ବଢୁଛି କଳାହୀରାର କଳାବଜାର
ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୨ା୧: କଳାହୀରା ଭାବେ ପରିଚିତ କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି। ଗତ କିଛି ଦିନ ହେଲା ଜିଲାର ପାଣିକୋଇଲି ଓ କୋରେଇ ଥାନା ଅଞ୍ଚଳରେ ଚୋରା କୋଇଲାର ଡିପୋ ଓ ଚୋରା ଚାଲାଣ କାରବାର…
ପ୍ରସବ ପରେ ଡାକ୍ତରଖାନାରେ ସ୍ତ୍ରୀ ଆଉ ନବଜାତ ପୁଅକୁ ଛାଡ଼ି ପଳାଇଲେ ସ୍ୱାମୀ, କାର୍ଯ୍ୟାନୁଷ୍ଠାନ ପାଇଁ CWC ଦେଲା ଚେତାବନୀ
ଯାଜପୁର,୧୧ା୧: ଡାକ୍ତରଖାନାରେ ନବଜାତ ଶିଶୁପୁତ୍ର ଏବଂ ସ୍ତ୍ରୀକୁ ଛାଡି ପଳାଇଲେ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଚିକିତ୍ସାଳୟରେ। ମହିଳା ଏବଂ ତାଙ୍କ ନବଜାତ ଶିଶୁପୁତ୍ର ମେଡିକାଲ ବେଡରେ ଛାଡି ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ…
୬୩.୨୫ କୋଟିର ହିସାବ ମିଳିନି
ଯାଜପୁର,୧୦।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌର ପରିଷଦରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ସମେତ ଏକ ମେଗା ପ୍ରକଳ୍ପ କାର୍ଯ୍ୟରେ ୧ କୋଟି ୩୦ ଲକ୍ଷ…
ଫେବୃଆରୀ ୬ରୁ ଓଳାଶୁଣୀ ଗୁମ୍ଫା ମେଳା
ଚଣ୍ଡିଖୋଲ,୧୦।୧(ପ୍ରଦୀପ୍ତ କୁମାର ପୃଷ୍ଟି): ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଆସନ୍ତା ଫେବୃଆରୀ ୬ରୁ ଆରମ୍ଭ ହେବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଡୁଥିବାରୁ ପରମ୍ପରା ଅନୁଯାୟୀ ସେଦିନଠାରୁ ଓଳାଶୁଣୀ ଗୁମ୍ଫା…
ଷଣ୍ଢ କଚାଡ଼ି ମାରିଲା
ଯାଜପୁର,୯।୧: ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ। ମୃତକ ଦେଓଦା ଗ୍ରାମର ଅଲେଖ ମଲିକ (୬୫)। ଷଣ୍ଢ ଫସଲ ନଷ୍ଟ କରୁଥିବା ବେଳେ ଅଲେଖ ତାଙ୍କୁ…
ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର ଯୁଦ୍ଧ
ଯାଜପୁରରୋଡ୍,୮ା୧(ପବିତ୍ର ରଞ୍ଜନ ମହାନ୍ତି): ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀମାନଙ୍କ ମଧ୍ୟରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳୁଛି। କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀର ସହରଠୁ ଗାଁ ଯାଏ ବିଭିନ୍ନ ଛକରେ…
ବେଧଡ଼କ ବାଲି ଚୋରା ଚାଲାଣ
ଯାଜପୁର ସଦର,୮ା୧(ସମର ବିଜୟ ଶରଣ): ଯାଜପୁର ବ୍ଲକ୍ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁର-କୁଆଖିଆକୁ ସଂଯୋଗ କରୁଥିବା ଖରସ୍ରୋତା ନଦୀର ରାଜଘାଟଠାରେ ଥିବା ସେତୁ ନିକଟରୁ ବେଧଡ଼କ ବାଲି ଉଠାଯାଇ ଚୋରା ଚାଲାଣ କରାଯାଉଛି। ଏଥିଯୋଗୁ ସେତୁ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି।…
ଖଣି, ଶିଳ୍ପାଞ୍ଚଳ ବାସିନ୍ଦା ଯକ୍ଷ୍ମା କବଳିତ
ଯାଜପୁର,୮ା୧ (ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ୧୯୯୫ରୁ ଶିଳ୍ପାୟନ ଆରମ୍ଭ ହୋଇଛି। ଏହାର ବହୁ ପୂର୍ବରୁ ଜିଲାର ସୁକିନ୍ଦା ଅଞ୍ଚଳରେ ଖଣି ଖନନ ଆରମ୍ଭ ହୋଇଥିଲା। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଊର୍ଦ୍ଧ୍ୱ ଇସ୍ପାତ…
୧୭ ବର୍ଷରୁ କମ୍ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ
ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଖେଳାଳିଙ୍କ ସହ ତେଲଙ୍ଗାନ ରାଜ୍ୟଗସ୍ତରେ ଅଛନ୍ତି।…
ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ ବର୍ଷର ଭଉଣୀ,ଭାଇ
ଯାଜପୁର ୬।୧: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସମ୍ମୁଖରେ ଦୁଇ ଭଉଣୀ ଭାଇ ଖେଳୁଥିବା ସମୟରେ ଘର ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ । ଘର ଲୋକ ଦେଖି…
କାମ ନ ସରୁଣୁ ଭାଙ୍ଗୁଛି କଂକ୍ରିଟ, ଉଠିଯାଉଛି ପିଚୁ
ଯାଜପୁର,୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପାଣିକୋଇଲି ରାସ୍ତା ଓ କୋଠାବାଡି (ଆରଏଣ୍ଡ ବି) ବିଭାଜନ ଅଧୀନରେ ଚାଲିଥିବା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। କେଉଁଠି ଗୁପ୍ତ ଟେଣ୍ଡର କରି ଅନେକ କୋଟି ଟଙ୍କାର…
ଖୋଲା କୂଅ ପାଣି ପିଉଛନ୍ତି ଗ୍ରାମବାସୀ
ଯାଜପୁର,୫ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଐତିହାସିକ ବଳରାମପୁରଗଡ଼ ଗ୍ରାମବାସୀ ଖୋଲା କୂପ ପାଣି ପିଉଛନ୍ତି। ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍ଏସ୍) ବିଭାଗୀୟ…
Archives


