୩୩ ବର୍ଷ ହେଲା ରାସ୍ତା ନିର୍ମାଣ ହୋଇପାରୁନି

ପ୍ରୀତିପୁର,୬।୧୨(ସୁଶାନ୍ତ ବେହୁରିଆ):ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ବିସିଜେ ହାଇସ୍କୁଲ ଛକଠାରୁ ଦଶରଥପୁର ବ୍ଲକର ବଡ଼ କୁଁଆଲ ଗାଁ ପର୍ଯ୍ୟନ୍ତ ରାସ୍ତା ୩୩ ବର୍ଷ ହେବ ନିର୍ମାଣ ହୋଇପାରୁନାହିଁ। ଏନେଇ ଜରି, ଛାନ୍ଦମୁଣ୍ଡ, ବାଙ୍ଗରା, କୁସୁନପୁର, କଣ୍ଟିତର ଓ ଗୁଣ୍ଡୁରିପଡ଼ା ଆଦି ଗ୍ରାମର ଶତାଧିକ ଗ୍ରାମବାସୀ ଜରିର ପ୍ରାକ୍ତନ ସରପଞ୍ଚ ଭୁବନାନନ୍ଦ ସାମଲଙ୍କ ନେତୃତ୍ୱରେ ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ପ୍ରଦାନ ପରେ ଜିଲାପାଳ ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ୍‌ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କୁ ଡାକି ଅବିଳମ୍ବେ ରାସ୍ତା ପାଇଁ ଜମି ହରାଉଥିବା କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରି ୨ ମାସ ମଧ୍ୟରେ ଟେଣ୍ଡର ଡାକି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦଳାଇ ବିଞ୍ଝାରପୁର ଉପଖଣ୍ଡ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ମଲ୍ଲିକଙ୍କୁ କ୍ଷେତ୍ର ପରିଦର୍ଶନ କରି ଜମି ହରାଉଥିବା କ୍ଷତିଗ୍ରସ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରି ତୁରନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି।
ଗ୍ରାମବାସୀ ଦେଇଥିବା ଦାବିପତ୍ରରେ ଦର୍ଶାଇଛନ୍ତି, ୧୯୯୦ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇ ଉକ୍ତ ରାସ୍ତା କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ସେତେବେଳେ ଜରି, ବାଙ୍ଗରା, ଛାନ୍ଦମୁଣ୍ଡ, କୁସୁନପୁର, କଣ୍ଟିତର, ଗୁଣ୍ଡୁରପଡ଼ା ଆଦି ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିଲା। ଏହି ରାସ୍ତା ନିର୍ମାଣହେଲେ ଚାଷୀଙ୍କ ଗମନାଗମନ ଓ ପରିବହନ କାର୍ଯ୍ୟ ସୁବିଧା ହେବା ସହିତ ରାସ୍ତାଦେଇ ମଙ୍ଗଳପୁର-ସିଂହପୁର-କଣ୍ଡିଆ ଆଦି ବଜାରକୁ ଯିବାକୁ ବହୁ କମ୍‌ ସମୟ ଲାଗିବ। ଏହାବ୍ୟତୀତ ବାଙ୍ଗରା ପଞ୍ଚାୟତ ସଦର ମହକୁମାକୁ ଆସିବାକୁ କୁସୁନପୁର, କଣ୍ଟିତର ଓ ଗୁଣ୍ଡୁରପଡ଼ା ଲୋକଙ୍କର ସବୁଦିନିଆ ରାସ୍ତା ହୋଇପାରିବ। କିନ୍ତୁ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀମାନେ ଶେଷ କରିପାରିଲେ ନାହିଁ। ରାସ୍ତା କାମ ପାଇଁ ଆସୁଥିବା ଅନୁଦାନ ହଡ଼ପ ହେବାରୁ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଗଲା। ରାସ୍ତାଟି ଦୀର୍ଘ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିବା ପରେ ସରକାର ତାହାକୁ ୨୦୧୧ରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ହେଲେ ଜମି ଅଧିଗ୍ରହଣ ନ କରାଯିବା ଦ୍ୱାରା ରାସ୍ତା କାର୍ଯ୍ୟ କରାଯାଇ ପାରୁନାହିଁ। ଫଳରେ ପ୍ରାୟ ୧୦ ବର୍ଷ ହେବ କୁସୁନପୁର ଓ ମିଶ୍ର ପୋଖରୀଠାରେ କେବଳ ଦୁଇଟି ସେତୁ ନିର୍ମାଣ ହୋଇପଡ଼ିଛି। ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଦାବିପତ୍ର ପଠାଯାଇଥିଲେ ମଧ୍ୟ ସେମାନଙ୍କ ଉଦାସୀନତା ଯୋଗୁ ରାସ୍ତାଟି ପୂର୍ଣ୍ଣାଙ୍ଗ ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଯେଉଁ ୨/୩କି.ମି. ରାସ୍ତା ନିର୍ମାଣ ହୋଇଛି, ତାହା ନିମ୍ନମାନର କାର୍ଯ୍ୟ ଯୋଗୁ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପିଚୁ ଉଠିଯିବାରୁ ଏହା ମଧ୍ୟ ଗମନାଗମନ ପାଇଁ କାଳକ୍ରମେ ଅନୁପଯୁକ୍ତ ଅବସ୍ଥାକୁ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri