ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ବାଟବଣା

କାଏମା,୨ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେତେଜଣ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ପାଇଁ ସେବା ବାଟବଣା ହେଉଛି। ଫଳରେ ରୋଗୀ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ଜାରକା ଛକରୁ କିଛି ଦୂରତାରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଅବସ୍ଥିତ। ଅନେକ ସମୟରେ ଦୁର୍ଘଟଣାଜନିତ ରୋଗୀ ଏଠାକୁ ଆସିଥାନ୍ତି। ଅନ୍ୟପକ୍ଷରେ ଏହା ଅଧୀନରେ ରହିଛି ୧୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ତେଣୁ ସବୁ ସମୟରେ ରୋଗୀଙ୍କ ଭିଡ଼ ହେଉଛି। ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳର ରୋଗୀ ଆସୁଥିଲେ ବି ସେମାନେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ରାତିରେ ଡାକ୍ତରଙ୍କ ଅଭାବ ଦେଖାଦେଉଥିଲା। ବର୍ତ୍ତମାନ ଡାକ୍ତର ଉପସ୍ଥିତ ଥିଲେ ବି କେତେଜଣ ଷ୍ଟାଫ୍‌ ଓ ନର୍ସଙ୍କ ଖାମଖିଆଲି ମନୋଭାବ ପାଇଁ ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକଙ୍କ ଜୀବନ ବି ଚାଲିଯାଉଛି।
ଚିକିତ୍ସା ଅବହେଳାରୁ ନଭେମ୍ବର ୬ରେ ଏଠାରେ ଜନ୍ମର ଚାରିଦିନ ପରେ ଏକ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଶିଶୁ କାନ୍ଦିବାରୁ ତାଙ୍କ ମା’ଡାକ୍ତରଙ୍କୁ ଖୋଜିଥିଲେ। କିନ୍ତୁ ପାଇ ନ ଥିଲେ। ପରେ ନର୍ସଙ୍କୁ ଡାକିଥିଲେ। ହେଲେ କେହି ଶୁଣି ନ ଥିଲେ। ଫଳରେ ସକାଳୁ ନବଜାତ ଶିଶୁ ଆଖିବୁଜି ଦେଇଥିବା ତାଙ୍କ ମା’ଅଭିଯୋଗ କରିଥିଲେ। ସେହିପରି ଜାନୁଆରୀ ୨୩ ରାତି ୧୧ଟାରେ ଉତ୍ତରଶାସନ ଗ୍ରାମର ଜଣେ ମହିଳା ପେଟଯନ୍ତ୍ରଣାରେ ଛଟପଟ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ। କିନ୍ତୁ ଗାଡ଼ି ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ସେବା ପାଇଁ ପରିବାର ଲୋକେ ଯୋଗାଯୋଗ କରିଥିଲେ। ଏହି ସମୟରେ ଡାକ୍ତରଖାନା ପରିସରରେ ୩ ଆମ୍ବୁଲାନ୍ସ ଥିବା ଦେଖି ମହିଳାଙ୍କ ବାପା ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମେଡିକାଲ ନେବାକୁ ନିବେଦନ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ପରେ ରୋଗୀଙ୍କ ପରିବାର ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଡ଼ି ଉପଲବ୍ଧ ନ ଥିବା କୁହାଯାଇଥିଲା। କିଛି ସମୟ ପରେ ପୁନର୍ବାର ଯୋଗାଯୋଗ କରିବାରୁ ରସୁଲପୁର ବ୍ଲକରୁ ଗାଡ଼ି ଆସିବ ବୋଲି କୁହାଯାଇଥିଲା। ରସୁଲପୁର