ଜଗତ୍‌ସିଂହପୁର

ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଟଙ୍କା ହଡ଼ପ ଅଭିଯୋଗ

ବାଲିକୁଦା,୨୪ା୬ (ତାପସ ସ୍ବାଇଁ): ବାଲିକୁଦା ବ୍ଲକର ବୋରିକିନା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ସରପଞ୍ଚ ସାଧୁଚରଣ ସାହୁ କିଛିଦିନ ପୂର୍ବେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ…

୫ ମାସରେ ୧୧୨ ଦୁର୍ଘଟଣା: ୪୩ ମୃତ, ୫୮ ଗୁରୁତର

ଜଗତ୍‌ସିଂହପୁର,୨୩ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଗାଡି ଚାଳକମାନଙ୍କ ମନମୁଖି ଓ ଦ୍ରୁତ ଗାଡି ଚାଳନା ଚିନ୍ତାର କାରଣ ପାଲଟିଛି। କାରଣ ଗତ ଜାନୁୟାରୀରୁ ମେ ମାସ ମଧ୍ୟରେ ଜିଲାରେ ୧୧୨ଟି ଦୁର୍ଘଟଣା ଘଟିଥିବା ବେଳେ ୪୩ ଜଣଙ୍କର ମୃତ୍ୟୁ ଘଟିଛି…

ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣରେ ବିଳମ୍ବ

ଜଗତ୍‌ସିଂହପୁର,୨୨ା୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୧ ବର୍ଷ ପୂର୍ବରୁ ଚିନ୍ତା କରାଯାଇଥିଲା । ସେତେବେଳେ ଏହି ଖବର ସାଧାରଣରେ ଖୁସି ଭରି ଦେଇଥିଲା। ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଗଧାରୀ ନିକଟରେ ସ୍ଥାନ ଚିହ୍ନଟ…

ରାତି ପାଠପଢ଼ାରେ ବିଦ୍ୟୁତ୍‌ ବାଧକ

ନାଉଗଁା,୨୨ା୬(ସୁଧା ବେହୁରା) ନାଉଗଁା ବ୍ଲକର ତିରୁଣା ପଞ୍ଚାୟତ ଦହିପାଳ(ବେଲକନ୍ଦା)ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ୯ କୋଟି ୯୯ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସରିଛି। ହେଲେ ଏପର୍ଯ୍ୟନ୍ତ…

ଅବଧି ଶେଷ: ସରୁନି ପ୍ରକଳ୍ପ କାର୍ଯ୍ୟ

ନାଉଗାଁ,୧୯ା୬(ସୁଧା ବେଉରା): ଗ୍ରାମାଞ୍ଚଳର ସବୁ ଗୃହକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଉଛି। ବିଭାଗୀୟ ଅଧିକାରୀଙ୍କ ଠିକ୍‌ ତଦାରଖ ଅଭାବରୁ ଦାୟିତ୍ୱରେ ଥିବା ଠିକାଦାରମାନେ ମନଇଚ୍ଛା…

ମହିଳା କର୍ମଚାରୀଙ୍କୁ ମିଳିବ କ୍ରେଚ୍‌ ସୁବିଧା

ଜଗତ୍‌ସିଂହପୁର, ୧୮ା୬(ପ୍ରମୋଦ କୁମାର ନାୟକ) ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁବ୍‌ଶୀଘ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କ୍ରେଚ୍‌ (ଦିନବେଳା ଶିଶୁମାନଙ୍କ ଦେଖାଶୁଣା ପାଇଁ ଗୃହ) ସୁବିଧା ହେବାକୁ ଯାଉଛି। ଛୋଟ ପିଲାଙ୍କୁ ଘରେ ଛାଡି ମହିଳା…

ଜଗତ୍‌ସିଂହପୁର-କାଳଖ ରାସ୍ତା ପ୍ରଶସ୍ତୀକରଣ ଦାବି

ଜଗତ୍‌ସିଂହପୁର,୧୭ା୬(ପ୍ରମୋଦ କୁମାର ନାୟକ) ଜଗତ୍‌ସିଂହପୁର ଜିଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରଶସ୍ତୀକରଣ ସାଙ୍ଗକୁ ନବୀକରଣ ଚାଲିଛି । ଜଗତ୍‌ସିଂହପୁରରୁ ପୁରୀ ଓ ଭୁବନେଶ୍ୱର ଦୂରତା କମାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ ପାରିନାହିଁ। ଜଗତ୍‌ସିଂହପୁର-ଆଳିପିଙ୍ଗଳ ଓ…

ରୂପ ବଦଳୁଛି, ବ୍ୟବସ୍ଥା ସୁଧୁରୁନି

ପାରାଦୀପ,୧୬।୬(ଶରତ ରାଉତ): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ନବକଳେବର ହେବାକୁ ଯାଉଛି। ନୂତନ ଅକ୍ସନ ହଲ (ନିଲାମ କେନ୍ଦ୍ର), ମାର୍କେଟ କମ୍ପ୍ଲେକ୍ସ, ଶୀତଳ ଭଣ୍ଡାର, ପୋତାଶ୍ରୟ ଉନ୍ନତି ଓ ବର୍ଥ ନବୀକରଣ ଆଦି ନିର୍ମାଣ ଚାଲିଛି। ପ୍ରଧାନମନ୍ତ୍ରୀ…

ଚାଷୀଙ୍କୁ ଋଣ ପ୍ରଦାନରେ ଆନ୍ତରିକତା ଅଭାବ

ରଘୁନାଥପୁର, ୧୫।୬(ରାଜେନ୍ଦ୍ର ନାରାୟଣ ସିଂ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନା ଦିଗହରା ହୋଇପଡ଼ିଛି। ଏହି ଯୋଜନାରେ ଚାଷୀଙ୍କୁ ଋଣ ଦେବାପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ବ୍ୟାଙ୍କ ସମୂହ। ଫଳରେ ଖରିଫ ଓ ରବି ଫସଲ…

ଜାହାଜ ମରାମତି ବେଳେ ଅଘଟଣ: ପୋତାଶ୍ରୟରେ ଖସି ଅଧିକାରୀଙ୍କ ଜୀବନ ଗଲା

ପାରାଦୀପ,୧୪ା୬(ଶରତ କୁମାର ରାଉତ): ପାରାଦୀପ ବନ୍ଦର ପୋତାଶ୍ରୟରେ ବୁଧବାର ସକାଳେ ଡିସିଆଇ(ଡ୍ରେଜିଂ କର୍ପୋରେଶନ ଇଣ୍ଡିଆ)ଜାହାଜରେ ଅଘଟଣ ଘଟିଛି। ଡ୍ରେଜିଂ ଜାହାଜ ୧୭ର ସେକେଣ୍ଡ ଅଫିସର ପାଣିରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ସି ମ୍ୟାନ (ନାବିକ) ଅଳ୍ପକେ ବର୍ତ୍ତି…

ଆଜିଠୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ

ପାରାଦୀପ,୧୪।୬(ଶରତ ରାଉତ): ୨ ମାସର ସାମୁଦ୍ରିକ ମାଛଧରା କଟକଣା ବୁଧବାର ଶେଷ ହେଉଛି। ଏନେଇ ମଙ୍ଗଳବାର ପାରାଦୀପ ମାଛଧରା ବନ୍ଦର ପରିସର ଚଳଚଞ୍ଚଳ ହୋଇଉଠିଛି । ବୁଧବାର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ବୋଟ ଓ ୨୫୦ରୁ ଅଧିକ ଛୋଟ ଡଙ୍ଗା ସମୁଦ୍ର…

ମଧୁବାବୁ ପେନସନ୍‌ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୧।୬: ଚଳିତ ମାସରୁ ମଧୁବାବୁ ପେନ୍‌ସନ୍‌ ଯୋଜନାର ହିତାଧିକାରୀଙ୍କୁ ନଗଦ ଟଙ୍କା ଆକାରରେ ପେନସନ୍‌ ଦିଆଯିବ। ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କୁ କର୍ମଚାରୀମାନେ ସେମାନଙ୍କ ଘରେ ଭତ୍ତା ରାଶି ପ୍ରଦାନ କରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri