ଯାଜପୁର

ଆରଟିଓ କାର୍ଯ୍ୟାଳୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଚଣ୍ଡିଖୋଲ,୪ା୧୦(ଡି.ଏନ୍‌.ଏ.): ରାଜ୍ୟରେ ଥିବା ସମସ୍ତ ଆରଟିଓ(ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ) କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆର୍‌ଟିଓ କାର୍ଯ୍ୟାଳୟ ଚତୁଃପାର୍ଶ୍ୱରେ ଦଲାଲମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଚାଳିଆ ଘର ଉଚ୍ଛେଦ କରାଯିବା ସହ…

ଡଷ୍ଟବିନ୍‌ରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଅବସ୍ଥା ଗୁରୁତର

ଯାଜପୁର ଟାଉନ,୨।୧୦ (ଡି.ଏନ୍‌.ଏ.): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଯାଜପୁର ଜିଲା ରସଲପୁର ବ୍ଲକ ଅଧୀନ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ରରୁ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସଫେଇ କର୍ମଚାରୀ ଅଳିଆ ସଫା କରୁଥିବା ବେଳେ…

ତୃଣମୂଳସ୍ତରରେ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ:ସରକାରୀ ସହାୟତାରୁ ବଞ୍ଚିତ ବିଧବା

ରସୁଲପୁର/ଯାଜପୁର ଟାଉନ, ୨-୯(ଡିଏନଏ)- ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ୫-ଟି (ଟାଇମ୍‌, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫର୍ମରମେଶନ) ଫର୍ମୁଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ସୁଫଳ ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ। କେବଳ ଜିଲା ପ୍ରଶାସନ ସଫଳତାକୁ ପ୍ରଚାର…

କଳକଳାଠାରୁ ଢେଙ୍କାନାଳ ସୀମାନ୍ତ ପୂର୍ଣ୍ଣଚନ୍ଦ୍ରପୁର ରାସ୍ତା: ୨ବର୍ଷ ଗଲାନି ୬କୋଟି ଟଙ୍କାର ରାସ୍ତା

ଯାଜପୁର ଅଫିସ,୩୦ା୯- ରାଜ୍ୟର ପର୍ଯ୍ୟଟନର ବିକାଶ ଓ ପ୍ରଚାରପ୍ରସାର ପାଇଁ ପଡୋଶୀ ଜିଲା ମଧ୍ୟରେ ସଡକ ଯୋଗାଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି ା ଏହିକ୍ରମରେ ଯାଜପୁର ଓ ଢେଙ୍କାନାଳ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା(ଏମଏମଏସୱାଇ) ନିର୍ମାଣ…

ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ୩୦ ଲକ୍ଷ ଚୋରି: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଟାଉନ, ୧।୧୦(ଡି.ଏନ୍‌.ଏ.): ଯାଜପୁର ସହର ଅମ୍ବିକାୟୀ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ମୁଖ୍ୟ ଗେଟ ତାଲା ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କା ଚୋରିକରି ନେଇଥିବା ବ୍ୟାଙ୍କର କର୍ମଚାରୀମାନେ…

୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ ଗିରଫ କରାଯାଉଛି। କିନ୍ତୁ ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିଷ୍ପତ୍ତିକୁ ୩ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ…

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଯାଜପୁର ରୋଡ,୩୦ା୯(ନି.ପ୍ର.): ଯାଜପୁର ରୋଡ ପୋଲିସ ରବିବାର ବ୍ୟାସ ସରୋବର ନୂତନ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ପଚି ସଢି ଯାଇଥିବାରୁ ତାଙ୍କ ପରିଚୟ ମିଳି ପାରି ନାହିଁ। ମୃତ ଯୁବକ ଜଣଙ୍କ ଏକ ହ୍ୟାପ୍‌ପ୍ୟାଣ୍ଟ ଓ…

ଜାତୀୟ ରାଜପଥ ମରାମତି କଲା ସଚେତନ ନାଗରିକ ମଞ୍ଚ

ଧର୍ମଶାଳା,୩୦ା୯(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ଚଣ୍ଡିଖୋଲ-ଡୁବୁରୀକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ସେତୁ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। ଏଠାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନୀ…

ବୈତରଣୀରେ ଲୀନ ହେବାକୁ ବସିଛି ଧରମପୁର ଗାଁ: ସ୍ଥିତି ପରଖିଲେ ଜଳସମ୍ପଦ ବିଭାଗ ଅଧିକାରୀ, ନଦୀବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ

ଦଶରଥପୁର,୨୯।୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଅଧୀନ ଧରମପୁର ଗାଁ ପାର୍ଶ୍ୱ ଦେଇ ଯାଇଥିବା ବୈତରଣୀ ନଦୀ ଧିରେଧିରେ ନଦୀପଠାକୁ ଖାଇ ଚାଲିଛି। ଫଳରେ ନଦୀକୁ ଲାଗି ରହିଥିବା ଧରମପୁର ଗ୍ରାମଟି ଭବିଷ୍ୟତରେ ନଦୀରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏନେଇ…

ଅଷ୍ଟମ ଦିନରେ ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା

ଯାଜପୁର ଟାଉନ,୨୮।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଷୋଡ଼ଶୋପଚାର ପୂଜା ଶନିବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। ଚଳିତ ବର୍ଷ ଦୂର୍ଗାପୂଜାରେ ତିଥି କ୍ଷୟ ଯୋଗୁ ଶନିବାର ତିଥି ଅମାବାସ୍ୟା ଥିଲା। ତେଣୁ ଶନିବାର ଅଷ୍ଟମ ଦିନର ଷୋଡ଼ଶୋପଚାର ପୂଜା ସମାପନ…

ନାଭିଗୟାରେ ପିଣ୍ଡଦାନ କଲେ ଲକ୍ଷାଧିକ ଭକ୍ତ

ଯାଜପୁର ଟାଉନ,୨୯।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଅଷ୍ଟାଦଶ ଶକ୍ତିପୀଠରୁ ଅନ୍ୟତମ ଶକ୍ତିପୀଠଭାବେ ସାରା ବିଶ୍ୱରେ ପରିଚିତ। ଏହି ଶକ୍ତିପୀଠରେ ନାଭିଗୟାକ୍ଷେତ୍ର ଅବସ୍ଥିତ। ତ୍ରିଗୟା ମଧ୍ୟରୁ ନାଭିଗୟା ଅନ୍ୟତମ। ବିରଜା ମନ୍ଦିର ପରିସରରେ ଥିବା ନାଭିଗୟାକ୍ଷେତ୍ରରେ ବର୍ଷସାରା ରାଜ୍ୟ ତଥା…

ସ୍ବଚ୍ଛ, ମଳମୁକ୍ତ ଗ୍ରାମଭାବେ ପୁରସ୍କୃତ ହୋଇଥିଲା ଟାଙ୍ଗରସାହି: ପାଇଖାନା ନିର୍ମାଣ ଅର୍ଥ ନ ପାଇ ନିରାଶ ହିତାଧିକାରୀ

କାଳିଆପାଣି,୨୯।୯(ଡି.ଏନ.ଏ.)- ସୁକିନ୍ଦା ବ୍ଲକରେ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମଭାବେ ଉଦାହରଣ ସୃଷ୍ଟି କରିଥିବା ଟାଙ୍ଗରସାହି ଗ୍ରାମର ହିତାଧିକାରୀ ପ୍ରଶାସନର ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଗତବର୍ଷ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଟାଙ୍ଗରସାହି ଗ୍ରାମକୁ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?