ବ୍ଲକଠାରୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୂରତା ୧୧ କିଲୋମିଟର ହୋଇଥିଲେ ବି ଯୋଗାଯୋଗର ୧ ଘଣ୍ଟା ୧୦ମିନିଟରେ ଆମ୍ବୁଲାନ୍ସ ଆସିଥିଲା। ହେଲେ ବଡ଼ ଅଶ୍ଚର୍ଯ୍ୟର କଥା ଯେଁଉ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମହିଳାଙ୍କ ବାପା ନିବେଦନ କରିଥିଲେ ସେହି ଗାଡ଼ି ଆସି ପହଞ୍ଚି ଥିଲା। ସେ ସମୟରେ ଉପସ୍ଥିତ ଲୋକେ ପଚାରିବାରୁ ଡ୍ରାଇଭର ଜଣଙ୍କ ରାଗି ଯାଇ ଖରାପ ବ୍ୟବହାର କରିଥିଲେ ବୋଲି ମହିଳାଙ୍କ ବାପା କହିଛନ୍ତି।
ସେହିପରି ଅନ୍ୟ ଏକ ଘଟଣା ଜାନୁଆରୀ ୨୮ରେ ଘଟିଥିଲା। କାଏମା ଅଞ୍ଚଳର ଜଣେ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ତାଙ୍କ ପେଟ ସମସ୍ୟା ଜଣାଇଥିଲେ। ସାତ ଦିନ ତାଙ୍କର ଝାଡ଼ା ନ ହେବାରୁ ପେଟ ଫମ୍ପେଇ ଦେଇଥିଲା। ଡାକ୍ତର ଦେଖିବା ପରେ ତାଙ୍କୁ ଏନେମା ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଏନେମା ସ୍ବାସ୍ଥ୍ୟକେନ୍ଦ୍ରରେ ନ ଥିବାରୁ ତାଙ୍କ ପରିବାର ବାହାରୁ କିଣି ଆଣି ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ସନାତନ ସାହୁଙ୍କୁ ଦେଇଥିଲେ। ହେଲେ ସେ ଏହାକୁ ଦେଇପାରିବେନି, ଅନ୍ୟ କାହାକୁ କୁହ ବୋଲି କହିଥିଲେ। ତେଣୁ ରୋଗୀଙ୍କ ପରିବାର ପକ୍ଷରୁ ସେ କହିଥିବା କର୍ମଚାରୀଙ୍କୁ ଯାଇ ଭେଟିଥିଲେ। ସେ ସମୟରେ ଦୁଇ କର୍ମଚାରୀ ଜଣେ ମହିଳା ଓ ପୁରୁଷଥିଲେ। ସେମାନେ କହିଥିଲେ, ଏହା ତାଙ୍କ କାମ ନୁହେଁ। କେବଳ ଇଞ୍ଜେକ୍ସନ ଦେବା ପାଇଁ ଉଭୟେ ଅଛନ୍ତି ବୋଲି ଉତ୍ତର ଦେଇଥିଲେ। ଏହା ଆଉ ଜଣେ ଦେଇପାରିବ ବୋଲି କହିଥିଲେ। ହେଲେ ସେ ବର୍ତ୍ତମାନ ନାହାନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଲାଗି ନ ଥିଲା। ଏତେ ଖୋଜାଖୋଜି ବେଳକୁ ପ୍ରାୟ ଏକ ଘଣ୍ଟା ବିତି ଯାଇଥିଲା। ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି କେହି ଶୁଣି ନ ଥିଲେ। ପରେ ରୋଗୀଙ୍କ ପରିବାର ସହ ପରିଚିତ ଜଣେ କର୍ମଚାରୀ ଆସି ତାଙ୍କ କଥା ବୁଝିବାରୁ ଚିକିତ୍ସା କରାଯାଇଥିଲା।
ଏ ସମ୍ପର୍କରେ ଯାଜପୁର ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କୁ ପଚାରିବାରୁ ସେ କିଛି କହିପାରିବେନି, ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କହିପାରିବେ ବୋଲି ମତ ରଖିଥିଲେ। ପ୍ରତିକ୍ରିୟା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମାନସ ରଞ୍ଜନ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କଠାରୁ କିଛି ଉତ୍ତର ମିଳି ପାରିନାହିଁ। ତେଣୁ ଏହି ସମସ୍ୟା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?