ସମୁଦ୍ରରୁ ମାଛଧରା ବନ୍ଦ ପରେ ପୁଟି ଦେଉଛି ରୋଜଗାର

ପାରାଦୀପ,୧୯।୪(ଶରତ ରାଉତ): ରାଜ୍ୟର ଉପକୂଳ ଓଡ଼ିଶାରେ ଏବେ ସାମୁଦ୍ରିକ ମାଛଧରା ବନ୍ଦର ଅଛି। ଏହା ମଧ୍ୟରେ ମାଛ ଗଦି କରିଥିବା ବ୍ୟବସାୟୀମାନେ ପୁଟି ବେପାର ଉପରେ ଗୁରୁତ୍ୱ ଦେଲେଣି। ଯେଉଁ ଅଳ୍ପ ପୁଟି ମିଳୁଛି ତାକୁ ଶୁଖାଇ ବିକ୍ରି ଉପରେ ଧ୍ୟାନ ଦେଉଛନ୍ତି। କାରଣ ଉକ୍ତ ପୁଟି ବଜାର ଦର୍‌ ସର୍ବାଧିକ ରହୁଛି। ଗତ ଗୁରୁବାର ମା’ପାର୍ବତୀ ନାମକ ବୋଟରେ ଥିବା ୩ଟି ତେଲିଆ ବୋରେଇ ମାଛ ବିକ୍ରି କରାଯାଇଥିଲା। ୨୨ କେଜି ଓଜନର ମାଛ ପ୍ରାୟ ୪୪ ହଜାର ଟଙ୍କାରେ ବିକ୍ରି ହୋଇଥିଲା ବୋଲି ପାରାଦୀପ ଅଠରବାଙ୍କି ବାଲିପ୍ଲଟ ମାଛଗଦି ବ୍ୟବସାୟୀ ବାସୁ ବଇତ କୁହନ୍ତି। ଏହାବାଦ ଏହି ମାଛରୁ ସଂଗ୍ରହ ହୋଇଥିବା ପୁଟି ଶୁଖାଯାଇ ତାହାକୁ ବିକ୍ରି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବ୍ୟବସାୟୀ ଯାଦବ ବଇତ କୁହନ୍ତି, ଏବେ ବିଦେଶକୁ ପୁଟି ଅଧିକ ରପ୍ତାନି କରାଯାଉଛି। କୋଲକାତାରୁ ବ୍ୟବସାୟୀମାନେ ଆସି ଏହାକୁ ନେଉଛନ୍ତି। ସବୁଠାରୁ ଅଧିକ ମୂଲ୍ୟ ହେଉଛି ତେଲିଆ ବୋରେଇ ମାଛର। ୫ କେଜିରୁ ଅଧିକ ଓଜନର ତେଲିଆ ବୋରେଇ ପୁଟି କେଜି ପିଛା ୫୦ ହଜାର ଟଙ୍କାରେ ସେମାନେ ନେଉଛନ୍ତି। ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଏହାବାଦ୍‌ ଭେକ୍ଟି, ସାପମାଛ ପୁଟି ମଧ୍ୟ ସେହିଭଳି ମୂଲ୍ୟରେ ବିକ୍ରି ହେଉଛି। ତାଙ୍କ ମତରେ ଏହି ମାଛ ପୁଟି ସବୁ ଔଷଧୀୟ କାମରେ ଲାଗୁଛି। ଯଥା ବିଭିନ୍ନ କ୍ୟାପସୁଲର ଉପରି ଭାଗର ଖୋଳ, ଅପରେଶନ ସମୟରେ ବ୍ୟବହାର ହେଉଥିବା ସୂତା, ଓମେଗା ଟାବ୍‌ଲେଟ ଆଦି ଏହି ସାମୁଦ୍ରିକ ମାଛ ପୁଟିରୁ ପ୍ରସ୍ତୁତ ହୁଏ। ସେଥିପାଇଁ ଆମେ ପୂର୍ବରୁ ମାଛ ବିକ୍ରି କରୁଥିଲୁ। ସେମାନେ ମାଛ କାଟି ମାଂସାଳ ଅଂଶକୁ ସାଧାରଣ ବଜାର ମୂଲ୍ୟରେ ବିକ୍ରି କରିଥାନ୍ତି। କିନ୍ତୁ ପୁଟିକୁ ଅଲଗା ବିକ୍ରି କରନ୍ତି। ଏବେ ଶୁଖିଲା ପୁଟିର ଅଧିକ ଚାହିଦା ରହୁଛି। ଗୋଟିଏ ମାଛ ପୁଟିକୁ ବାହାର କରି ସୂତା ଜରିଆରେ ଘର ଭିତର ଖୋଲା ପବନରେ ଶୁଖା ଯାଉଛି। ୨ ରୁ ୩ ଦିନ ମଧ୍ୟରେ ତାହା ରବର ଭଳି ହୋଇଥାଏ। ସେହି ଶୁଖିଲା ପୁଟିର ମୂଲ୍ୟ କେଜି ପିଛା ୫୦ହଜାର ଟଙ୍କା ମିଳିଥାଏ। ସେଥିପାଇଁ ଏବେ ପୁଟିକୁ ଶୁଖେଇ ବିକୁଛୁ ବୋଲି ଅନ୍ୟତମ ବ୍ୟବସାୟୀ ପରେଶ ମଣ୍ଡଳ କୁହନ୍ତି।
ମାଛଧରା କଟକଣା ପରେ ସାମୁଦ୍ରିକ ମାଛଧରା ବନ୍ଦ ରହିଛି। କିନ୍ତୁ ଛୋଟ ଡଙ୍ଗାଗୁଡିକ ପାଇଁ ଆଂଶିକ କୋହଳ ରହିଛି। ସେହି ଛୋଟ ଡଙ୍ଗା ସୂତୀ ଜରିଆରେ ଟୁନା ମାଛ, କାଉ ମାଛ, ସାପମାଛ, ତେଲିଆ ବୋରେଇ, ଭେକ୍ଟି ଆଦି ଧରିବାକୁ ଯାଉଛନ୍ତି। କାଁ ଭାଁ ଯଦି ତେଲିଆ ବୋରେଇ ଯେଉଁ ଡଙ୍ଗା ମାଲିକଙ୍କୁ ମିଳୁଛି ସେମାନେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

ଶ୍ୱଶୁରଙ୍କ ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା, ରାତିରେ ସମସ୍ତେ ଶୋଇଥିବାବେଳେ…

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ବେତେଇଝରଣ ଗ୍ରାମସ୍ଥିତ ଶ୍ୱଶୁରଙ୍କ ଘରେ ଫାଶୀ ଲଗାଇ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲା…

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

ଆଜି ଆସିବେ ରାଷ୍ଟ୍ରପତି, ଜନ୍ମଦିନରେ ଯିବେ ଶାଶୁଘର

ବାରିପଦା, ୧୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି। ୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri