ରସୁଲପୁର ଗସ୍ତରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ : ଅପହଞ୍ଚ ପଞ୍ଚାୟତରେ ପଡ଼ୁନି ଦୃଷ୍ଟି

ରସୁଲପୁର,୧୧।୧୦(ଡି.ଏନ୍‌.ଏ.)- ରସୁଲପୁର ବ୍ଲକକୁ ଗୁରୁବାର ଅପରାହ୍ନରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସତ୍ୟନାରାୟଣ ଦାଶ ଗସ୍ତରେ ଆସି ଫେରି ଯାଇଛନ୍ତି। ସେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସମୀକ୍ଷା କରିବା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ। ଏହି ଅବସରରେ ସେ ବ୍ଲକର ମୁଗୁପାଳ, ନରସିଂହପୁର, ରାଜେନ୍ଦ୍ରପୁର ପଞ୍ଚାୟତକୁ ପରିଦର୍ଶନରେ ଯାଇଥିଲେ। ବିଶେଷକରି ପଞ୍ଚାୟତର ପାନୀୟଜଳ ପ୍ରକଳ୍ପ, ସ୍ବଚ୍ଛତା ମିଶନ କାର୍ଯ୍ୟକାରୀତାର ସ୍ଥିତି ପରଖିଥିଲେ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମାସରେ ସଚିବମାନେ ଜିଲାଗସ୍ତରେ ଆସି ଗାଁକୁ ଯିବେ। ତୃଣମୂଳସ୍ତରରେ ହୋଇଥିବା ଉନ୍ନୟନକାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ। ଏହିକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ସଚିବ ମୋନା ଶର୍ମା, ପୂର୍ବତନ ଯୋଗାଣ ସଚିବ ବୀର ବିକ୍ରମ ଯାଦବ, ବୟନ ଶିଳ୍ପ ସଚିବ ଶୋଭାଶର୍ମା ପ୍ରମୁଖ ପୂର୍ବରୁ ଏହି ବ୍ଲକ ଗସ୍ତରରେ ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ ପଞ୍ଚାୟତ ପରିଦର୍ଶନ କରି ଫେରି ଯାଇଛନ୍ତି। ଗୁରୁବାର ଗସ୍ତରେ ଆସିଥିବା ଅତିରିକ୍ତ ସଚିବ ଦାଶ ପୁରୁଣା ଦୋଷକୁ ଦୋହରାଇବାକୁ ଭୁଲି ନାହାନ୍ତି। ସେ ମଧ୍ୟ ତାଙ୍କ ଗସ୍ତ କାଳରେ ରାଜପଥ ପାର୍ଶ୍ୱସ୍ଥ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ସମୀକ୍ଷା କରିବାରେ ସାମିଲ କରିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବିଭାଗୀୟ ସଚିବ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ବ୍ଲକର ଅପହଞ୍ଚ ପଞ୍ଚାୟତ ଭାବରେ ଜଣାଶୁଣା ବ୍ରହ୍ମବରଦା, ବନ୍ଧଡିହ, ଲକ୍ଷ୍ମୀନଗର, ଟିକରପଡା, ଶ୍ରୀବନ୍ତପୁର ଆଦି ପଞ୍ଚାୟତରେ ସଚିବମାନଙ୍କ ପାଦ ପଡୁନାହିଁ। ଫଳରେ ବ୍ଲକର ବାସ୍ତବ ବିକାଶ ଚିତ୍ର ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ଏବେ ବି ସେ ସବୁ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ରହିଛି। ତେବେ ବ୍ଲକ ଆଖପାଖ ଅଞ୍ଚଳର କେତେକ ସଫଳ ପଞ୍ଚାୟତର ରିପୋର୍ଟକାର୍ଡକୁ ନେଇ ବ୍ଲକର ସାମଗ୍ରିକ ବିକାଶର ରିପୋର୍ଟ ଭାବରେ ଗ୍ରହଣ କରାଯିବା ଘଟଣାକୁ ବୁଦ୍ଧିଜୀବୀଙ୍କ ମହଲରେ ନାପସନ୍ଦ କରାଯାଇଛି। ଅତିରିକ୍ତ ସଚିବ ଦାଶଙ୍କ ସହ ଜିଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ରସୁଲପୁର ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଅସିତ୍‌ କୁମାର ପାତ୍ର, ଗ୍ରାମ୍ୟପାନୀୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ସାହୁ, ଗ୍ରାମପଞ୍ଚାୟତ ଅଧିକାରିଣୀ ଦିବ୍ୟକାନ୍ତି ମିଶ୍ର, ବ୍ଲକ ସହକାରୀ ଯନ୍ତ୍ରୀ ଯତିନ୍ଦ୍ର ମୋହନ ସ୍ବାଇଁ, ଯନ୍ତ୍ରୀ ଅନିତା ପ୍ରଧାନ, ସ୍ମୃତିରେଖା ଧଡ଼ା ପ୍ରମୁଖ ଯୋଗଦେଇଥିଲେ। ଅତିରିକ୍ତ ସଚିବ ଦାଶ ପୂର୍ବାହ୍ନରେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକକୁ ପରିଦର୍ଶନରେ ଯାଇଥିଲେ। ଉକ୍ତ ବ୍ଲକରେ ସେ ପାନୀୟ ଜଳ ପ୍ରକଳ୍ପ, ପାଇଖାନା, ପୋଖରୀ ପୁନଃରୁଦ୍ଧାର, ସୌରଚାଳିତ ପାଣି ପ୍ରକଳ୍ପ, ବିଦ୍ୟାଳୟ ଗୃହ ନିର୍ମାଣ ଆଦିକୁ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri