ଅବଧି ପରେ ବି ସରୁନି ରାସ୍ତା କାମ

କୋରେଇ,୩ା୨(ଚନ୍ଦ୍ରକାନ୍ତ ପତି): ଗ୍ରାମାଞ୍ଚଳରେ ସୁଦୃଢ଼ ଗମନାଗମନ ବ୍ୟବସ୍ଥା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ପ୍ରଣୀତ ହୋଇଛି। ଏହି ୨ ଯୋଜନା ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି। ହେଲେ ବିଭାଗର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଅବଧି ସରିଥିଲେ ମଧ୍ୟ ରାସ୍ତା କାମ ସରି ପାରୁନାହିଁ। ଫଳରେ ସରକାରଙ୍କ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି।
କୋରେଇ ବ୍ଲକ ଅଧୀନରେ ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରାୟ ୮୦ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଆର୍ଥିକ ବର୍ଷ ୨୦୨୨-୨୩ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୫୯ କୋଟି ଟଙ୍କାରେ ୧୩ ଟେଣ୍ଡର କରାଯାଇଛି। ଏଥିରେ ମୁଖ୍ୟତଃ ୧୦ ପିଏମ୍‌ଜିଏସୱାଇ ଅନ୍ତର୍ଭୁକ୍ତ ହୋଇଥିବାବେଳେ ୩ ଏମ୍‌ଏମ୍‌ଏସ୍‌ୱାଇ ରହିଛି। ୧୬ ନମ୍ବର ଜାତୀୟ ରାଜପଥଠାରୁ ହାଟସାହି ଭାୟା ସୋତି, ତାରାକୋଟଠାରୁ ପୂର୍ବକୋଟ, କୋରେଇଠାରୁ ୨୧୫ ନମ୍ବର ଜାତୀୟ ରାଜପଥ ଭାୟା ମୂଳସରଗଡ଼ା ଜଇଁତଳ, ଉତ୍ତରଖଜୁରିଆଠାରୁ ସୁନ୍ଦରପୋଖରୀ ଭାୟା ତାରାକୋଟ, ପାଣିକୋଇଲି-ପୂର୍ବକୋଟ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଏନ୍‌ଏଚ୍‌ ୨୧୫- ଭାୟା ଉଚିନ୍ଦା, ମୁଲରୀ, ବେଗନା, ମୃତ୍ୟୁଞ୍ଜୟପୁର, ରଗଡ଼ି-ପାଣିକୋଇଲି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ, ଧନେଶ୍ୱରଠାରୁ ବଡ଼ବିରୁଆଁ, ଇଚ୍ଛାପୁରଠାରୁ ଯୁଗଳ ଭାୟା ମଞ୍ଜୁରୀ, ଯୁଗଳକଣା, ଖୋସଲପୁର, କନ୍ତୋର, ଗଜେନ୍ଦ୍ରପୁର, ଏନ୍‌ଏଚ୍‌ ୨୧୫ଠାରୁ ଫର୍ତ୍ତିପୁର ଓ ଅମୃତିଆ ଭାୟା ଆଲିଆ, ବେଗନା, ମହୁଲିଆ ଆଦି ୧୦ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ଚାଲିଛି। ସେହିପରି ଶଙ୍ଖଚିଲାଠାରୁ ତଣ୍ଡ୍ରା ବରେଇ ରାସ୍ତା, ଏନ୍‌ଏଚ୍‌ ୨୧୫ ଅନ୍ଧାରିଠାରୁ କିଆପଦା ଭାୟା ସାହାଡ଼ାକୋଳି ରାସ୍ତା ଏବଂ ରଗଡ଼ି ପାଣିକୋଇଲି ପୂର୍ତ୍ତ ବିଭାଗ ରାସ୍ତାଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ରାସ୍ତା ନିର୍ମାଣ ହେଉଛି। ହେଲେ ଉପରୋକ୍ତ ରାସ୍ତାଗୁଡିକର ନିର୍ଦ୍ଧାରିତ ସମୟସୀମା ଶେଷ ହୋଇ ରକ୍ଷଣାବେକ୍ଷଣ ତାରିଖ ଆରମ୍ଭ ହୋଇସାରିଥିଲେ ହେଁ କୌଣସି ସ୍ଥାନରେ କାମ ସମ୍ପୂର୍ଣ୍ଣ ହୋଇନାହିଁ। ଅନେକ ସ୍ଥାନରେ ଠିକାଦାର କେବଳ ଧର୍ମକୁ ଆଖିଠାର ସଦୃଶ କାମ କରି ବିଲ ହାତେଇ ନେଉଛନ୍ତି।
ଏଥିରୁ ଏନ୍‌ଏଚ୍‌ ୨୧୫ ଅନ୍ଧାରୀ ଛକଠାରୁ କିଆପଦା ଭାୟା ସାହାଡ଼ାକୋଳି ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏହି କାମରେ ଠିକାଦାର ଆବଶ୍ୟକ ପିଚୁ ବ୍ୟବହାର କରି ନ ଥିବାରୁ କେତେକ ସ୍ଥାନରେ ଗୋଡ଼ ମାରିଲେ ପିଚୁ ଉଠିଯାଉଛି। ସେହିପରି ରଗଡ଼ି-ପାଣିକୋଇଲି ପୂର୍ତ୍ତ ବିଭାଗ ରାସ୍ତାଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ରାସ୍ତାଟି ମଧ୍ୟ ଅନୁରୂପ ଭାବେ କାମ ଚାଲିଛି। କେତେକ ସ୍ଥାନରେ ସାଇଡ୍‌ ଫିଲିଂ ନାମରେ ମୋରମ ବଦଳରେ ଜୋରବାଲି ଦେଇ ଠିକାଦାର କାମ ଚଳେଇ ଦେଇଛନ୍ତି। ଅଧିକାଂଶ ଜାଗାରେ ଗୋଡ଼ ମାରୁମାରୁ ଫଡ଼ାଫଡ଼ା ହୋଇ ପିଚୁଉଠୁଛି। ରଗଡ଼ି-ପାଣିକୋଇଲି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ ରାସ୍ତାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଷ୍ଟିମେଟ୍‌ ଅନୁଯାୟୀ ପିଚୁ, ପ୍ରାଇମର୍‌, ଚିପ୍ସ, ବଜୁରୀ ବ୍ୟବହାର ନ କରି ଜେନେତେନ ପ୍ରକାର କାମ କରି ସିଂହଭାଗ ଅର୍ଥ ହରିଲୁଟ କରିବାକୁ ମସୁଧା କରାଯାଇଛି। କାମ ଚାଲିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ଠିକାଦାରଙ୍କୁ ବେଶ ସୁହାଉଛି। ଏନେଇ ଲୋକେ ଅଭିଯୋଗ କଲେ ମଧ୍ୟ ଠିକାଦାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ତେଣୁ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥିବା କେତେଜଣ ଯନ୍ତ୍ରୀ ଓ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବିପୁଳ ଆୟ ବର୍ହିଭୂତ ସମ୍ପତ୍ତିଠାବ ହୋଇପାରନ୍ତା ବୋଲି କୁହାଯାଉଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ବାସନ୍ତୀମଣି ହଂସଦାଙ୍କୁ ପଚାରିବାରେ ସେ କହିଛନ୍ତି, ଠିକାଦାରମାନେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ପାଇଁ ଆବେଦନ କରିଛନ୍ତି। ଏହାଛଡ଼ା ସମସ୍ତ କାମ ଠିକ ଭାବେ ଚାଲୁଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?