ଏନ୍ଏସିକୁ ୨୧ କୋଟିର ବକେୟା ଦେବ ଟିପିଏସ୍ଓଡିଏଲ
ଭଞ୍ଜନଗର,୧୪ା୩(ଡି.ଏନ.ଏ): ଭଞ୍ଜନଗର ମତ୍ସ୍ୟ ଯାଅଁାଳ ଉପତ୍ାଦନ କେନ୍ଦ୍ର ରୋଡ଼ରେ ଏନ୍ଏସି ପକ୍ଷରୁ ହୋଇଥିବା ଅଣୁ ଜୈବସାର ପରିଚାