ବ୍ରହ୍ମପୁର ଅଫିସ,୧୯ା୬- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ପଛପଟେ ଲିଙ୍ଗରାଜ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ହାର୍ଦ୍ଦିକ ପଟ୍ଟନାୟକ (୨୩)। ଯୁବକ ଜଣଙ୍କ ବେକରେ ଏକ ବେଡ଼ଶିଟ ଲଗାଇ ବେଡ଼ରୁମ ଭିତରେ ଥିବା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମୃତଦେହ ଜବତ କରି ନଂ. ୨୭୫/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଯୁବକଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡି ନ ଥିବା ବେଳେ ପୋଲିସ ତାଙ୍କ ମୋବାଇଲ ଫୋନ ନମ୍ବର ଜବତ କରି ତଦନ୍ତ ଚଳାଇଛି। ଯୁବକ ଜଣଙ୍କ ଘରେ ସଙ୍ଗରୋଧରେ ଥିବା ବେଳେ ସେ ବୁଧବାର ରାତିରେ ଘର ବାହାରକୁ କାହିଁକି ଯାଇଥିଲେ ଏବଂ ରାତ୍ର ଭୋଜନ କେଉଁଠି ଓ କାହା ସହିତ କରିଥିଲେ ସେ ନେଇ ପୋଲିସ ଅନୁସନ୍ଧାନ କରୁଛି ବୋଲି କହିଛି। ପ୍ରକାଶ ଯେ, ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଶାଶ୍ୱତ ପଟ୍ଟନାୟକ ଓ ସ୍ତ୍ରୀ ସୁଧାଂଶୁବାଳା ପଟ୍ଟନାୟକଙ୍କ ଏକ ମାତ୍ର ପୁଅ ହାର୍ଦ୍ଦିକ। ସେ ବି-ଟେକ୍ ପାସ କରିବା ପରେ ବାଙ୍ଗାଲୋରରେ ଏକ କମ୍ପାନୀରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଲକ୍ଡାଉନ୍ ଯୋଗୁ ବାଙ୍ଗାଲୋରରେ ଫସି ରହିଥିଲେ। ନିୟମ କୋହଳ ହେବା ପରେ ଗତ ୯ ତାରିଖରେ ବ୍ରହ୍ମପୁର ଫେରି ନିଜ ଘରେ ସଙ୍ଗରୋଧରେ ରହୁଥିଲେ। ଗୁରୁବାର ସକାଳେ ହାର୍ଦ୍ଦିିକ ନିଜ ବେଡ଼ ରୁମ୍ ଫ୍ୟାନରେ ଝୁଲୁଥିବା ପ୍ରଥମେ ତାଙ୍କ ମା’ ଦେଖିବାକୁ ପାଇଥିଲେ। ପରେ ବଜାରକୁ ଯାଇଥିବା ତାଙ୍କ ସ୍ବାମୀଙ୍କୁ ଖବର କରିଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ପୁଅ ବଞ୍ଚିଥିବା ଭାବି ବେଡ଼ଶିଟ କାଟି ତଳକୁ ଓହ୍ଲାଇ ଖଟରେ ଶୁଆଇ ଦେଇଥିଲେ। ପରେ ପୋଲିସକୁ ବାପା ଶାଶ୍ୱତ ଘଟଣା ସମ୍ପର୍କରେ ଜଣାଇଥିଲେ।
‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ
ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…
ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼
ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…
ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍ କରୁଛି। ତେବେ…
ପାଟ୍ରୋଲିଂ ବେଳେ କାର୍ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍-ଖଣ୍ଡା ଜବତ…
ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…
ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍…
ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍, ୩ରେ ସିଧାସଳଖ ନେତା ଚୟନ!
ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…
କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…
ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

