ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ ଜାଲ ତଥ୍ୟ ପ୍ରଦାନ କରି ଆବାସ ହାତେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ହିତାଧିକାରୀ ଶ୍ରୀମତୀ ନାୟକ ଏହି ପଞ୍ଚାୟତରେ କୁଆଖିଆ ବଜାର ୱାର୍ଡର ଜଣେ ବାସିନ୍ଦା ବୋଲି ଦର୍ଶାଇ ଜାଲ୍‌ପଟା ଦେଇ ଆବାସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଘର ନିର୍ମାଣ ପାଇଁ ପ୍ରଥମକିସ୍ତି ବାବଦକୁ ୪୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଅର୍ଥକୁ ବିନିଯୋଗକରି ସେ ମୁଗୁପାଳ ପଞ୍ଚାୟତର ସାରଙ୍ଗପୁର ଗ୍ରାମରେ ହିତାଧିକାରୀ ଘର ନିର୍ମାଣ କରିଥିଲେ।

ଏ ନେଇ ବାହାଦଲାପରୁ ପଞ୍ଚାୟତର ପଦ୍ମଲୋଚନ ନାୟକ ଯାଜପୁର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ରସୁଲପୁର ବିଡିଓ ଅବନୀକାନ୍ତ ସାହୁଙ୍କ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଇଥିଲା। ଏ ନେଇ ବ୍ଲକ ପକ୍ଷରୁ ଗଠନ କରାଯାଇ ଥିବା ତଦନ୍ତକାରୀ ଦଳ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଥିଲେ। ଘର ହାତେଇବା ପାଇଁ ହିତାଧିକାରୀ ତଥା ନାଏବ ସରପଞ୍ଚ ନାୟକ ଅସାଧୁ ଉପାୟ ଅବଲମ୍ବନ କରିଥିବା ଧରାପଡିଛି।

ଏ ନେଇ ବ୍ଲକ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟକୁ ପତ୍ର ଜରିଆରେ ଅବଗତ କରାଯିବା ସହ ପରବର୍ତ୍ତୀ ପଦକ୍ଷେପ ପାଇଁ ଅନୁମତି ଲୋଡା ଯାଇଛି। ତଦନ୍ତ ଚାଲିଥିବା ବେଳେ ଘର କାର୍ଯ୍ୟର ଅଗ୍ରଗତି ନ ଘଟାଇବା ପାଇଁ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ବାରଣ କରାଯାଇଛି। ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ନିକୁଞ୍ଜ ବିହାରୀ ରାଉତଙ୍କ ସୂତ୍ରରୁ ଜଣାପଡିଛି। ହିତାଧିକାରୀଙ୍କୁ ନୋଟିସ ଜାରି କରାଯାଇ ତାଙ୍କ ଠାରୁ ପ୍ରଥମକିସ୍ତି ଅର୍ଥକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ ହିତାଧିକାରୀ ତିଳୋତ୍ତମା ନାୟକ ଏହି ବ୍ଲକର ଭୋଟକା ପଞ୍ଚାୟତ ଅରଡା ଗ୍ରାମର ମୂଳ ବାସିନ୍ଦା ଅଟନ୍ତି ା ଏହି ପଞ୍ଚାୟତର ଭୋଟର ତାଲିକାରେ ତାଙ୍କର ନାମ ରହିଛି। ୧୫ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ମୁଗୁପାଳ ପଞ୍ଚାୟତର ସାରଙ୍ଗପୁର ଗ୍ରାମରେ ସ୍ଥାୟୀ ଭାବେ ରହି ଆସୁଛନ୍ତି। ସେଠାରେ ତାଙ୍କ ନାମରେ ଘରବାଡି ଜମି ରହିଛି। ସେ ଘର ହାତେଇ ଥିବା କୁଆଖିଆ ୱାର୍ଡରେ ତାଙ୍କ ନାମରେ ଘରବାଡି ଜମି ନାହିଁ। ଏହାଛଡା ହିତାଧିକାରୀ ସାରଙ୍ଗପୁର ଗ୍ରାମର ସ୍ଥାୟୀ ବାସିନ୍ଦା ବୋଲି ଜନଗଣନା ସର୍ଭେ ତାଲିକାରୁ ସ୍ପଷ୍ଟ ହୋଇଛି। ସେ ଚଞ୍ଚକତା କରି କୁଆଖିଆ ୱାର୍ଡରେ ଜାଲ ଆଧାର, ଭୋଟର ପରିଚୟପତ୍ର ଓ ଘରବାଡି ପଟା ପ୍ରଦାନ କରିଥିଲେ। ଆବାସ ପାଇଁ ଯୋଗ୍ୟ ହିତାଧିକାରୀ ଚୟନ କରିବା ପାଇଁ ଗଠିତ ୩ଜଣିଆ କମିଟିଙ୍କୁ ହିତାଧିକାରୀଙ୍କ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କମିଟିକୁ ହସ୍ତଗତ ହୋଇଥିବା ଘରବାଡି ପଟ୍ଟା, ଆଧାରକାର୍ଡ, ବ୍ୟାଙ୍କଜମାଖାତାକୁ ସଠିକ୍‌ ଭାବରେ ଯାଂଚ କରାନଯାଇ ହିତାଧିକାରୀଙ୍କୁ ଯୋଗ୍ୟ କରିଦିଆଯାଇ ଥିଲା। ଏହି ଦିଗରେ ଅଭିଯୋଗ ହେବାପରେ ବ୍ଲକ ପକ୍ଷରୁ ୫ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରେ ଜାଲିଆତି ଧରାପଡିବା ପରେ ହିତାଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ହିତାଧିକାରୀ ନାୟକଙ୍କୁ ପଚାରିବାରୁ ସେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଛନ୍ତି। ପ୍ରଥମକିସ୍ତି ବାବଦକୁ ୪୦ହଜାର ଟଙ୍କା ତାଙ୍କ ଜମାଖାତାକୁ ଆସିଛି ବୋଲି ସ୍ବୀକାର କରିଛନ୍ତି। ଏ ନେଇ ଅଭିଯୋଗ ହୋଇଛି ବୋଲି ସେ ଜାଣିବାକୁ ପାଇଛନ୍ତି। ମାତ୍ର ତାଙ୍କୁ ଏଯାଏଁ ବ୍ଲକ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ନିର୍ବାହୀ ଅଧିକାରୀ ରାଉତଙ୍କ ମତରେ ସେ ସରକାରୀ ଘର ହାତେଇବା ପାଇଁ ଯେଉଁ ପ୍ରମାଣପତ୍ର ଦେଇଥିଲେ ତାକୁ ଆଧାରକରି ଘର ଆବଣ୍ଟନ କରାଯାଇ କାର୍ଯ୍ୟାଦେଶ ଓ ପ୍ରଥମକିସ୍ତି ପ୍ରଦାନ କରାଯାଇଛି। ଅଭିଯୋଗ ଆସିବା ପରେ ତାଙ୍କୁ ଦ୍ୱିତୀୟକିସ୍ତି ପ୍ରଦାନ କରାଯାଇ ନାହିଁ ବୋଲି ମତ ରଖିଛନ୍ତି। ଏହାଛଡା ନାୟକ ବାହାଦଲାପୁର ପଂଚାୟତର ସ୍ଥାୟୀ ବାସିନ୍ଦା ନୁହଁନ୍ତି। ସେ ଭୋଟର ତାଲିକାରେ ତାଙ୍କ ନାମକୁ ଚଞ୍ଚକତା କରି ନାମ ପଞ୍ଜିକରଣ କରିଛନ୍ତି। ସେ କୁଆଖିଆ ୱାର୍ଡରୁ ୱାର୍ଡ ମେମ୍ବର ହୋଇ ନାଏବ ସରପଞ୍ଚ ହୋଇଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ତାଙ୍କର ନାଏବ ସରପଞ୍ଚ ପଦବୀକୁ ରଦ୍ଦ କରାଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ପଦ୍ମଲୋଚନ ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri