୩୩ ବର୍ଷ ହେଲା ରାସ୍ତା ନିର୍ମାଣ ହୋଇପାରୁନି

ପ୍ରୀତିପୁର,୬।୧୨(ସୁଶାନ୍ତ ବେହୁରିଆ):ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ବିସିଜେ ହାଇସ୍କୁଲ ଛକଠାରୁ ଦଶରଥପୁର ବ୍ଲକର ବଡ଼ କୁଁଆଲ ଗାଁ ପର୍ଯ୍ୟନ୍ତ ରାସ୍ତା ୩୩ ବର୍ଷ ହେବ ନିର୍ମାଣ ହୋଇପାରୁନାହିଁ। ଏନେଇ ଜରି, ଛାନ୍ଦମୁଣ୍ଡ, ବାଙ୍ଗରା, କୁସୁନପୁର, କଣ୍ଟିତର ଓ ଗୁଣ୍ଡୁରିପଡ଼ା ଆଦି ଗ୍ରାମର ଶତାଧିକ ଗ୍ରାମବାସୀ ଜରିର ପ୍ରାକ୍ତନ ସରପଞ୍ଚ ଭୁବନାନନ୍ଦ ସାମଲଙ୍କ ନେତୃତ୍ୱରେ ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ପ୍ରଦାନ ପରେ ଜିଲାପାଳ ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ୍‌ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କୁ ଡାକି ଅବିଳମ୍ବେ ରାସ୍ତା ପାଇଁ ଜମି ହରାଉଥିବା କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରି ୨ ମାସ ମଧ୍ୟରେ ଟେଣ୍ଡର ଡାକି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦଳାଇ ବିଞ୍ଝାରପୁର ଉପଖଣ୍ଡ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ମଲ୍ଲିକଙ୍କୁ କ୍ଷେତ୍ର ପରିଦର୍ଶନ କରି ଜମି ହରାଉଥିବା କ୍ଷତିଗ୍ରସ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରି ତୁରନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି।
ଗ୍ରାମବାସୀ ଦେଇଥିବା ଦାବିପତ୍ରରେ ଦର୍ଶାଇଛନ୍ତି, ୧୯୯୦ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇ ଉକ୍ତ ରାସ୍ତା କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ସେତେବେଳେ ଜରି, ବାଙ୍ଗରା, ଛାନ୍ଦମୁଣ୍ଡ, କୁସୁନପୁର, କଣ୍ଟିତର, ଗୁଣ୍ଡୁରପଡ଼ା ଆଦି ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିଲା। ଏହି ରାସ୍ତା ନିର୍ମାଣହେଲେ ଚାଷୀଙ୍କ ଗମନାଗମନ ଓ ପରିବହନ କାର୍ଯ୍ୟ ସୁବିଧା ହେବା ସହିତ ରାସ୍ତାଦେଇ ମଙ୍ଗଳପୁର-ସିଂହପୁର-କଣ୍ଡିଆ ଆଦି ବଜାରକୁ ଯିବାକୁ ବହୁ କମ୍‌ ସମୟ ଲାଗିବ। ଏହାବ୍ୟତୀତ ବାଙ୍ଗରା ପଞ୍ଚାୟତ ସଦର ମହକୁମାକୁ ଆସିବାକୁ କୁସୁନପୁର, କଣ୍ଟିତର ଓ ଗୁଣ୍ଡୁରପଡ଼ା ଲୋକଙ୍କର ସବୁଦିନିଆ ରାସ୍ତା ହୋଇପାରିବ। କିନ୍ତୁ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀମାନେ ଶେଷ କରିପାରିଲେ ନାହିଁ। ରାସ୍ତା କାମ ପାଇଁ ଆସୁଥିବା ଅନୁଦାନ ହଡ଼ପ ହେବାରୁ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଗଲା। ରାସ୍ତାଟି ଦୀର୍ଘ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିବା ପରେ ସରକାର ତାହାକୁ ୨୦୧୧ରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ହେଲେ ଜମି ଅଧିଗ୍ରହଣ ନ କରାଯିବା ଦ୍ୱାରା ରାସ୍ତା କାର୍ଯ୍ୟ କରାଯାଇ ପାରୁନାହିଁ। ଫଳରେ ପ୍ରାୟ ୧୦ ବର୍ଷ ହେବ କୁସୁନପୁର ଓ ମିଶ୍ର ପୋଖରୀଠାରେ କେବଳ ଦୁଇଟି ସେତୁ ନିର୍ମାଣ ହୋଇପଡ଼ିଛି। ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଦାବିପତ୍ର ପଠାଯାଇଥିଲେ ମଧ୍ୟ ସେମାନଙ୍କ ଉଦାସୀନତା ଯୋଗୁ ରାସ୍ତାଟି ପୂର୍ଣ୍ଣାଙ୍ଗ ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଯେଉଁ ୨/୩କି.ମି. ରାସ୍ତା ନିର୍ମାଣ ହୋଇଛି, ତାହା ନିମ୍ନମାନର କାର୍ଯ୍ୟ ଯୋଗୁ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପିଚୁ ଉଠିଯିବାରୁ ଏହା ମଧ୍ୟ ଗମନାଗମନ ପାଇଁ କାଳକ୍ରମେ ଅନୁପଯୁକ୍ତ ଅବସ୍ଥାକୁ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?