କୃଷିଋଣରେ ୧୦% ଚାନ୍ଦା ଅସୁଲି
ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ ପ୍ରଦାନର ପ୍ରାୟ ୧୦% ବ୍ୟାଙ୍କ ଓ ସମିତିର ଉନ୍ନୟନ ନାମରେ ଚାନ୍ଦା ଅସୁଲି…
୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଦର୍ପଣଗଡ଼ ଫେରିଲା ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି
ଚଣ୍ଡିଖୋଲ,୧୧ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଦୀର୍ଘ ୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଶୁକ୍ରବାର ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମକୁ ଫେରିଛି। ଏହାପରେ ଗ୍ରାମରେ ଆନନ୍ଦର ଲହରି ଖେଳିଯାଇଛି। ଗୁରୁବାର ଦିଲ୍ଲୀରେ ମା’ଙ୍କ ମୂର୍ତ୍ତିକୁ…
କାମ ନ ସରୁଣୁ ପାଚେରିରେ ଫାଟ
ଯାଜପୁର,୧୧ା୧୧(ହର୍ଷବର୍ଦ୍ଧନ ବେହେରା): ସହରବାସୀଙ୍କ ଦାବି, ଆନ୍ଦୋଳନ ପରେ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଜଙ୍ଗଲ ଜମିରେ ଏହା ଚାଲିଥିବା ଅଭିଯୋଗ କରି ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ ହେବା ପରେ…
୨ ମାସରେ ହେବ ବୈଷୟିକ ତଦନ୍ତ
ଯାଜପୁର,୧୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ବସତି କଲୋନୀ ନିର୍ମାଣରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମଏଫ୍)ପାଣ୍ଠିର ଅନିୟମିତତା ଅଭିଯୋଗର ବୈଷୟିକ ତଦନ୍ତ ହେବ। ଭିଜିଲାନ୍ସ ପକ୍ଷରୁ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ ଏବଂ ବୈଷୟିକ ତଦନ୍ତ…
ଯାଜପୁର: ବାଇକ ଓ ଟ୍ୟାଙ୍କର ଧକ୍କାରେ ୨ ମୃତ, ଗର୍ଭବତୀ ଗୁରୁତର
ଯାଜପୁର,୯।୧୧: ଯାଜପୁର ସଦର ଥାନା ବରୁହାଁ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ଓ ଟ୍ୟାଙ୍କର ଧକ୍କାରେ ୨ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗର୍ଭବତୀଙ୍କୁ ବାଇକରେ ମେଡିକାଲ ନେଇ ଯାଉଥିବା ବେଳେ…
ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ନୈରାଶ୍ୟଜନକ
ଯାଜପୁର,୭ା୧୧(ହର୍ଷବର୍ଦ୍ଧନ ବେହେରା): ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ୨୦୦୮ରୁ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ଜଙ୍ଗଲ ଉପରେ ନିର୍ଭରଶୀଳ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଓ ଗୋଷ୍ଠୀ…
ନଦୀରେ ଭାସିଯାଉଥିବା ବେଳେ ଯୁବତୀ ଉଦ୍ଧାର
ବରୀ,୬।୧୧(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଚିଙ୍ଗୁଡ଼ିଆ ନଦୀର ଶାଖା ଦୁଧେଇ ନଦୀରେ ଜଣେ ଯୁବତୀ ଭାସିଯାଉଥିବାବେଳେ ଉଦ୍ଧାର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଅବସର ପ୍ରାପ୍ତ ସେନା କର୍ମଚାରୀ ଅକ୍ଷୟ ପଢିହାରି ଓ ଦିଲ୍ଲୀପ ପଢିହାରି ସାହାସିକତା ଦେଖାଇ ଯୁବତୀଙ୍କୁ…
ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ ସୁରେଶଙ୍କ ପରିବାର
କାଏମା,୫ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଭିନ୍ନକ୍ଷମ ସୁରେଶ ମଳିକଙ୍କ ପରିବାର ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ୪୦ ବର୍ଷୀୟ ସୁରେଶଙ୍କ ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ପୁଅଙ୍କୁ ମିଶାଇ ୫ ଜଣ। ସେ ଜନ୍ମରୁ ଭିନ୍ନକ୍ଷମ। ତାଙ୍କ…
ଅଦିନିଆ ବର୍ଷା, ବିଳମ୍ବିତ ହେବ ବାଦାମଚାଷ
ରସୁଲପୁର,୫ା୧୧(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ଅଦିନିଆ ବର୍ଷା ହୋଇଛି। ରବି ଋତୁରେ ଅଣଧାନ ଫସଲ ପାଇଁ ବର୍ଷା ଉପଯୋଗୀ ବୋଲି କୁହାଯାଉଛି। ହେଲେ ଅଧିକ ବର୍ଷା ବର୍ଷିଲେ ପରିବା ଚାଷକୁ କ୍ଷତି ପହଞ୍ଚାଇବା ସହ ବାଦାମ…
ଗାଁରେ ପହଞ୍ଚିଲା ଲୋପାମୁଦ୍ରାଙ୍କ ମୃତଦେହ
ବରୀ,୪।୧୧(ମହେନ୍ଦ୍ର ସ୍ବାଇଁ): ଗତ ମଙ୍ଗଳବାର ରାଜଧାନୀରେ ଦାମୀ ଗାଡ଼ି ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିଲେ। ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ମୃତ ଯୁବତୀ ଜଣଙ୍କ ଯାଜପୁର ଜିଲା ବରୀ ବ୍ଲକ…
କାନପୁର ଡ୍ୟାମ୍ ପାଣିରେ ଚାଲିବ ସ୍ଲରି
ଯାଜପୁର,୪ା୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ବିଭିନ୍ନ ନଦୀଗର୍ଭରୁ ସ୍ଲରି ପାଇପ୍ ଲାଇନ୍ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ବୈତରଣୀ ନଦୀରୁ ୫ଟି ସ୍ଲରି ପାଇପ୍ ଲାଇନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍…
ଅବ୍ୟବସ୍ଥାରେ ଗୋପୀନାଥ ଜୀଉ ଉପ୍ରା ବିଦ୍ୟାଳୟ
ବ୍ରହ୍ମବରଦା,୪ା୧୧(ଯଯାତି କେଶରୀ ବେହେରା): ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତରେ ଥିବା ବାଲିପାଟଣା ଗୋପୀନାଥ ଜୀଉ ନୋଡାଲ ଉପ୍ରା ବିଦ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ୧୯୬୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି। ଚଳିତ…
Archives


