୫୪ ଜଣଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ

ଯାଜପୁର ଅଫିସ,୧୦ା୧୦:  ସାହିତ୍ୟ, ଶିକ୍ଷା, ପରିବେଶ, ସମାଜସେବା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଜିଲାର ୫୪ଜଣ ବ୍ୟକ୍ତି ବିଶେଷଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ କ୍ରାନ୍ତିକାରୀ ଆନ୍ଦୋଳନର ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପୂର୍ତ୍ତି ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ-୨୦୧୯’ କଟକ ଗୌରୀଶଙ୍କର ଟାଉନ୍‌ହଲଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସାମୟିକ ସାହିତ୍ୟ ସଂକଳନ କ୍ରାନ୍ତି କାମୋଦୀ କଳକୀ- ଶାରଦୀୟ ଓ ସ୍ବନକ୍ଷତ୍ର ବିଶେଷାଙ୍କ-୨୦୧୯ ଉନ୍ମୋଚନ ହେବା ସହିତ ସାହିତି୍ୟକ ଓ ସାହିତ୍ୟ ଅନୁରାଗୀ ବିଭିନ୍ନ ବର୍ଗର ଶତାଧିକ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଗୁଣାଗ୍ରଗଣ୍ୟ ପ୍ରତିଭା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଯାଜପୁର ଜିଲାର ସାହିତ୍ୟପାଇଁ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ଭାଷାବିତ୍‌ ରଙ୍ଗାଧର ମହାପାତ୍ର, ଗଙ୍ଗାଧର ସାହୁ, ବ୍ୟଙ୍ଗ କଥାଶିଳ୍ପୀ ପୀତାମ୍ବର ଜେନା, କବୟିତ୍ରୀ ବିଦ୍ୟୁତ୍‌ଲତା ଦାସ, ସାହିତି୍ୟକା ଅନ୍ନପୂର୍ଣ୍ଣା ମହାନ୍ତି, ପତ୍ରିକା ସମ୍ପାଦନା ପାଇଁ ସର୍ବେଶ୍ୱର ଶତପଥୀ, ପ୍ରଭାତୀ ରାଉତ, ଶିଶୁ ସାହିତ୍ୟ ପାଇଁ କଲ୍ୟାଣୀ ନାୟକ, ସ୍ନେହଲତା ବିଶ୍ୱାଳ, ଅଞ୍ଜୁବାଳା ଜେନା, ରତିକାନ୍ତ ସାମଲ, ଲକ୍ଷ୍ମୀପ୍ରିୟା ରାଉତରାୟ ଏବଂ ସାହିତ୍ୟ ସଂଗଠନ ପାଇଁ ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ କୁମାର ନନ୍ଦ, ଗୀତି କବିତା ପାଇଁ ଶଶିଭୂଷଣ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ସେବାପାଇଁ ବ୍ୟାସନଗର ପୌରପାଳିକା ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ବରିଷ୍ଠ ଜିଲାପରିଷଦ ସଭ୍ୟ ରାହାସବିହାରୀ ଦାସ, ରୁଦ୍ରନାରାୟଣ ପୃଷ୍ଟି, ହରେକୃଷ୍ଣ ସାହୁ, ଚନ୍ଦ୍ରମଣି ସାମଲ, ପ୍ରଶାନ୍ତ କୁମାର ରାୟ, ଦେବେନ୍ଦ୍ର କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ପୃଷ୍ଟି, ଦର୍ପନାରାୟଣ ପରିଡ଼ା, ବ୍ରଜବନ୍ଧୁ ଲେଙ୍କା, ସଙ୍କର୍ଷଣ କୁଣ୍ଡୁ, ଉମାକାନ୍ତ ଧଳ, ଅଟଳବିହାରୀ ନାୟକ ଓ ନର୍ମଦା ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସ୍ବାସ୍ଥ୍ୟସେବା ପାଇଁ ପ୍ରଫେସର ସତ୍ୟନାରାୟଣ ରାଉତରାୟ, ପ୍ରଫେସର ସସ୍ମିତା ସ୍ବାଇଁ, ଗୋପାଳଚନ୍ଦ୍ର ମିଶ୍ର, ସୁପ୍ରକାଶ ଶତପଥି, ଗଙ୍ଗାଧର ମହାପାତ୍ର, କିଶୋର ଚନ୍ଦ୍ର ମିଶ୍ର, ରଶ୍ମିରଞ୍ଜନ ପଶାୟତ, ପ୍ରମୋଦ ଶତପଥୀ ଓ ସଞ୍ଜୟ ପ୍ରତିହାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା ଓ ପରିବେଶ ପାଇଁ ବିଷ୍ଣୁମୋହନ ସାହୁ, ରବିନାରାୟଣ ପୁହାଣ, ସତ୍ୟାନନ୍ଦ ଦାସ, ସଲୀଳା ଜେନା, ହିମାଂଶୁ ଶେଖର ଦ୍ୱିବେଦୀ, ବୃନ୍ଦାବନ ପାଣି, ଶୁଭେନ୍ଦ୍ର କୁମାର ମହାପାତ୍ର, ରବିନାରାୟଣ ଦାସ, କଳ୍ପନା ସାହୁ, ଗୋପନ ବିହାରୀ ବାରିକ, ଅଶୋକ ଦାସ, ରମା ଦାସ, ସୁଶାନ୍ତ କୁମାର ନାୟକ, ଦୁର୍ଗାଶଙ୍କର ଶତପଥୀ, କେଶବ ଚନ୍ଦ୍ର ସାହୁ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରାନ୍ତି କାମୋଦୀ କଳକୀର ସମ୍ପାଦକ ଘନ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଅକ୍ଷୟ କୁମାର ମିଶ୍ର ଉଦ୍‌ଘାଟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମୁଖ୍ୟ ଅତିଥି, ଗାଳ୍ପିକ ଅଚ୍ୟୁତାନନ୍ଦ ପତି, କବି ଶରତ କୁମାର ଦାଶ ଓ ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର ସତ୍ୟନାରାୟଣ ରାଉତରାୟ ଓ ଆଇନଜୀବୀ ଶଶିଭୂଷଣ ଦାସ ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନୀ, ଜୀବନଚର୍ଯ୍ୟା, ଭାରତଗଠନର ଅପୂର୍ବ ବିନ୍ଧାଣୀ ହିସାବରେ ଜାତିର ପିତାଙ୍କ ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?