କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ ଚାକିରି କରିବା ଅଭିଯୋଗରେ ଧରାପଡି ଜେଲ ଯିବା ସହିତ ଜରିମାନା ଦେବା ଘଟଣା ସାମ୍ନାକୁ ଆସୁଛି । ହେଲେ ଯାଜପୁର ଜିଲାରେ ଏହାର ସେତେଟା ପ୍ରଭାବ ପଡୁନାହିଁ । ଏହି ଜିଲାରେ କେବଳ ଶିକ୍ଷା କ୍ଷେତ୍ରରେ ଅନେକ ଯୁବତୀଯୁବକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଆବଶ୍ୟକ ତଥ୍ୟ ପ୍ରମାଣ ସହ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରାଜନୈତିକ ଚାପରେ ନକଲି ପ୍ରମାଣପତ୍ର ପରବର୍ତ୍ତୀ ସମୟରେ ଅସଲି ହୋଇ ଯାଉଛି। ଏଥିରେ ତଦନ୍ତକାରୀ ଅଧିକାରୀ ଏବଂ ନକଲି ଶିକ୍ଷକଙ୍କ ମଧ୍ୟରେ ଏକ ବଡଧରଣର ଆର୍ଥିକ କାରବାର ହେଉଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁଯାୟୀ, କୋରେଇ ବ୍ଲକ ଅଧୀନ ଅସନଝର ପଞ୍ଚାୟତ ତଥା ଏହି ଗ୍ରାମର ୪ ଜଣ ଯୁବକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରି ଆସୁଛନ୍ତି। ଏନେଇ ଗ୍ରାମର କେତେଜଣ ଯୁବକ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧୀନ ଯଇଁତିରା ପ୍ରାଥମିକ ବିଦ୍ୟାଳୟର ସୁଶାନ୍ତ ନାୟକ, ଗଜେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ରାମଚନ୍ଦ୍ର ପ୍ରଧାନ, ଏସ୍‌କେ ଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ବିପିନ ନାୟକ ଏବଂ ହଳଦୀଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ଦିବାକର ନାୟକ ପ୍ରମୁଖ ୪ ଶିକ୍ଷକ ଦୀର୍ଘବର୍ଷ ହେବ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରିଆସୁଛନ୍ତି । ଏନେଇ ଗ୍ରାମର କେତେଜଣ ସାମାଜିକ କର୍ମୀ ଯାଜପୁର ଜିଲା ଶିକ୍ଷାଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମ୍ପୃକ୍ତ ନକଲି ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ସୁରକ୍ଷିତ ଥିବା ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼କଥା ହେଉଛି ଏନେଇ ଅସନଝର ଗ୍ରାମର ଶତାଧିକ ଗ୍ରାମବାସୀ ପତ୍ର ମାଧ୍ୟମରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆରଡିସି) କଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଠାରେ ମଧ୍ୟ କୌଣସି ତଳିଆ କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେହି ପତ୍ରକୁ ଚାପି ଦେଇଥିବା ଆଲୋଚନା ହେଉଛି । ଏହି ଗ୍ରାମର ପ୍ରଶାନ୍ତ ବେହେରା ନାମକ ଜଣେ ଯୁବକ ସାଧାରଣ ବର୍ଗର ହୋଇ କେନ୍ଦୁଝର ଜିଲା ମଧୁକେଶରୀ ଗ୍ରାମରେ ୨ ଡ଼ିସିମିଲ ଜମି କିଣି ସେଥିରେ ନକଲି ଆଦିବାସୀ ଦର୍ଶାଇ ଗଜପତି ଜିଲା ଆର ଉଦୟଗିରି ବ୍ଲକରେ ଶିକ୍ଷକତା କରିଆସୁଥିଲେ । ଏନେଇ ଧରିତ୍ରୀରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଶିକ୍ଷକ ଜଣକୁ ଗଜପତି ଜିଲା ଶିକ୍ଷାଅଧିକାରୀ ନିଲମ୍ବିତ କରିଥିଲେ । ସେହିପରି ହରିହର ଦଳେଇ ନାମକ ଜଣେ ବ୍ୟକ୍ତି ନକଲି ଆଦିବାସୀ ପ୍ରମାଣପତ୍ର ବଳରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ବଦଳି କରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ସଂପୃକ୍ତ ଅଧିକାରୀ ମୋଟା ଅଙ୍କର ଲାଞ୍ଚ ନେଇ ତାଙ୍କୁ ସୁରକ୍ଷିତ ରଖିବାକୁ କେବଳ ବଦଳି କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଏହି ଗ୍ରାମରୁ ୨ ଜଣ ଶିକ୍ଷକଙ୍କୁ ନକଲି ଜାତିଗତ ପ୍ରମାଣପତ୍ର ଆଧାରରେ ଚାକିରି କରୁଥିବା ଅଭିଯୋଗରେ ତତ୍କାଳୀନ ଯାଜପୁର ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ନିଲମ୍ବନ କରିଥିଲେ। ତଦନ୍ତରେ ଶିଥିଳତା ଏବଂ ଅଧିକାରୀମାନଙ୍କ ଲାଭଖୋର ମନୋଭାବ ପାଇଁ ରାଜ୍ୟରେ ଏହିପରି ଅନେକ ଉଦାହରଣ ରହିଥିବା ମତପ୍ରକାଶ ପାଇଛି । ଏନେଇ ଜିଲା ଶିକ୍ଷା ଅଧିକାରିଣୀ ନିବେଦିତା ପାଣିଙ୍କୁ ପଚାରିଲେ ସେ କୁହନ୍ତି ତଦନ୍ତ ଚାଲିଛି, ଠିକ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri