ନୂଆ ପଞ୍ଚାୟତ ସମିତି ଗଠନ ଦାବି ଜୋର୍‌ ଧରିଲା

ମଦନପୁର,୧୯ା୯(ଜଗଦୀଶ ପ୍ରସାଦ ରଣା): କଳାହାଣ୍ଡି ଜିଲା ମ. ରାମପୁର ବ୍ଲକ ମଦନପୁର ଧବଳେଶ୍ବର ପୀଠ ନିକଟସ୍ଥ କଲ୍ୟାଣମଣ୍ଡପଠାରେ ମଦନପୁର ପଞ୍ଚାୟତ ସମିତି ସଂଗ୍ରାମ କମିଟିର ସଂଯୋଜକ ସୁଦର୍ଶନ ପାଢ଼ୀଙ୍କ ସଭାପତିତ୍ୱରେ କର୍ଲାମୁଣ୍ଡା ବ୍ଲକର ୨ଟି ଏବଂ ମ. ରାମପୁର ବ୍ଲକର ୯ଟି ମୋଟ୍‌ ୧୧ଟି ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ, ପୂର୍ବତନ ସରପଞ୍ଚ, ବରିଷ୍ଠ ନାଗରିକ, ଚାଷୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି ଓ ଯୁବଗୋଷ୍ଠୀଙ୍କୁ ନେଇ ମଦନପୁରକୁ ନୂତନ ବ୍ଲକ ଗଠନ ନିମନ୍ତେ ଏକ ସର୍ବଦଳୀୟ ସ୍ବତନ୍ତ୍ର ବୈଠକ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ ଜନସଂଖ୍ୟା, ଭୌଗୋଳିକ ସ୍ଥିତି, ସରକାରୀ ଜାଗା, ପ୍ରତ୍ୟେକ ଦୃଷ୍ଟିକୋଣରୁ ସମସ୍ତ ଗାଇଡ୍‌ଲାଇନ୍‌ ପୂରଣ କରୁଥିବାରୁ ଏବଂ ୧୧ଟି ପଞ୍ଚାୟତର ମଧ୍ୟସ୍ଥ ସ୍ଥାନ ହୋଇଥିବାରୁ ମଦନପୁରକୁ ବ୍ଲକ ପାଇଁ ଦାବିଦାର ବୋଲି ଆଲୋଚନା କରିବା ସହିତ ଆଗାମୀ ଦିନର କାର୍ଯ୍ୟଖସଡ଼ା, ଗ୍ରାମ୍ୟ କମିଟି, ନାରୀ ଶକ୍ତି କମିଟି ଗଠନ ପାଇଁ ଯୋଜନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଆବାହକ ହରି ମହାନନ୍ଦ ପରିଚାଳନା କରିଥିବାବେଳେ ବିଭିନ୍ନ ପଞ୍ଚାୟତରୁ ଭୀମସେନ ସାହୁ, ଜୟରାମ ମହାନନ୍ଦ, ବିଶ୍ୱମ୍ବର ରଣା, ସୁନନ୍ଦ ପଧାନ,ସହଦେବ ପାଢ଼ୀ, ଜନ୍ମେଜୟ ରଣା, ଗଙ୍ଗାଧର ରଣା, ବିକ୍ରମ ପଧାନ, କ୍ଷେତ୍ରମୋହନ ସାହୁ, ସୁନୀଲ ଧଙ୍ଗଡ଼ା ମାଝୀ, ସରୋଜ ବେହେରା, ପ୍ରଦୀପ କୁମାର ସାହୁ, ବନମାଳୀ ସିଂ, ଯୁବନେତା ଆଶିଷ ଦଣ୍ଡିଆ ନିଜ ସହଯୋଗ ଓ ମତାମତ ପ୍ରଦାନ କରିଥିଲେ। ମଦନପୁରକୁ ନୂତନ ବ୍ଲକ ଘୋଷଣା ନ କରିବା ପର୍ଯ୍ୟନ୍ତ ଏ ସଂଗ୍ରାମ ଜାରି ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?