ସୁକିନ୍ଦା ବିହନ ଫାର୍ମରେ ତାଲା

ଯାଜପୁର,୪ା୨(ହର୍ଷବର୍ଦ୍ଧନ ବେହେରା):ଏସିଆ ମହାଦେଶର ସର୍ବବୃହତ୍‌ ସୁକିନ୍ଦା ବିହନ ଉତ୍ପାଦନ ଫାର୍ମରେ ତାଲାପଡ଼ିଛି। ରାଜନୈତିକ ଓ ପ୍ରଶାସନିକ ଅବହେଳା କାରଣରୁ ଏହି ଫାର୍ମରେ କାମ କରି ଜୀବିକା ନିର୍ବାହ କରୁଥିବା ଶତାଧିକ ଶ୍ରମିକ ନିଃସହାୟ ହୋଇ ପଡ଼ି ରହିଛନ୍ତି। କେତେଜଣ ଜୀବିକା ଆଶାରେ ଦାଦନ ଖଟିଯିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ଦାଦନ ଖଟିଯାଇ ସେଠାରେ ଶ୍ରମିକମାନେ ନିର୍ଯାତନାର ଶିକାର ହେଉଥିବା ନଜିର ରହିଛି। ଏହାବାଦ୍‌ ପ୍ରସ୍ତାବିତ ମେଗା ନର୍ସରୀ ପ୍ରକଳ୍ପ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ମାମଲାରେ ଛନ୍ଦି ହୋଇ ଦର୍ପଣୀକୁ ସ୍ଥାନାନ୍ତର ହେବା ପରେ ସୁକିନ୍ଦା ବିହନ ଫାର୍ମକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ଜିଲା ସୁକିନ୍ଦା ବ୍ଲକ ଦାମୋଦରପୁରଠାରେ ୧୯୪୮ରେ ବିହନ ଉତ୍ପାଦନ କ୍ଷେତ୍ର (ସୁକିନ୍ଦା ବିହନ ଫାର୍ମ )ପ୍ରତିଷ୍ଠା ହୋଇଥିଲା। ଉକ୍ତ ଫାର୍ମରେ ଧାନ, ମୁଗ, ବିରି, ବାଜରା, କୋଳଥ, ଚିନାବାଦାମ, କଖାରୁ, ବୋଇତାଳୁ, ନଳିତା, ଧଣ୍ଡିଚା, ମକା, ସୋରିଷ ଇତ୍ୟାଦି ବିଭିନ୍ନ ଚାଷ ହେଉଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ମୂଳଖମ୍ବ, ଦାମୋଦରପୁର, କୁହିକା, ପିମ୍ପୁଡିଆ, ବନ୍ଧଗାଁ, ମାଣତିରା, ନୋଟିସାହି, ଗୋଡିସାହି, ଆମ୍ବପାଳ, ଅର୍ଜୁନଝର, ନୂଆଡ଼ିହ, ଗନ୍ଧାପାଳ, ମଙ୍ଗଳପୁର, କଞ୍ଚିଚୁଆଁ, ପୁବଳ ଆଦି ଗ୍ରାମର ମହିଳା ଶ୍ରମିକଙ୍କୁ ନିୟୋଜିତ କରି ତୋଳି ରୁଆ ପୋତା, ଫସଲ ବାଛିବା, ଅମଳ କରିବା ପର୍ଯ୍ୟନ୍ତ କାର୍ଯ୍ୟ ହେଉଥିଲା। ଏଥିରେ ମହିଳା ଶ୍ରମିକମାନେ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ସେହିଭଳି ହଳ ବୁଲେଇବା, ସାର ଔଷଧ ପକେଇବା ଓ ଅନ୍ୟାନ୍ୟ କାମ ନିମନ୍ତେ ପୁରୁଷ ଶ୍ରମିକମାନେ ମଧ୍ୟ ଉପକୃତ ହୋଇ ପାରୁଥିଲେ। ଏହିକ୍ରମରେ ସୁକିନ୍ଦା ବିହନ ଫାର୍ମ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଥିଲା। କିନ୍ତୁ ରାଜ୍ୟ ସରକାର ଜୁଲାଇ ୨୦୧୬ରେ ଏହି ଫାର୍ମର ଚାଷ ଜମିକୁ ନ୍ୟାଶନାଲ ସିଡ଼ସ କର୍ପୋରେଶନ ସଂସ୍ଥାକୁ ହସ୍ତାନ୍ତର କରିଥିଲେ। ଉକ୍ତ ସଂସ୍ଥା ଶ୍ରମିକଙ୍କୁ ଅଣଦେଖା କରି କିଛି ଦିନ କେବଳ ଧାନ, ହରଡ଼ ଚାଷ କରିଥିଲା। ଫଳରେ ସ୍ଥାନୀୟ ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଭାବେ କାମ ପାଇଁ ଦାବି କରିଥିଲେ। କିନ୍ତୁ ଉକ୍ତ ସଂସ୍ଥା କିଛି ନ ଶୁଣିବାରୁ ଶ୍ରମିକମାନଙ୍କ ହାତରେ ବେଡି ପଡିଥିଲା। ଏଭଳିସ୍ଥଳେ ଉକ୍ତ ସଂସ୍ଥା ନିଜେ କାର୍ଯ୍ୟ ନ କରି ଝାଡ଼ଖଣ୍ଡର ଗୋବିନ୍ଦ ଇଞ୍ଜିନିୟରିଂ ନାମକ ଏକ ଠିକା ସଂସ୍ଥାକୁ କିଛି ଦିନ କାର୍ଯ୍ୟ କରିବାକୁ ଦାୟିତ୍ୱ ଦେଇଥିଲା। ଏହାପରେ ଧିରେଧିରେ ସୁକିନ୍ଦା ବିହନ ଫାର୍ମରେ ବିଭିନ୍ନ ଚାଷ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଟ୍ରଷ୍ଟବୋର୍ଡ ବୈଠକରେ ୧,୦୩,୪୦୦ ପିଜୁଳି ଗଛ ଳଗାଇବାକୁ ଅନୁମତି ମିଳିଥିଲା। ଏହାପରେ ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିରୁ ୯.୭୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ପିଜୁଳି ବଗିଚା ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭୬.୬ ଲକ୍ଷ ଟଙ୍କା ମିଳିଥିଲା। ସେଥିରୁ ୧.୮୩ ଲକ୍ଷ ଟଙ୍କା ଗଭୀର ବୋରୱେଲ ଖନନରେ ଖର୍ଚ୍ଚ ହୋଇଥିଲା। ଏହାସହ କିଛି ପିଜୁଳି ଓ ଅନ୍ୟାନ୍ୟ ଗଛ ଲଗାଯାଇଥିଲା। ପିଜୁଳି ଲଗାଇବା ପୂର୍ବରୁ ଏଠାରେ ଛୋଟଛୋଟ ବୁଦା, କାଜୁ, କିଛି ଖଜୁରୀ ଗଛ ରହିଥିଲା, ଯାହାକି ସଫା କରି ପିଜୁଳି ଗଛ ସହ ୧୭ଟି ବୋରୱେଲ ଖନନ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ୫ ବର୍ଷରେ ପ୍ରାୟ ୨.୫ କୋଟି ଟଙ୍କା ଲାଭ ଆଶା ରହିଥିଲା। ଏହାସହ ୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ ପାଇ ପାରିଥାନ୍ତେ ବୋଲି ଆଶା କରାଯାଇଥିଲା। କିନ୍ତୁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ବ୍ୟବହାର ଅନୁମତି ନ ଥିବା ଦର୍ଶାଇ ଏନ୍‌ଜିଟିରେ (୫୯/୨୦୨୧/ଇଜେଡ)ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ମାମଲା ଉପରେ ୨୩ା୬ା୨୦୨୨ରେ ଚୂଡ଼ାନ୍ତ ଶୁଣାଣି କରି ୨ ମାସ ମଧ୍ୟରେ ଜରିମାନା ଅର୍ଥ ସହ ଏକ ସତ୍ୟପାଠ ଦାଖଲ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ ବିରୋଧରେ ଯାଜପୁର ଜିଲା ପ୍ରଶାସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଣୁ ୨ା୮ା୨୦୨୨ରେ ଯାଜପୁର ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା ଜଙ୍ଗଲ ଜମିରେ ଉକ୍ତ ମେଗା ନର୍ସରୀ ପ୍ରକଳ୍ପକୁ ନ କରି ବଡ଼ଚଣା ବ୍ଲକ୍‌ ଦର୍ପଣୀ ଫାର୍ମରେ ପ୍ରତିଷ୍ଠା କରିବାକୁ ଉଦ୍ୟାନ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ୮ା୮ା୨୦୨୨ରେ କୃଷି ଭବନ ଉଦ୍ୟାନ ନିର୍ଦ୍ଦେଶକ ଉକ୍ତ ପ୍ରସ୍ତାବକୁ ମଞ୍ଜୁର କରି ଓଏମ୍‌ବିଏଡିସିର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏକଦା ସାରା ରାଜ୍ୟକୁ ବିହନ ଯୋଗାଉଥିବା ଉକ୍ତ ଫାର୍ମ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି। ତେଣୁ ସୁକିନ୍ଦା ବିହନ ଫାର୍ମର ପୁର୍ନକାର୍ଯ୍ୟକ୍ଷମ କରିବାକୁ ସାମାଜିକ କର୍ମୀ ବିଶ୍ୱନାଥ ପାତ୍ର କୃଷିସଚିବ ଅରବିନ୍ଦ ପାଢ଼ୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?