ଆଜ୍‌ବେଷ୍ଟସ୍‌ର ପତ୍ତା ମିଳୁନି: ବର୍ଷାରେ ଭିଜୁଛି କବାଟ ଝରକା

ରଘୁନାଥପୁର,୨୭।୬ (ରାଜେନ୍ଦ୍ର ନାରାୟଣ ସିଂହ): ୫-ଟି ସଚିବ ଭି.କେ ପାଣିଆନ ଆସନ୍ତା ଜୁନ ୨୯ ଓ ୩୦ରେ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିବା ରଘୁନାଥପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ନବୀକରଣ କାର୍ଯ୍ୟ ଚାଲିଛି। ମୌସୁମୀ ବର୍ଷା ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ଥିବା ୩ ଷ୍ଟାଫ କ୍ୱାର୍ଟରକୁ ଭଙ୍ଗାଯାଇ କାର୍ଯ୍ୟ ଆରମ୍ଭ ହୋଇଛି।
ଭଙ୍ଗାଯାଇଥିବା ପୁରୁଣା କ୍ୱାର୍ଟରରୁ ବାହାରିଥିବା ଆଜବେଷ୍ଟସର ପତ୍ତା ମିଳୁନି। ଏ ସମ୍ପର୍କରେ ଠିକାଦାରଙ୍କ ପକ୍ଷରୁ ନିୟୋଜିତ ଲୋକଙ୍କୁ ପଚାରିଲେ ସବୁ ଆଜବେଷ୍ଟସ୍‌କୁ ଭାଙ୍ଗି ଦିଆଯାଇଥିବା କୁହାଯାଉଛି। ଉକ୍ତ କ୍ୱାର୍ଟରରେ କର୍ମଚାରୀମାନେ ରହୁଥିଲେ। ଭଙ୍ଗା ହେବାର ଦୁଇଦିନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ କ୍ୱାର୍ଟରରେ ପ୍ରାୟ ୫୦ ପିସ ଭଲ ଆଜବେଷ୍ଟ ଥିଲା। ଏହାକୁ ଭାଙ୍ଗି ଦିଆଯାଇଛି ନା ହଡ଼ପ କରାଯାଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ଖାମଖିଆଲ ନୀତି ଯୋଗୁ ଉକ୍ତ କ୍ୱାର୍ଟରରୁ ବାହାରିଥିବା କବାଟ, ଝରକା ଖୋଲା ଆକାଶ ତଳେ ଗଦାହୋଇ ବର୍ଷାରେ ଭିଜୁଛି। ସେହିପରି ଆଜବେଷ୍ଟସ୍‌ ତଳୁ ବାହାରିଥିବା ଅନେକ ମୂଲ୍ୟବାନ କାଠ ମିଳୁ ନଥିବାବେଳେ ଆଉ କିଛି କାଠକୁ ଶ୍ରମିକମାନେ ଜାଳେଣି ରୂପେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ପୁରୁଣା କ୍ୱାର୍ଟରରୁ ବାହାରିଥିବା ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତିକୁ ଅଣଦେଖା କରାଯାଉଛି। ଏ ସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ସୁକାନ୍ତ କୁମାର ଦଳେଇଙ୍କୁ ପଚାରିବାରୁ ଉକ୍ତ କ୍ୱାର୍ଟରରୁ ବାହାରିଥିବା ଆଜବେଷ୍ଟସ, କାଠ ଓ କବାଟ ଓ ଝରକା ଇତ୍ୟାଦିକୁ ଏପର୍ଯ୍ୟନ୍ତ ମେଡିକାଲକୁ ହସ୍ତାନ୍ତର କରାଯାଇନାହିଁ ବୋଲି ଡା ଦଳେଇ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ନବୀକରଣ କାର୍ଯ୍ୟ ପାଇଁ ୨.୧ କୋଟି ଟଙ୍କା ବ୍ୟୟବରାଦ ରହିଛି। ମାଣପୁର ଗଡମା ପୂର୍ତ୍ତ ବିଭାଗ ଯନ୍ତ୍ରୀ ବେଦବ୍ୟାସ ସ୍ବାଇଁ ଏହାର ନିର୍ମାଣ ଦାୟିତ୍ୱରେ ରହିଛନ୍ତି। ଯନ୍ତ୍ରୀ ସ୍ବାଇଁ କହିଛନ୍ତି, ପୁରୁଣା କ୍ୱାର୍ଟରରୁ ବାହାରିଥିବା ସମସ୍ତ ସାମଗ୍ରୀ ଠିକାଦାର ତାଙ୍କ ଦାୟିତ୍ୱରେ ରଖିଥିବେ। ୫-ଟି ସଚିବ ନିଜେ ଏହାର ଅନୁଧ୍ୟାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?