ଶୋଇଥିବା ବେଳେ ପୁଅକୁ ହାଣି ହତ୍ୟାକଲେ ମା’

ଖଲ୍ଲିକୋଟ,୧୮ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଚିକିଲି ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବାବେଳେ ପୁଅକୁ ହତ୍ୟା କରି ବାଡ଼ିପଟେ ପୋତି ଦେଇଛନ୍ତି ମା’। ଗୁରୁବାର ଅପରାହ୍ନରେ ପୋଲିସ ମାଟିଖୋଳି ମୃତଦେହ ଜବତ କରିବା ସହ ମା’ଙ୍କୁ ଗିରଫ କରିଛି। ମୃତକ ହେଲେ ଶୁକୁରିଆ ନାହାକ (୨୪)। ଗୋପପୁର ଗ୍ରାମ ଅନୁସୂଚିତ ଜାତି ସାହିର ଦୁହିତା ନାୟକ (୫୦) ସ୍ବାମୀଙ୍କ ମୃତ୍ୟୁ ପରେ ବଡପୁଅ ଶୁକୁରିଆ, ସାନପୁଅ ଧନୁ ଏବଂ ବୋହୂଙ୍କ ସହ ରହୁଥିଲେ। ଶୁକୁରିଆ ବିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ଆସି ଘରେ ପାଟିତୁଣ୍ଡ କରିବା ସହ ମା’ ଓ ସ୍ତ୍ରୀଙ୍କୁ ମାରଧର କରନ୍ତି। ଏନେଇ ସ୍ତ୍ରୀ କିଛିଦିନ ହେଲା ବାପଘରରେ ଯାଇ ରହୁଛନ୍ତି। ବୁଧବାର ରାତିରେ ସାନପୁଅ ଖାଇସାରି ଖୁଡୀଙ୍କ ଘରକୁ ଶୋଇବାକୁ ଚାଲିଯାଇଥିଲେ। ଶୁକୁରିଆ ନିଶାସକ୍ତ ଅବସ୍ଥାରେ ଆସି ମା’ଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ କରିବା ସହ ମାଡ ମାରିଥିଲେ। ପରେ ଖାଇସାରି ଶୋଇ ପଡିଥିଲେ। ରାତିରେ ମା’ ଘରେ ଥିବା ଏକ କାତିରେ ଶୁକୁରିଆଙ୍କୁ ହାଣି ହତ୍ୟା କରିବା ପରେ ବାରିପଟେ ଗାତଖୋଳି ପୋତି ଦେଇଥିଲେ। ସକାଳେ ସାନପୁଅ ଧନୁ ଆସି ମା’ଙ୍କୁ ଭାଇ କୁଆଡେ ଗଲେ ବୋଲି ପଚାରିବାରୁ ସେ ସବୁ କଥା କହିଥିଲେ। ପରେ ସାନପୁଅ ଏନେଇ ଥାନାରେ ଜଣାଇଥିଲେ। ଅପରାହ୍ନରେ ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ ଓ ପୋଲିସ ଘଟଣାସ୍ଥଳକୁ ଯାଇ ମାଟିଖୋଳି ମୃତଦେହ ଜବତ କରିଥିଲେ। ଏକ ହତ୍ୟା ମାମଲା (ନଂ.୨୩୮/୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଛି। ମା’ ଏକୁଟିଆ ହତ୍ୟା କରିଛନ୍ତି ନା ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି ଏନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?