ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଶଟ୍ଡାଉନ ଘୋଷଣା କଲେ ସରପଞ୍ଚ: ଜୁନ୍ ୨୪ ଯାଏ ରହିବ ବଳବତ୍ତର
ବୁଗୁଡା,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଶାନ୍ତିଲତା ନାୟକ ଶଟ୍ଡାଉନ ଘୋଷଣା କରିଛନ୍ତି। ମାଣିତରା ପଞ୍ଚାୟତ ଅନ୍ତର୍ଗତ ମକରାପଲୀର ଏକ ଘରୋଇ ସଙ୍ଗରୋଧ କେନ୍ଦ୍ରରେ ଜଣେ କରୋନା…
ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍
ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍ସିସି ଓ ଏମ୍ଆର୍ଏଫ୍)ର ଚାଲିଥିବା ନିର୍ମାଣାଧୀନ କାର୍ଯ୍ୟ ବୁଲି ଦେଖିଥିଲେ। ମାତ୍ର ଏହି କାର୍ଯ୍ୟ ଠିକ୍ ଭାବରେ…
କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ୍ ସମେତ ୩ ଗିରଫ
ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲା ଗୋସାଇଁନୂଆଗାଁ ହିଲ୍ପଟଣାସ୍ଥିତ ହେରିଟେଜ୍ କ୍ଷୀର ଡିଲର ଲମ୍ବୋଦର ମୁନିଙ୍କୁ ହତ୍ୟା କରି ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ବହୁଚର୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଲମ୍ବୋଦରଙ୍କ ଡ୍ରାଇଭର ରୂପେଶ…
ଗଞ୍ଜାମର ହିଞ୍ଜିଳି ବ୍ଲକ, ୨ ପଞ୍ଚାୟତକୁ ମିଳିଛି ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଏବଂ ଶେରଗଡ଼ ବ୍ଲକର ଅଲାରିଗଡ଼ ଓ ହିଞ୍ଜିଳିବ୍ଲକର ଶାସନଆମ୍ବଗାଁ ଗଞ୍ଚାୟତଜାତୀୟସ୍ତରରେ ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଉକ୍ତ ବ୍ଲକ ଓ ପଞ୍ଚାୟତକୁ ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ମିଳିଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…
ଗଞ୍ଜାମରେ ୧୨ କରୋନା ଯୋଦ୍ଧାଙ୍କ ସମେତ ୪୨ ପଜିଟିଭ୍ : ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି
ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ କରୋନା ଯୋଦ୍ଧା ଅଛନ୍ତି। ୩ ଆକ୍ରାନ୍ତ କର୍ଣ୍ଣାଟକ, ସୁରଟ…
ଗଞ୍ଜାମ ମିନି ଷ୍ଟାଡିୟମ୍ରେ ମାଛ, ମାଂସ ଦୋକାନ: ଚଢ଼ା ଦରରେ ବିକ୍ରି ଅଭିଯୋଗ
ଗଞ୍ଜାମ, ୧୯।୬(ଡି.ଏନ୍.ଏ.): ମହାମାରୀ କରୋନା ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରିରଖିଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପରିବା ଓ ମାଛ ମାଂସ ଦୋକାନଗୁଡିକୁ ମିନିଷ୍ଟାଡିୟମରେ ବ୍ୟାରିକେଟକରି ଭର୍ତ୍ତିକରିଛି । ଦୁଇ ଦିନ ହେଲା ସେଠାରେ…
ଲକ୍ଡାଉନ୍ ନିୟମ ଉଲ୍ଲଂଘନ ବିଏମ୍ସିର ୬ ଦୋକାନ ସିଲ୍
ବ୍ରହ୍ମପୁର ଅଫିସ,୧୯ା୬- କରୋନା ମୁକାବିଲା ନେଇ ଘୋଷିତ ଲକ୍ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ୬ ଦୋକାନକୁ ସିଲ କରିଛି ପ୍ରଶାସନ। ବ୍ରହ୍ମପୁର ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗୁରୁବାର ରାମଲିଙ୍ଗମ୍ ଟେମ୍ପୁଲ ରୋଡ଼, ଗାନ୍ଧୀନଗର, ଚର୍ଚ୍ଚ ରୋଡ଼, ଗେଟବଜାର ଅଞ୍ଚଳରେ…
ଘରୋଇ ସଙ୍ଗରୋଧରେ ଥିବା ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ, ମୋବାଇଲ ଫୋନ ଜବତ
ବ୍ରହ୍ମପୁର ଅଫିସ,୧୯ା୬- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ପଛପଟେ ଲିଙ୍ଗରାଜ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ହାର୍ଦ୍ଦିକ ପଟ୍ଟନାୟକ (୨୩)। ଯୁବକ ଜଣଙ୍କ ବେକରେ…
ଶୋଇଥିବା ବେଳେ ପୁଅକୁ ହାଣି ହତ୍ୟାକଲେ ମା’
ଖଲ୍ଲିକୋଟ,୧୮ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଚିକିଲି ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବାବେଳେ ପୁଅକୁ ହତ୍ୟା କରି ବାଡ଼ିପଟେ ପୋତି ଦେଇଛନ୍ତି ମା’। ଗୁରୁବାର ଅପରାହ୍ନରେ ପୋଲିସ ମାଟିଖୋଳି ମୃତଦେହ ଜବତ କରିବା…
ତୋଟାରୁ ନରକଙ୍କାଳ ଉଦ୍ଧାର: ସଙ୍ଗରୋଧ କେନ୍ଦ୍ରରୁ ଫେରାର୍ ବ୍ୟକ୍ତି ସନ୍ଦେହ
ଆସିକା,୧୮ା୬(ଡି.ଏନ୍.ଏ.)- ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ବେଣିପଲ୍ଲି ଗ୍ରାମ ନିକଟରେ ଥିବା ଏକ ତୋଟାରୁ ଗୁରୁବାର ନରକଙ୍କାଳ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ପଡିଥିବା ପୋଷାକରୁ ଏହା ସଙ୍ଗରୋଧ କେନ୍ଦ୍ରରୁ ଖସି ପଳାଇଥିବା ଜଣେ ବ୍ୟକ୍ତିଙ୍କର ବୋଲି ସନ୍ଦେହ କରାଯାଉଛି। ତାଙ୍କ…
ମୃତ୍ୟୁର ଦିନକ ପରେ ରିପୋର୍ଟ ଆସିଲା ପଜିଟିଭ୍
ପୋଲସରା,୧୮ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଦିନକ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି। ମୃତକଙ୍କ ପରିବାର ସମେତ ମୃତଦେହ ସଂସ୍କାର କରିଥିବା ଲୋକେ ସଂକ୍ରମିତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ସ୍ଥାନୀୟ…
ବିପୁଳ ପରିମାଣର ଗୁଟ୍କା ଜବତ:୨ ଭାଇ ଗିରଫ
ପୁରୁଷୋତ୍ତମପୁର,୧୮।୬(ଡି.ଏନ୍.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଗୁରୁବାର ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାପାଶର୍ବରେ ଥିବା ଏକ ତେଜରାତି ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣର ଗୁଟକା ଜବତ କରିଛି। ଏହି ଘଟଣାରେ ଦୁଇ ଭାଇ ଲକ୍ଷ୍ମୀ ସାହୁ ଓ ଦିବାକର ସାହୁଙ୍କୁ ଗିରଫ…

