ ୨୮୫,୦୮୪ ଏକର ରହିଛି। ପୁରୁଣାପଡାରେ ସରକାରୀ ୫୬,୯୨, ବେସରକାରୀ ଜମି ୬୩୮,୦୩୮ ମୋଟ ୬୯୫.୦୨୬ ଏକର ରହିଛି। ନକଟିଗୁଡ଼ାରେ ସରକାରୀ ୫୨.୨୫ଏକର, ବେସରକାରୀ ୨୦୧.୦୯୫ ମୋଟ ୨୫୩.୧୧୦ ଏକର ଜମି ରହିଛି। ଭବାନୀପାଟଣା ସହରରେ ସରକାରୀ ଜମି ୧୧୬.୦୪୫ ଏକର, ବେସରକାରୀ ୧୧୯୧.୦୧୩ ଏପରି ମୋଟ ୧୩୦୭.୦୫୮ ଏକର ଜମି ରହିଛି। ସେଥିମଧ୍ୟରୁ ଜଳଚର, ଦେବୋତ୍ତର, ପୂର୍ତ୍ତ ବିଭାଗ ଓ ରାଜସ୍ବ ବିଭାଗର ଅଧିକାଂଶ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଜବରଦଖଲ ଯୋଗୁ ରାସ୍ତା ଦୁଇପାର୍ଶରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଘୋଡ଼ାଘାଟ ଛକଠାରୁ ଷ୍ଟାଚ୍ୟୁ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬କୁ ମଧ୍ୟ ଲୋକେ ଜବରଦଖଲ କରିଥିବାରୁ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲାରେ ନାଟ୍ୟ ମଣ୍ଡପ ପାଇଁ ପ୍ରାୟ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। କିନ୍ତୁ ଜାଗା ଚିହ୍ନଟ ହୋଇ ହସ୍ତାନ୍ତର ହେବାରେ ବିଳମ୍ବ ଯୋଗୁ ଅନୁଦାନ ଫେରିଯାଇଛି। ସହର ଭିତରେ ଜବରଦଖଲ ଯୋଗୁ ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରାଇସିଂପୁରଠାରେ ନିର୍ମାଣ କରାଯାଇଛି। ବର୍ତ୍ତମାନ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପୌରପାଳିକା ପର୍ଯ୍ୟନ୍ତ ରାଜାରାଜୁଡା ଅମଳର କୋଠାରେ ଅଫିସ ଚାଲିଛି। ଏହିସବୁ ଅଫିସ କୋଠା ନିର୍ମାଣ ପାଇଁ ସହର ଭିତରେ ଜାଗା ନ ମିଳିବା ଉଦ୍‌ବେଗର କାରଣ ହୋଇଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?