ଜଗତ୍‌ସିଂହପୁର

ଜଗତସିଂହପୁର ପୀଡ଼ିତା ହୋମଗାର୍ଡଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ମିଳୁଛି ହତ୍ୟା ଧମକ, ଟଙ୍କା ନେଇ…

ଜଗତସିଂହପୁର,୨୭।୨: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା ଘଟଣା ଓଡିଶା ପୋଲିସର ଛବି ମଳିନ କରିଥିବା ବେଳେ ଏହି ଘଟଣାରେ ଆଉ ଏକ ବଡ ଅଭିଯୋଗ ଲାଗିଛି। ଟଙ୍କା ନେଇ ମାମଲାର…

କୁଜଙ୍ଗ ଥାନା IIC ତପନ କୁମାର ନାହାକ ଗିରଫ: ପ୍ରତାରଣା ଅଭିଯୋଗ ଆଣିଛନ୍ତି ମହିଳା ହୋମଗାର୍ଡ

ଜଗତସିଂହପୁର,୨୬ା୨: ବୁଧବାର କୁଜଙ୍ଗ ଥାନାର ପୂର୍ବତନ ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ତପନ ନାହାକଙ୍କୁ ଅସଦାଚରଣ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗ ପରେ ନିଲମ୍ବନ କରାଯାଇଛି।ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତପନ…

ପାରାଦୀପରେ ଭୂକମ୍ପ, ସମୁଦ୍ରର ଦୃଶ୍ୟ ଦେଖି ଲୋକେ…

ପାରାଦୀପ,୨୫ା୨(ଶରତ ରାଉତ): ଉପକୂଳ ଓଡ଼ିଶାର ପାରାଦୀପ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୬.୦୯ରେ ମୃଦୁ ଭୂକମ୍ପ ଘଟିଥିବା ଜଣାପଡ଼ିଛି। କେତେକ ଲୋକ ଏହା ଅନୁଭବ କରିଛନ୍ତି ବୋଲି କହିଛନ୍ତି। ରିକ୍ଟର ସ୍କେଲରେ ଏହା ୪.୦୯ପ୍ରତିଶତ ବୋଲି କୁହାଯାଇଛି। ଭୂକମ୍ପ ଘଟଣାରେ…

ଅଲିଭ ରିଡ୍‌ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ

ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି। କୋଷ୍ଟଗାର୍ଡ, ବନ ବିଭାଗ ଓ ମତ୍ସ୍ୟ ବିଭାଗର ଯୁଗ୍ମ ସର୍ଭେ ରିପୋର୍ଟ ଅନୁସାରେ ଶୁକ୍ରବାର…

ଓଲଟିଲା ମଦ ବୋଝେଇ ଭ୍ୟାନ୍‌: ଚାପି ହୋଇ ଚାଲିଗଲା ହେଲପରଙ୍କ ଜୀବନ

କୁଜଙ୍ଗ,୧୮।୨(ମନୋଜ ପ୍ରଧାନ): ଜଗତସିଂହପୁର ଜିଲା କୁଜଙ୍ଗ ବଜାର କୃଷି ଫାର୍ମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ନଂ,ଓଆର୍‌୦୫ଏଏସ୍‌-୬୧୨୫) ଦୁର୍ଘଟଣା ଗ୍ରସ୍ତ ହୋଇ ତାଳଦଣ୍ଡା କେନାଲ ମଧ୍ୟକୁ ଓଲଟି ପଡିଛି। ଦୁର୍ଘଟଣାରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ…

ଜଗତ୍‌ସିଂହପୁର: କାଞ୍ଜିଆହୁଦା ପରିକଳ୍ପନା ଦିଗହରା

ଜଗତ୍‌ସିଂହପୁର, ୧୮।୨ (ପ୍ରମୋଦ କୁମାର ନାୟକ): ମାସେକି ବର୍ଷେ ନୁହେଁ, କେଉଁ ଆବାହନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ମଇଁଷି, ଛେଳି ଓ ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନୀ ରୋକିବା ଏହାର ମୂଳ ଲକ୍ଷ୍ୟ ଥିଲା।…

ଅତିଥି ଭବନରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ୨ ସହଯୋଗୀ ଅଟକ

ପାରାଦୀପ,୧୭।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ସନ୍ତୋଷୀ ପ୍ଲାଜା ନାମକ ଏକ ଘରୋଇ ଅତିଥି ଭବନରେ ସୋମବାର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ସୁମନ କନ୍ନର। ଏହି ଘଟଣାରେ ପାରାଦୀପ ଆଦର୍ଶ ଥାନା ପୋଲିସ ୨ଜଣକୁ…

ବୋଝେଇହେଲା କ୍ରୋମାଇଟ୍‌, ବାହାରିଲା ମାଟି

ପାରାଦୀପ,୧୨।୨(ଶରତ ରାଉତ):ଖଣିଜ ସମ୍ପଦ ଚୋରା କାରବାର ଦିନକୁ ଦିନ ବଢ଼ିଚାଲିଛି। ଏହାର ଏକ ବଡ଼ ଉଦାହରଣ ମଙ୍ଗଳବାର ପାରାଦୀପରେ ଦେଖିବାକୁ ମିଳିଛି। ସୁକିନ୍ଦା କାଳିଆପାଣି ଖଣିରୁ କ୍ରୋମାଇଟ ବୋଝେଇ କରି ଆସିଥିବା ୪ଟି ଟ୍ରକରୁ ପଣ୍ୟ ଗାଏବ ହୋଇଯାଇଛି। ସେଥିରେ ମାଟି…

ପାରାଦୀପ: ଶିଳ୍ପ ତଥ୍ୟରେ ନାହିଁ ତାଳମେଳ

ପାରାଦୀପ, ୭ା୨(ଶରତ ରାଉତ):ଜଗତ୍‌ସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏବେ ୧୫ଟି ବୃହତ୍‌ ଶିଳ୍ପ ଅଛି। ଆଗାମୀ ଦିନରେ ଅନେକ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସରକାରୀ ସ୍ତରରେ କୁହାଯାଉଛି। କିନ୍ତୁ ସରକାରଙ୍କ ପାଖରେ ସେପରି ତଥ୍ୟ ନ ଥିବା ଜଣାପଡ଼ିଛି।…

ସିରିଜ୍‌ ଦୁର୍ଘଟଣା: ୧୦ ଉଠାଦୋକାନୀଙ୍କୁ ଧକ୍କା ଦେଇ ପୋଲରେ ପିଟିହେଲା ବୋଲେରୋ

ପାରାଦୀପ,୨୭।୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା ସହ ଏକ କାଠ ପୋଲରେ ପିଟିହୋଇ ଯାଇଥିଲା। ଦୁର୍ଘଟଣାରେ ୨ଜଣ ଦୋକାନୀ ଗୁରୁତର ହୋଇଛନ୍ତି।…

କରଜ ଚିନ୍ତାରେ ଜୀବନ ହାରିଲେ ଯୁବଚାଷୀ

ରଘୁନାଥପୁର,୯ା୧(ରାଜେନ୍ଦ୍ର ନାରାୟଣ ସିଂହ):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ବୁଧବାର ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଧାନ ଫସଲ ଉଜୁଡ଼ି ଯିବା ପରେ କରଜ ଶୁଝିବା ଚିନ୍ତାରେ ତଅଁରା ବିଲସାହିର ପ୍ରହଲ୍ଲାଦ ପରିଡ଼ାଙ୍କ ସାନପୁଅ ଯୁବଚାଷୀ ଅଶୋକ(୩୮) ନିଜ ଘରେ ବେକରେ…

‘ଭୁବନେଶ୍ୱର ଚାଲ’ରୁ ଦୂରେଇ ରହିଲେ ପାରାଦୀପ ନଗର ସଭାପତି

ପାରାଦୀପ,୭।୧(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ରାଜନୀତି କ୍ରମଶଃ ବିବାଦୀୟ ହେବାରେ ଲାଗିଛି। ୨୦୧୯ରୁ ଚାଲି ଆସିଥିବା ବିବାଦ ୨୦୨୪ ନିର୍ବାଚନ ପରେ ଅଧିକ ହେଲାଣି ବୋଲି ଆଲୋଚନା ହେଉଛି। ସୋମବାର ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବିଜେଡି ଡାକରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri