ମଡେଲ ପାର୍କ କାମ ସରିବା ନେଇ ଅନିଶ୍ଚିତତା

ଜଗତ୍‌ସିଂହପୁର, ୨୪ା୫ (ପ୍ରମୋଦ କୁମାର ନାୟକ): ଦିନକୁ ଦିନ ଜଗତ୍‌ସିଂହପୁର ସହରର ଜନସଂଖ୍ୟା ବଢ଼ିଚାଲିଛି। କିନ୍ତୁ ମନୋରଞ୍ଜନ ପାଇଁ ଏ ପର୍ଯ୍ୟନ୍ତ ଆଖିଦୃଷ୍ଟିଆ ପାର୍କଟିଏ ନାହିଁ। ୨୦୨୧ରେ ସ୍ଥାନୀୟ କଲେଜ ଛକ ନିକଟରେ ଏକ ଆକର୍ଷଣୀୟ ଅର୍ଥାତ୍‌ ମଡେଲ ପାର୍କ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ପାଖାପାଖି ୧ ଏକର ଜମିରେ ନୂଆ ଢାଞ୍ଚାରେ ହେବାକୁ ଥିବା ଏହି ପାର୍କ ନିର୍ମାଣରେ ୬୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପାର୍କ ନିର୍ମାଣ ସରିଲେ ସ୍ଥାନୀୟ କଲେଜ ଛକର ଶୋଭା ବୃଦ୍ଧି ପାଇବ। ବହୁ ସଂଖ୍ୟାରେ ଲୋକ, ଛୋଟ ପିଲା ଭରପୂର ମନୋରଞ୍ଜନ କରିପାରିବେ ବୋଲି କୁହାଯାଇଥିଲା। ଏହି ଖବର ସେତେବେଳେ ଲୋକମାନଙ୍କ ମନରେ ଖୁସି ଭରି ଦେଇଥିଲା। କିନ୍ତୁ ଏଥିମଧ୍ୟରେ ୪ ବର୍ଷ ବିତିଥିଲେ ସୁଦ୍ଧା କାମ ସରୁନାହିଁ। କଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ବାସ୍ତବରେ କିନ୍ତୁ ଏହା କେବଳ ପ୍ରଚାର ସର୍ବସ୍ବ ଥିଲା। ସମ୍ପ୍ରତି ପାର୍କ ପରିସରରେ ବସି ମନୋରଞ୍ଜନ କରିବା ତ ଦୂରର କଥା ଚାଲିକରି ଯିବାକୁ ଘୃଣା ଲାଗୁଛି। ଏଭଳି ଅପରିସ୍କାର ହୋଇଛି ଲାଗୁଛି ସତେ ଯେପରି ଏହା ଏକ ପରିତ୍ୟକ୍ତ ସ୍ଥାନ। ଦୀର୍ଘ ବର୍ଷ ହେବ ଏହା ଅବ୍ୟବହୃତ ହୋଇ ପଡ଼ିରହିଛି।
ଏସ୍‌ଭିଏମ୍‌ (ସ୍ବାମୀ ବିବେକାନନ୍ଦ ସ୍ମାରକ) ସ୍ବୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ନିକଟ ତଥା କଲେଜ ଛକ ପୋଲ ପାର୍ଶ୍ୱରେ ପାର୍କଟି ନିର୍ମାଣ ଚାଲିଛି। ଏହି କାମ ଆରମ୍ଭ ପୂର୍ବରୁ କୁହାଯାଇଥିଲା ପାର୍କ ଜମି ପୋତା ନ ଯାଇ ଉଚ୍ଚନୀଚ ରହିବ। ଯେପରି ବର୍ଷା କିମ୍ବା ଅନ୍ୟ ପାଣି ଜମି ନ ରହି ଏହା ପାର୍ଶ୍ୱ ଅଳକା ନଦୀକୁ ସହଜରେ ବୋହିଯିବ। ରାସ୍ତା ପାର୍ଶ୍ୱରେ ଫାଟକ ରହିବ ଏବଂ ଲୋକେ ପାହାଚରେ ଚଢ଼ି ପାର୍କ ଭିତରକୁ ଯାଇପାରିବେ। ଏହା ଭିତରେ ଉନ୍ନତ ମାନର ବଗିଚା ଓ ଲନ୍‌ କରାଯିବ। ବିଶେଷକରି କାର୍ପେଟ୍‌ ଚାଦର ପରି କୋରିଆନ ଘାସ ବ୍ୟବହାର ହେବ। କଦମ୍ବ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ସୁନ୍ଦର ଦିଶୁଥିବା ଏବଂ ଧୀର ବଢୁଥିବା ଅନେକ ପ୍ରଜାତିର ଗଛ ଯଥା ଅଶୋକ, ବଉଳ, ବଟଲ ବ୍ରସ୍‌, ନିମ୍ବ, କରଞ୍ଜ, ଦେବଦାରୁ, ସୁନାରୀ ଏବଂ କାଞ୍ଚନ ଆଦି ଗଛ ଲାଗିବ। ଏଥିସହ ମନ୍ଦାର, ଟଗର, କନିଅର, କରବିରା, ଜୁଇ, ଜାଇ, ମଧୁମାଳତୀ ଆଦି ଅନେକ ପ୍ରକାଶ ସୁନ୍ଦର ଫୁଲ ଗଛ ଲଗାଯିବ। ୪ ଜଣ ବସି ପାରୁଥିବା ଭଳି ଏକାଧିକ କଂକ୍ରିଟ୍‌ ଚେୟାର ବ୍ୟବସ୍ଥା ହେବ। ଲୋକେ ବୁଲାବୁଲି କରିବା ପାଇଁ ପାଦଚଲା ରାସ୍ତା ରହିବ। ପିଲାମାନଙ୍କ ମନୋରଞ୍ଜନ ପାଇଁ ଏକାଧିକ ଉପକରଣ ଲାଗିବ। ସେଲ୍ଫି ନେବା ପାଇଁ ପଏଣ୍ଟ, ପରିସ୍ରାଗାର ଓ ଆଲୋକୀକରଣ କରାଯିବ। ସିଭିଲ କାମ ବାବଦରେ ୧୦ ଲକ୍ଷ ୮୦ହଜାର ୮୦୬ ଟଙ୍କା ଖର୍ଚ୍ଚ ହେବ। ସେହିପରି ପାଚେରି ବାବଦରେ ୧୧ ଲକ୍ଷ ୪୭ ହଜାର ୮୩୫, ପାଦଚଲା ରାସ୍ତା ପାଇଁ ୩ ଲକ୍ଷ ୧୧ ହଜାର ୮୯୬, ବେଞ୍ଚ ଓ ଡଷ୍ଟବିନ୍‌ ବାବଦରେ ୩ ଲକ୍ଷ ୪୧ ହଜାର ୯୫୧, ପିଲାଙ୍କ ମନୋରଞ୍ଜନ ଉପକରଣ ୧୩ ଲକ୍ଷ ୨ ହଜାର୯୩୫, ସେଲ୍ଫି ପଏଣ୍ଟ ୩ ଲକ୍ଷ୍ୟ ୬୦ ହଜାର ୬୪୦ ଓ ବାୟୋ ଟଏଲେଟ୍‌ ନିମନ୍ତେ ୧ ଲକ୍ଷ ୧୭ ହଜାର ୩୦୦, ଏହିପରି ମୋଟ ୪୯ ଲକ୍ଷ ୬୩ ହଜାର ୩୬୫ ଟଙ୍କା ଖର୍ଚ୍ଚ ହେବ। ବିଦ୍ୟୁତ କାମ ବାବଦରେ ୫ ଲକ୍ଷ ୭୧ ହଜାର ୫୦୫, ପାନୀୟ ଜଳ ଓ ସାନିଟାରୀ କାମ ପାଇଁ ୩ ଲକ୍ଷ ୫ ହଜାର ୧୭୫ ଟଙ୍କା ଖର୍ଚ୍ଚ କରାଯିବ। ଏହିପରି ମୋଟ ଉପରେ ୬୫ ଲକ୍ଷ ୯୯ ହଜାର ୨୫୨ ଟଙ୍କା ଖର୍ଚ୍ଚ ନିମନ୍ତେ ଅଟକଳ କରାଯାଇଥିବା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଖବର ଜଗତ୍‌ସିଂହପୁର ସହରବାସୀ ବିଶେଷକରି ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଭିତରେ ଖୁସିର ମାହୋଲ ସୃଷ୍ଟି କରିଥିଲା। କିନ୍ତୁ ପାର୍କ ନିର୍ମାଣ ସରୁ ନ ଥିବାରୁ ଲୋକଙ୍କ ମନ ମଉଳିବାରେ ଲାଗିଛି। କେହି ଏହି ପରିସର ଗଲେ ଅପରିଷ୍କାର କାରଣରୁ ପ୍ରବେଶ କରିବାକୁ ଘୃଣା ଅନୁଭବ କରୁଛନ୍ତି। ଏକାଧିକ ସିମେଣ୍ଟ ଚେୟାର ପଡ଼ିଛି। କିନ୍ତୁ ଅଧିକାଂଶରେ ବସିବା ଭଳି ଅବସ୍ଥା ନାହିଁ। ତଳେ ଅନାବନା ଘାସ, କଣ୍ଟା ଗଛ ଓ ଆଣ୍ଠୁଏ ଉଚ୍ଚର ଅନ୍ୟ ଗଛ ହୋଇଯାଇଛି। ପାଦଚଲା ରାସ୍ତା ମଧ୍ୟ ଖରାପ ଅବସ୍ଥାରେ ଅଛି। କାର୍ପେଟ୍‌ ଚାଦର ପରି କୋରିଆନ ଘାସ ବ୍ୟବହାର କଥା କାହାଣୀ ପରି ଲାଗୁଛି। ଫୁଲ କିମ୍ବା ଅନ୍ୟ ଆକର୍ଷଣୀୟ ଗଛ ଆଦୌ ଲାଗିନାହିଁ। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ନିର୍ବାହୀ ଅଧିକାରୀ ସୀମା ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେଶନ୍‌ (ଓଏସ୍‌ଆଇସି) ଟେଣ୍ଡର ପାଇ କାମ କରୁଛନ୍ତି। କାମ ସାରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ତାହା ଅତିକ୍ରାନ୍ତ ହୋଇଗଲାଣି। ଶୀଘ୍ର କାମ ସାରିବା ପାଇଁ ଉକ୍ତ ସଂସ୍ଥାକୁ କୁହାଯାଇଛି। ତଥାପି ବିଳମ୍ବ ହେଉଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନ ଥିବା କହିଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ କାମ ଶେଷ ହେବା ଭଳି ଲାଗୁନାହିଁ। ଏ ପରିସ୍ଥିତିରେ ମଡେଲ ପାର୍କ କାମ କେବେ ସରିବ ସେନେଇ ଅନିଶ୍ଚିତତା ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri