ଗଞ୍ଜାମ

ଗୁଣି ସନ୍ଦେହରେ ମାଡ଼ ଘଟଣା: ଥାନାରେ ଭଉଣୀଙ୍କ ଅଭିଯୋଗ

ଗଞ୍ଜାମ,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମରେ ଦୁଇ ଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିବା ଘଟଣାରେ ସୋମବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆହତ କିଶୋର ଦାସଙ୍କ ଭଉଣୀ ସୋମବାର ଥାନାରେ ଲିଖିତ…

ବିକାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୋଲସରା,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କଳମ୍ବ ଗ୍ରାମରେ ଶନିବାର ସାମାନ୍ୟ ବଚସାରୁ ବିକାଶ ସାହୁ ଓରଫ କାଉ(୨୮)ଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପୋଲସରା ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା…

ହାତୀବନ୍ଧ ପାର୍କ କାମ ଆରମ୍ଭ

ଭଞ୍ଜନଗର,୧୬।୫(ଡି.ଏନ.ଏ.): ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପଛପଟେ ଥିବା ହାତୀବନ୍ଧ ପାର୍କ କାମ ଗତ କିଛି ଦିନ ହେଲା ଆରମ୍ଭ ହୋଇଛି। ଏବେ ଉକ୍ତ ପୋଖରୀରୁ…

ଗୋପାଳପୁର ପୋର୍ଟକୁ ଆର୍‌ଟିଓଙ୍କ ନୋଟିସ

ଛତ୍ରପୁର,୧୬।୫(ଡି.ଏନ.ଏ.): ମୋଟର ଯାନ ଆଇନ ଉଲ୍ଲଂଘନ ନେଇ ଗୋପାଳପୁର ପୋର୍ଟ ଲିମିଟେଡ୍‌କୁ ନୋଟିସ ଜାରି ହୋଇଛି। ଗଞ୍ଜାମ ଆର୍‌ଟିଓ ମାନସ ରଞ୍ଜନ ସାହୁ ମୋଟର ଯାନ ଆକ୍ଟ -୧୯୮୮ର ସେକ୍ସନ ୨୧୩(୫) ଆଧାରରେ ଏହି ନୋଟିସ ଜାରି କରିଛନ୍ତି। ନୋଟିସ ବଳରେ…

ନକଲି ପୋଲିସ ପରିଚୟରେ ସୁନାଗହଣା ଲୁଟ୍‌ ଘଟଣା: ୪୫ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬।୫: ପୁଣିଥରେ ବ୍ରହ୍ମପୁର ସହରରେ ନକଲି ପୋଲିସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ସେଲ୍ସ ଟ୍ୟାକ୍ସ ଛକରେ ଗତ ଏପ୍ରିଲ ୩ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଥିଲା। ରାସ୍ତାରେ ଚାଲି ଚାଲି ଯାଉଥିବା ସୁଭଦ୍ରା ମିଶ୍ରଙ୍କୁ ପୋଲିସ…

କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଭୋଟିଂ ସରିଛି। ତେବେ ବିଏମ୍‌ସି ପକ୍ଷରୁ…

ଜେଲରେ ଥିବା ସମୀରଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୬।୫: ବେକାର ଯୁବତୀ ଯୁବକଙ୍କୁ ଚାକିରି ଦେବା ନଁାରେ ଟଙ୍କା ଠକେଇ ଅଭିଯୋଗରେ ସମୀର ନାୟକ ଏବେ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ପୁଣି ତାଙ୍କ ନାମରେ ବଡବଜାର ଥାନାରେ ଏକ ସମାନ ଅଭିଯୋଗ ଆସିଛି। ଏହି ଘଟଣାଙ୍କୁ…

ବେଦମନ୍ତ୍ରରେ କମ୍ପୁଛି ତାରା ତାରିଣି ପାହାଡ, ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଜଳ ଯାତ୍ରା 

ପୁରୁଷୋତ୍ତମପୁର, ୧୬/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟ ଲାଗି ବେଦମନ୍ତ୍ର ରେ ତାରାତାରିଣୀ ପାହାଡ଼ କମ୍ପିଉଠିବାରେ ଲାଗିଛି। ଏହି…

ଗୁଣିଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ, ଭାଙ୍ଗିଦେଲେ ଦାନ୍ତ

ଗଞ୍ଜାମ,୧୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଗଡ଼ହୁମାରେ ରବିବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେବା ଘଟଣା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାନୁଯାୟୀ, ଶନିବାର ରାତିରେ ଦେବୀମନ୍ଦିରରେ ତାନ୍ତ୍ରିକ ପୂଜାପାଠ…

ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶୁଭାରମ୍ଭ

ପୁରୁଷୋତ୍ତମ ପୁର, ୧୫/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ମନ୍ଦିରଟ୍ରଷ୍ଟ…

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨.୦୨ କୋଟି କ୍ଷତିପୂରଣ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୫।୫: ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶାନୁସାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଂଯୋଜନାରେ ଗଞ୍ଜାମ ଜିଲା ଅଦାଲତଗୁଡ଼ିକରେ ଚଳିତ ବର୍ଷର ଦ୍ୱିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୪୫ ମୋଟରଯାନ ଦୁର୍ଘଟଣା ମାମଲାର ବିଚାର…

ପ୍ରସ୍ତାବରେ ଅଟକିଛି ଟ୍ରକ୍‌ ଟର୍ମିନାଲ ନିର୍ମାଣ

ଛତ୍ରପୁର,୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପ୍ରତିବର୍ଷ ଦୁର୍ଘଟଣା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଶିଳ୍ପାନୁଷ୍ଠାନକୁ ମାଲ ପରିବହନ କରୁଥିବା ଟ୍ରକ୍‌ଗୁଡିକ ଘଣ୍ଟା ଘଣ୍ଟା ଜାତୀୟ ରାଜପଥ ଉପରେ ଅଟକି ରହୁଛି। ଏଥିଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?