ଗଡଜାତ ଅଞ୍ଚଳର ଖଣ୍ଡାବସା ପର୍ବ: ଚଳଚଞ୍ଚଳ ଗାଁଠାରୁ ସହର

ଥୁଆମୂଳ ରାମପୁର,୨୨।୯(ଦୁର୍ଗା କୀର୍ତ୍ତି ): ଉତ୍ସବ ମୁଖରିତ ହୋଇପଡିଛି ଥୁଆମୂଳ ରାମପୁର l ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଦଶଭୁଜା ମହାମାୟୀ ମା’ ମାଣିକେଶ୍ବରୀ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକର ବହୁ ପୁରାତନ ତନ୍ତ୍ର ମନ୍ତ୍ରର ଶକ୍ତି ପୀଠ ଭାବରେ ପରିଚିତ ମା’ ମାଣିକେଶ୍ବରୀ ଦେବୀଙ୍କ ମୂଳପୀଠରେ ଭାଦ୍ରବ ମାସ ପ୍ରତିପଦ ତିଥି ସୋମବାର ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଖଣ୍ଡାବସା ଉତ୍ସବ l

ମା’ଙ୍କ ଅଳଙ୍କାର ଦେବାତ୍ର ବିଭାଗ ପକ୍ଷରୁ ମନ୍ଦିରରେ ପହଞ୍ଚାଇବା ପରେ ରାତି୧୦ଟା ବେଳେ ଖଣ୍ଡା ବସା କାର୍ଯ୍ୟକ୍ରମ ହେବା ସମେତ ବିଧିବିଧାନ ସହ ପୂଜା ଆରମ୍ଭ ହୋଇଛି। ଲଗ୍ନର୍ନିଘଣ୍ଟ ଅନୁସାରେ ମା’ ମାଣିକେଶ୍ବରୀ କାଲିସୀ ଶରତ ଚନ୍ଦ୍ର ପୁଝାରୀ ମନ୍ଦିରରୁ ପାଟ ଖଣ୍ଡା ବାହାର କରି ବାହୁକ, ମୁଣ୍ଡଛିନାଙ୍କୁ ଦିଅନ୍ତି। ସେମାନେ ନିକଟସ୍ଥ ବାଲିଘାଟକୁ ଯାଇ ଖଣ୍ଡା ମାର୍ଜନା କରିବା ସହିତ ପୂଜାର୍ଚ୍ଚନା ଶେଷକରି ପୁଣି ଥରେ ଖଣ୍ଡା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମନ୍ଦିର ପୂଜକଙ୍କ ଦ୍ୱାରା ଖଣ୍ଡାକୁ ଚାଉଳରେ ବସାଇ ପୂଜା କରାଯାଇ ମଧ୍ୟ ରାତ୍ରରେ ବାବା ଖନ୍ଦୁଆଳଙ୍କ ପୀଠରେ ପୂଜାର୍ଚ୍ଚନାରେ ମହା ପଶୁ ବଳୀ ଦିଆଯିବା ପ୍ରଥା କାହିଁ କାଳରୁ ରହିଆସିଛି।

ଥୁଆମୂଳ ରାମପୁର ଅଂଚଳ ବାସୀ ମା’ ମାଣିକେଶ୍ବରୀ ଓ ବାବା ଭୈରବ ଦେବଙ୍କ ଠାରୁ କରୁଣା ଲାଭ କରିଥାନ୍ତି । ମା’ଙ୍କ ଆଶୀର୍ବାଦ ଲାଭକରି ଥୁଆମୂଳ ରାମପୁର ବାସୀ ବେଶ ଖୁସି ଅନୁଭବ କରିଥାନ୍ତି। ଆଶ୍ବିନ ମାସ ପ୍ରତିପତା କୃଷ୍ଣପକ୍ଷ ଦିନରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ। ମା’ଙ୍କ ଏହି ସହୋଳ ପୂଜା। ଖଣ୍ତାବସା ରୀତିନୀତି ଅନୁସାରେ ସମ୍ପୂର୍ଣ୍ଣ ହୋଇଥାଏ l ଏହି ସମୟରେ ଶତାଧିକ ଭକ୍ତଙ୍କ ଭିଡ ମନ୍ଦିରରେ ଦେଖିବାକୁ ମିଳିଥାଏ l ମାନସିକ ଧାରୀ ଯିଏ ଯାହା ମାନସିକ କରିଥାଏ ସେନେଇ ମା’ଙ୍କ ପାଖରେ ଶରଣ ନେଇ ଜଣାଇଥାନ୍ତି ଓ ତାଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ବୋଲି ଅନେକ କାଳରୁ ବିଶାସ ରହିଛି।

