ଆଜ୍‌ବେଷ୍ଟସ୍‌ର ପତ୍ତା ମିଳୁନି: ବର୍ଷାରେ ଭିଜୁଛି କବାଟ ଝରକା

ରଘୁନାଥପୁର,୨୭।୬ (ରାଜେନ୍ଦ୍ର ନାରାୟଣ ସିଂହ): ୫-ଟି ସଚିବ ଭି.କେ ପାଣିଆନ ଆସନ୍ତା ଜୁନ ୨୯ ଓ ୩୦ରେ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିବା ରଘୁନାଥପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ନବୀକରଣ କାର୍ଯ୍ୟ ଚାଲିଛି। ମୌସୁମୀ ବର୍ଷା ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ଥିବା ୩ ଷ୍ଟାଫ କ୍ୱାର୍ଟରକୁ ଭଙ୍ଗାଯାଇ କାର୍ଯ୍ୟ ଆରମ୍ଭ ହୋଇଛି।
ଭଙ୍ଗାଯାଇଥିବା ପୁରୁଣା କ୍ୱାର୍ଟରରୁ ବାହାରିଥିବା ଆଜବେଷ୍ଟସର ପତ୍ତା ମିଳୁନି। ଏ ସମ୍ପର୍କରେ ଠିକାଦାରଙ୍କ ପକ୍ଷରୁ ନିୟୋଜିତ ଲୋକଙ୍କୁ ପଚାରିଲେ ସବୁ ଆଜବେଷ୍ଟସ୍‌କୁ ଭାଙ୍ଗି ଦିଆଯାଇଥିବା କୁହାଯାଉଛି। ଉକ୍ତ କ୍ୱାର୍ଟରରେ କର୍ମଚାରୀମାନେ ରହୁଥିଲେ। ଭଙ୍ଗା ହେବାର ଦୁଇଦିନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ କ୍ୱାର୍ଟରରେ ପ୍ରାୟ ୫୦ ପିସ ଭଲ ଆଜବେଷ୍ଟ ଥିଲା। ଏହାକୁ ଭାଙ୍ଗି ଦିଆଯାଇଛି ନା ହଡ଼ପ କରାଯାଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ଖାମଖିଆଲ ନୀତି ଯୋଗୁ ଉକ୍ତ କ୍ୱାର୍ଟରରୁ ବାହାରିଥିବା କବାଟ, ଝରକା ଖୋଲା ଆକାଶ ତଳେ ଗଦାହୋଇ ବର୍ଷାରେ ଭିଜୁଛି। ସେହିପରି ଆଜବେଷ୍ଟସ୍‌ ତଳୁ ବାହାରିଥିବା ଅନେକ ମୂଲ୍ୟବାନ କାଠ ମିଳୁ ନଥିବାବେଳେ ଆଉ କିଛି କାଠକୁ ଶ୍ରମିକମାନେ ଜାଳେଣି ରୂପେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ପୁରୁଣା କ୍ୱାର୍ଟରରୁ ବାହାରିଥିବା ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତିକୁ ଅଣଦେଖା କରାଯାଉଛି। ଏ ସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ସୁକାନ୍ତ କୁମାର ଦଳେଇଙ୍କୁ ପଚାରିବାରୁ ଉକ୍ତ କ୍ୱାର୍ଟରରୁ ବାହାରିଥିବା ଆଜବେଷ୍ଟସ, କାଠ ଓ କବାଟ ଓ ଝରକା ଇତ୍ୟାଦିକୁ ଏପର୍ଯ୍ୟନ୍ତ ମେଡିକାଲକୁ ହସ୍ତାନ୍ତର କରାଯାଇନାହିଁ ବୋଲି ଡା ଦଳେଇ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ନବୀକରଣ କାର୍ଯ୍ୟ ପାଇଁ ୨.୧ କୋଟି ଟଙ୍କା ବ୍ୟୟବରାଦ ରହିଛି। ମାଣପୁର ଗଡମା ପୂର୍ତ୍ତ ବିଭାଗ ଯନ୍ତ୍ରୀ ବେଦବ୍ୟାସ ସ୍ବାଇଁ ଏହାର ନିର୍ମାଣ ଦାୟିତ୍ୱରେ ରହିଛନ୍ତି। ଯନ୍ତ୍ରୀ ସ୍ବାଇଁ କହିଛନ୍ତି, ପୁରୁଣା କ୍ୱାର୍ଟରରୁ ବାହାରିଥିବା ସମସ୍ତ ସାମଗ୍ରୀ ଠିକାଦାର ତାଙ୍କ ଦାୟିତ୍ୱରେ ରଖିଥିବେ। ୫-ଟି ସଚିବ ନିଜେ ଏହାର ଅନୁଧ୍ୟାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri