ଜଗତ୍ସିଂହପୁର,୨୯।୬(ପ୍ରମୋଦ କୁମାର ନାୟକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗୁରୁବାରଠାରୁ ୨ ଦିନିଆ ଜଗତ୍ସିଂହପୁର ଗସ୍ତକୁ ନେଇ ସାରା ଜିଲାରେ ପ୍ରଶାସନିକ ବ୍ୟବସ୍ଥା ଚଳଚଞ୍ଚଳ ହୋଇଉଠିଛି। ପାଣ୍ଡିଆନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ ପ୍ରଶାସନ ଓ ବିଜେଡି ନେତାମାନେ ପୁରା ଦମରେ ଲାଗି ପଡ଼ିଛନ୍ତି। କିନ୍ତୁ ଜିଲାରେ ୫-ଟି ସଚିବଙ୍କ ଏକାଧିକ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ତାହା ପ୍ରଘଟ କରାଯାଉନାହିଁ। ଏପରି କି ଗଣମାଧ୍ୟମକୁ ମଧ୍ୟ ଗସ୍ତ ସୂଚୀ ଲୁଚାଯାଉଛି। କାହିଁକି ଏବଂ କେଉଁ କାରଣରୁ ଏଭଳି କରାଯିବାକୁ ଚେଷ୍ଟା ହେଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, କାଳେ ଲୋକେ ଜିଲାରେ ହେଉଥିବା ଦୁର୍ନୀତି ଓ ମନମାନି କଥା ୫-ଟି ସଚିବଙ୍କ ଆଗରେ ଫେରାଦ ହୋଇଯିବେ ସେଥିନେଇ ବେସ ସତର୍କତା ଅବଲମ୍ବନ କରାଯାଉଛି। ଏହାସତ୍ତ୍ବେ ବିଭିନ୍ନ ମାଧ୍ୟମରେ ଜିଲାର କେତେକ ସଚେତନ ନାଗରିକ ୫-ଟି ସଚିବଙ୍କ ଗସ୍ତ ସୂଚୀ ସଂଗ୍ରହ କରି ଅଭିଯୋଗ ଓ ବିକାଶମୂଳକ ନୂଆ ଯୋଜନା ଉପରେ ପ୍ରସ୍ତାବ ଦେବାକୁ ମନସ୍ଥ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତ୍ରୁଟି ନ ହେବା ପାଇଁ ଘନ ଘନ ବୈଠକ ଚାଲିଛି। ଯେହେତୁ ଏହା ଭିତରେ ୫-ଟି ସଚିବ ଯେଉଁସବୁ ଜିଲାକୁ ଗସ୍ତ କରିଛନ୍ତି ସେଠାରେ ଏକାଧିକ ଆକର୍ଷଣୀୟ ପ୍ରକଳ୍ପ ଘୋଷଣା କରିଛନ୍ତି, ତେଣୁ ଜଗତ୍ସିଂହପୁରକୁ ଅନୁରୂପ କିଛି ପ୍ରକଳ୍ପ ମିଳିବାର ଆଶା ଉଦ୍ଜୀବିତ ହୋଇଥିବାରୁ ଲୋକେ ଖୁସି ଅଛନ୍ତି।
୫-ଟି ସଚିବ ୨୯ ଓ ୩୦ ତାରିଖ ୨ ଦିନ ଜଗତ୍ସିଂହପୁର ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ ସହ ଲୋକଙ୍କ ସହ ସମ୍ପର୍କ ରଖିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ତା’ ଉପରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୀରବ ରହିଛି। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ସୂଚନା ଦେବା ପାଇଁ ନିର୍ଦ୍ଦେଶ ନ ଥିବାରୁ କହିହେବ ନାହିଁ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଏପରି କି କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ହ୍ବାଟ୍ସଆପ୍ ଗ୍ରୁପରେ ଏହି ୨ ଦିନ କୌଣସି ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ବାଇଟ୍ ଦେଇପାରିବେ ନାହିଁ। କେବଳ ପ୍ରେସ୍ ରିଲିଜ୍ ଏବଂ ଫଟୋଗ୍ରାଫ୍ ସମୟ ଅନୁସାରେ ସେୟାର କରିହେବ ବୋଲି ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ଅନ୍ଧାରରେ ରଖାଯିବା ପାଇଁ ବାସ୍ତବରେ ଉପରୁ ନିର୍ଦ୍ଦେଶ ଅଛି କି ଜିଲା ପ୍ରଶାସନ ଲୁଚାଇବାକୁ ଚେଷ୍ଟା କରୁଛି ତାହା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଜେଡି ବରିଷ୍ଠ ନେତାମାନେ ସେମାନଙ୍କ ଦଳୀୟ ନେତା ଓ କର୍ମୀଙ୍କୁ କେଉଁଭଳି ପ୍ରସ୍ତୁତ ରହିବାକୁ ପଡ଼ିବ ତା’ ଉପରେ ଟିପ୍ସ ଦେଇଛନ୍ତି। ସରକାରୀ ଭାବେ ମଧ୍ୟ ନାନା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଭିତରେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ତଥା ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତ୍ସିଂହପୁର ଏମ୍ପି ରାଜଶ୍ରୀ ମଲ୍ଲିକ ପ୍ରମୁଖ ଜିଲାରେ ସବୁକିଛି ସ୍ବାଭାବିକ ଚାଲିଥିବା ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ୫-ଟି ସଚିବ ଯେଉଁସବୁ ସ୍ଥାନ ଗସ୍ତ କରିବାର ଅଛି ସେସବୁ କାର୍ଯ୍ୟକୁ କ୍ରୀୟାଶୀଳ କରି ଦିଆଯାଇଛି। ଯେପରି ଉନ୍ନୟନମୂଳକ କାର୍ଯ୍ୟ ମନ୍ଥର ନାହିଁ ବୋଲି ବାରି ହେବ। ପୋଲିସ, ପ୍ରଶାସନ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯେଉଁଭଳି ସକ୍ରିୟ ହେଉଛନ୍ତି ତାହା ସାରା ଜିଲାରେ ନିଆରା ପରିବେଶ ସୃଷ୍ଟି କରିଛି।
Posted inHome, Home Left, ଆମ ଜିଲା ଖବର, ଜଗତ୍ସିଂହପୁର View All
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

