ଧନ୍ଦାମୂଳକ ଶିକ୍ଷାରେ ବାଧକ ବିଏଫ୍‌ସି କଟକଣା

ଜଗତ୍‌ସିଂହପୁର, ୨୬ା୫(ପ୍ରମୋଦ କୁମାର ନାୟକ): ରାଜ୍ୟରେ ୨୩୩ଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ସେଥିରୁ ୩ଟି ବିଭିନ୍ନ କାରଣରୁ ଖୋଲିପାରିନାହିଁ। ୧୮ଟିରେ ଗୋଟିଏ ଲେଖାଏ ଓ ଅବଶିଷ୍ଟ ୨୧୨ଟିରେ ୨ଟି ଟ୍ରେଡ୍‌ ବିଷୟ ରହିଛି। ଅର୍ଥାତ୍‌ କଳା, ବିଜ୍ଞାନ ଓ ବାଣିଜ୍ୟ ମଧ୍ୟରୁ ଯେକୌଣସି ୨ଟି ଷ୍ଟ୍ରିମ୍‌ରେ ପଢ଼ିବା ପାଇଁ ଇଚ୍ଛୁକ ଛାତ୍ରୀଛାତ୍ରମାନେ ପୃଥକ ଟ୍ରେଡ୍‌ ବିଷୟ ନେଇ ଶିକ୍ଷାଲାଭ କରିପାରିବେ। ପ୍ରତି ଟ୍ରେଡ୍‌ରେ ୨୪ଟି ସିଟ୍‌ ରହିଛି। ଏହି ହିସାବରେ ରାଜ୍ୟରେ ୧୦,୬୦୮ ଜଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଲାଭ ପାଇଁ ସୁଯୋଗ ଅଛି। କିନ୍ତୁ ୨୦୨୪-୨୫ରେ ପାଖାପାଖି ୫୬% ଅର୍ଥାତ୍‌ ୫୯୦୮ ଛାତ୍ରୀଛାତ୍ର ଏହି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇଛନ୍ତି। ୨୦୨୩-୨୪ରେ ୫୬୪୭ ଜଣ ନାମ ଲେଖାଇଥିବାବେଳେ ଗତବର୍ଷ କେତେକ ଶିକ୍ଷାନୁଷ୍ଠାନରେ ଆଦୌ ପିଲା ନାମ ଲେଖାଇ ନ ଥିବା ଜଣାପଡ଼ିଛି। ସରକାର ଧନ୍ଦାମୂଳକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ଓ ଟ୍ୟୁଶନ ଫି ବାବଦରେ କମ୍‌ ଟଙ୍କା ଧାର୍ଯ୍ୟ କରି ପିଲାଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଛନ୍ତି। ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବା ପାଇଁ ଟ୍ରେଡ୍‌ ବିଷୟରେ ଶିକ୍ଷାଦାନ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଛାତ୍ରୀଛାତ୍ରମାନେ ଏହି ଶିକ୍ଷା ପ୍ରତି ମୁହଁ ମୋଡୁଛନ୍ତି। କେତେଜଣ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ବାସ୍ତବରେ ବିଏଫ୍‌ସିରେ ନିର୍ଦ୍ଦିଷ୍ଟ ବିଷୟ ପଢ଼ିବା ପାଇଁ ବାଧ୍ୟବାଧକତା ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଉଦାହରଣ ସ୍ବରୂପ କୌଣସି ଛାତ୍ରୀଛାତ୍ର କଳାରେ ନାମ ଲେଖାଇବାକୁ ଚାହିଁଲେ ଏମ୍‌ଆଇଏଲ୍‌ (ମଡର୍ନ ଇଣ୍ଡିଆନ ଲାଙ୍ଗୁଏଜ୍‌), ଇଂଲିଶ ସାଧାରଣ ଅନ୍ୟ ଶିକ୍ଷାନୁଷ୍ଠାନ ପରି ବାଧ୍ୟତାମୂଳକ ରହିଛି। କିନ୍ତୁ ବିଏଫ୍‌ସିରେ ଅସମାନତା ରହୁଛି। ଅନ୍ୟ ସାଧାରଣ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ବିଷୟ ମଧ୍ୟରୁ ୪ଟିକୁ ବିଏଫ୍‌ସି ହିସାବରେ ଚୟନ ପାଇଁ ସୁଯୋଗ ଥିବାବେଳେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଅର୍ଥାତ୍‌ ୩ଟି ବିଷୟ ଯଥା ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥଶାସ୍ତ୍ର ନେବା ପାଇଁ ବାଧ୍ୟବାଧକତା ରହିଛି। ଟ୍ରେଡ୍‌ ବିଷୟ ହିସାବରେ ସାରା ରାଜ୍ୟରେ ଇନ୍‌ଫର୍ମେଶନ୍‌ ଟେକ୍‌ନୋଲୋଜି, ଇନ୍‌ଫର୍ମେଶନ୍‌ ଟେକ୍‌ନୋଲୋଜି ଏନାବଲ୍‌ଡ ସର୍ଭିସେସ୍‌, ମେଡିକାଲ ଲାବରେଟୋରି ଟେକ୍ନିକ୍ୟୁଜ୍‌ କ୍ରପ ପ୍ରଡକ୍ସନ୍‌, ଡାଇରିଂ, ହର୍ଟିକଲ୍‌ଚର, ଇନ୍‌ଲାଣ୍ଡ ଫିଶରିଜ୍‌, ପୋଲ୍‌ଟ୍ରି ଫାର୍ମିଂ, ସେରିକଲ୍‌ଚର, କମ୍ପ୍ୟୁଟର ଟେକ୍‌ନିକ୍ୟୁଜ୍‌, ପାରା ମେଡିକାଲ ହେଲ୍‌ଥ କେୟାର, ମାଇକ୍ରୋ ବାୟୋଲୋଜି ଆଣ୍ଡ ସେରୋଲୋଜି ଆଦି ୨୫ଟି ବିଷୟ ରହିଛି। ପ୍ରତି ଶିକ୍ଷାନୁଷ୍ଠାନରେ ଅତିବେଶିରେ ୨ଟି ଟ୍ରେଡ୍‌ ବିଷୟରେ ମୋଟ ୪୮ ଜଣଙ୍କୁ ଶିକ୍ଷାଲାଭର ସୁଯୋଗ ଅଛି। ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ବିଏଫ୍‌ସି ଭାବେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ କିମ୍ବା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟ ନେବାକୁ ପଡୁଛି। ବାଣିଜ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ବିଏଫ୍‌ସି ଭାବେ ଆକାଉଣ୍ଟାନ୍ସି, ବିଜନେସ୍‌ ଷ୍ଟଡିଜ୍‌ ଆଣ୍ଡ ମ୍ୟାନେଜମେଣ୍ଟ ଓ ଇକୋନୋମିକ୍ସ ରହିଛି। ମାତ୍ର ଧନ୍ଦାମୂଳକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ବିଏଫ୍‌ସିରେ ଅଧିକ ବିଷୟ ଚୟନ ଉପରେ କଟକଣା ଥିବାରୁ ଏହାର ଚାହିଦା ରହୁନାହିଁ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟରଙ୍କ ସହ ଯୋଗାଯୋଗ କରିବାରେ ପ୍ରସଙ୍ଗର ଗମ୍ଭୀରତା ଥିବା କହିବା ସହ ବିଏଫ୍‌ସିରେ ଥିବା କଟକଣା ଉଠାଇବା ବାବଦରେ ଉପଯୁକ୍ତ ଫୋରମ୍‌ରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। କାଉନ୍‌ସିଲ ଅଫ୍‌ ହାୟର ସେକେଣ୍ଡାରି ଏଜୁକେଶନ(ସିଏଚ୍‌ଏସ୍‌ଇ) ଡେପୁଟି ସେକ୍ରେଟାରି ଯଶୋବନ୍ତ ସାମଲଙ୍କୁ ପଚାରିବାରୁ ଏହି ପ୍ରସଙ୍ଗର ପ୍ରାସଙ୍ଗିକତା ଥିବାରୁ ବିଏଫ୍‌ସିରେ ଥିବା କଟକଣା ଉଠାଯିବା ଉପରେ ଚିନ୍ତା କରାଯାଉଛି। ନିକଟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ଏକ ଯୁଗ୍ମ କମିଟି ବୈଠକ ହୋଇଥିଲା। ସରକାରଙ୍କଠାରୁ ଅନୁମତି ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତଥାପି ଚଳିତ ଶିକ୍ଷାବର୍ଷରେ ଏହା ଉପରେ ବିଚାର କରାଯାଉଥିବା ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?