ଇମାମି ସିମେଣ୍ଟ କାରଖାନାରେ ତେଜିଲା ଅଶାନ୍ତି: ନିଯୁକ୍ତି ଦାବିରେ ଜମିହରାଙ୍କ ଧାରଣା

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.),୧୦ା୧୦: ଯାଜପୁର ଜିଲା କଳିଙ୍ଗନଗର ଇମାମି ସିମେଣ୍ଟ କାରଖାନାରେ ଜମିହରା ପରିବାରଙ୍କୁ ନିଯୁକ୍ତି ପ୍ରଦାନକୁ ନେଇ ସର୍ବଦା ସମସ୍ୟା ଲାଗି ରହୁଛି। ଏପରିକି ବିଗତ ଦିନରେ ନିଯୁକ୍ତିକୁ ନେଇ ହୋଇଥିବା ବୈଠକର ନିଷ୍ପତ୍ତି କାର୍ଯ୍ୟକାରିତା ଦିଗରେ ଇମାମି ସିମେଣ୍ଟ କର୍ତ୍ତୃପକ୍ଷ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଇଛି। ଫଳସ୍ବରୂପ ଆଶାନୁରୂପ ନିଯୁକ୍ତି ନ ପାଇ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିଚାଲିଛି। ବୁଧବାର ସକାଳୁ ଇମାମି ସିମେଣ୍ଟ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଜମିହରାଙ୍କ ନିଯୁକ୍ତି ପାଇଁ ଜିଲା ପ୍ରଶାସନ, କାରଖାନା କର୍ତ୍ତୃପକ୍ଷ ଓ ଜମିହରାଙ୍କ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ରାଜିନାମା କାର୍ଯ୍ୟକାରୀ କରାଯିବା ଦାବିରେ ଧାରଣା ଦେଇଥିଲେ। ଆନ୍ଦୋଳନର ୪ଘଣ୍ଟା ପରେ ପୋଲିସ ପକ୍ଷରୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା।
ଇମାମି ସିମେଣ୍ଟ ପକ୍ଷରୁ ନିଯୁକ୍ତି ଓ ଥଇଥାନ ବ୍ୟବସ୍ଥାରେ ହେଉଥିବା ଅବହେଳାର ପ୍ରତିକାର ପାଇଁ ପ୍ରଶାସନ ମଧ୍ୟ ପ୍ରଭାବୀଢଙ୍ଗରେ କାର୍ଯ୍ୟ କରିବାର ଦେଖିବାକୁ ମିଳୁନାହିଁ। ଯାହାକି ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧିର ପ୍ରମୁଖ କାରଣ ସାଜିଛି। କେବଳ ଦାବି ମୁତାବକ ନିଯୁକ୍ତି ପ୍ରଦାନ ନ ହେବା ଆଳରେ ଦାନଗଦୀ ବ୍ଲକ ମାନତିରା ଗ୍ରାମର ଲୋକେ ଆନ୍ଦୋଳନମୁଖୀ ହୋଇ ଉଠିଛନ୍ତି। ପ୍ରାପ୍ତ ତଥ୍ୟ ଅନୁଯାୟୀ ଜମି ଅଧିଗ୍ରହଣ ନିୟମ ଅନୁସାରେ ମାନତିରା ଓ ମନୋହରପୁର ଗ୍ରାମର ମୋଟ ୬୬.୨୫ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଛି। ଯେଉଁଥିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜମିହରା ହୋଇଛନ୍ତି । ଫଳରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ପରିବାରବର୍ଗ ନିଯୁକ୍ତି ଆଶାରେ ରହିଛନ୍ତି। ଗତ ଆନ୍ଦୋଳନ ସମୟରେ ନିର୍ବାଚନର ଆଳ ଦେଖାଇ ଧାରଣାକୁ ବନ୍ଦ କରାଯାଇଥିଲା । ନିର୍ବାଚନ ପରେ ସମସ୍ୟାର ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସମ୍ପ୍ରତି ଇମାମି ସିମେଣ୍ଟ ଉପତ୍ାଦନକ୍ଷମ ହୋଇ ସାରିଛି। କିନ୍ତୁ ଜମିହରାଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ଅବହେଳା କରି ଆସୁଛି। ତେଣୁ ଜମିହରାଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ବୁଧବାର କିଣୁଚରଣ ସିଂ, ରମେଶ ଚନ୍ଦ୍ର ସିଂ, ଶ୍ରୀଧର ଜେନା, କୃଷ୍ଣଚନ୍ଦ୍ର ନାୟକ, ନୀଳମଣି ସାମଲ, ନିତ୍ୟାନନ୍ଦ ଘଡେଇ, ସୁଶାନ୍ତ କୁମାର ଘଡେଇ, କୃତିବାସ ବ୍ରହ୍ମ, ପ୍ରଭାସ କୁମାର ସିଂ ପ୍ରମୁଖଙ୍କ ନେତୃତ୍ୱରେ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ମାତ୍ର ଧାରଣାସ୍ଥଳକୁ କମ୍ପାନୀର କୌଣସି ଅଧିକାରୀ ଆସି ନ ଥିଲେ। ତେବେ କଳିଙ୍ଗନଗର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ରନାରାୟଣ ପଟ୍ଟନାୟକ, ଯଖପୁରା ଥାନାଧିକାରୀ ଲକ୍ଷ୍ମଣ କୁମାର ଦଣ୍ଡସନା, ଟମ୍‌କା ଥାନାଧିକାରୀ ସଂଘମିତ୍ରା ନାୟକ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଥିଲା। ଗୁରୁବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ତ୍ରିପାକ୍ଷିକ ବୈଠକ ହେବାର ନିଷ୍ପତ୍ତି ହେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା। ଜନ ଅଶାନ୍ତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନିଯୁକ୍ତି ଓ ଥଇଥାନ ସମସ୍ୟା ସମାଧାନ ଦିଗରେ ଇମାମି କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ପରିସ୍ଥିତି ବିସ୍ଫୋରକ ରୂପ ନେବ ବୋଲି ଜମିହରା ପରିବାରବର୍ଗ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନବେ ଦଶକରୁ କଳକାରଖାନା ପ୍ରତିଷ୍ଠା ପାଇଁ ଅତି କମ୍‌ ମୂଲ୍ୟରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଇଡ୍‌କୋ ଦ୍ୱାରା ଅଧିଗ୍ରହଣ କରାଯାଇଛି। ତେଣୁ ଅଧିକ କ୍ଷତିପୂରଣ ଦାବିରେ ପୂର୍ବରୁ ଆନ୍ଦୋଳନ ହୋଇଥିଲା । ଏହାପରେ ଅତିରିକ୍ତ କ୍ଷତିପୂରଣ ବାବଦରେ ଏକର ପ୍ରତି ୧ଲକ୍ଷ ୩୫ହଜାର ଟଙ୍କା ଇମାମି କମ୍ପାନୀ ପ୍ରଦାନ କରିଛି। କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ, ଜମିହରା ପରିବାରଙ୍କ ମଧ୍ୟରୁ ୨୦ଜଣଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ପାରିପାର୍ଶ୍ୱିକ ଉନ୍ନୟନ ବାବଦକୁ ରାସ୍ତା ନିର୍ମାଣ, ପାନୀୟ ଜଳ, ବୃକ୍ଷରୋପଣ ଆଦି କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?