ତେବେ ୮ଦିନ ଧରି ଏହି ମନ୍ଦିରରେ ତନ୍ତ୍ରମନ୍ତ୍ର ବିଧି ଅନୁସାରେ ଗୁପ୍ତ ପୂଜା ହୋଇଥିବା ବେଳେ ଅଷ୍ଟମୀ ରାତିରେ ମହାପଶୁ ବଳି ପଡିଲା ପରେ ନୀଶି ପୂଜା ପାଇଁ ମନ୍ଦିର ସେବାୟତ ନିକଟସ୍ଥ ବାବା ଖଣ୍ଡୁଆଳ ମନ୍ଦିର ପାଖକୁ ଯାନ୍ତି । ପରବର୍ତ୍ତୀ ଦିନ ଭୋର ସକାଳୁ ଆରମ୍ଭ ହୋଇଥାଏ ଛତର ଯାତ୍ରା ବା ଜେନା ମରା ବିଧି l କଳାହାଣ୍ଡି ଥୁଆମୂଳ ଗ୍ରାମ ଠାରେ ମା’ଙ୍କ ଉତ୍ପତି ହୋଇଥିବାବେଳେ ଏହି ପୀଠରେ ମା’ଙ୍କ ଛିନ୍ନ ମସ୍ତକ ରହିଛି, ଯିଏକି ମା’ମାଣିକେଶ୍ବରୀ (ମୁଖ୍ୟ ପୀଠ)। ସେହିଭଳି କାଶୀପୁରରେ ମା’ଙ୍କ ମସ୍ତକ ଓ ଭବାନୀପାଟଣାରେ ମା’ଙ୍କ ଛତର ଭାବେ ପୂଜାପାଉଛନ୍ତି l ମା’ଙ୍କ ପୂଜାବିଧି ପାଇଁ ପ୍ରତିବର୍ଷ ଦେବତ୍ତୋର ବିଭାଗ ପକ୍ଷରୁ ମନ୍ଦିର ପୂଜା ବିଧିପାଇଁ ସ୍ବତନ୍ତ୍ର ପାଣ୍ଠିରୁ ଆର୍ଥିକ ସାହାଯ୍ୟ କରିଥାନ୍ତି ଓ ଗ୍ରାମବାସୀ ମଧ୍ୟ ସୁନ୍ଦର ଭାବରେ ଯାତ୍ରା କରିବା ପାଇଁ ସାହାଯ୍ୟ କରିଥାନ୍ତି l ସନ୍ଧ୍ୟା ସମୟରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି l
ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ମା’ଙ୍କ ପାଖରେ ୪୫ ତୋଳା ସୁନା, ୪୦ ରୁ ୫୦ ତୋଳା ରୂପା ଅଳଙ୍କାର ଲାଗେ। ଏ ବର୍ଷ ଯେହେତୁ ମା’ଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ତେଣୁ ମା’ଙ୍କ ପୂର୍ବ କାଳରୁ ଯେଉଁ ସବୁ ଅଳଙ୍କାର ରହିଛି ତାହା ସମ୍ପୂର୍ଣ୍ଣ ଭାବରେ ଦେବତ୍ତୋର ବିଭାଗ ପକ୍ଷରୁ ଆସିବ କି ନାହିଁ ତାହାକୁ ନେଇ ସନ୍ଦେହରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri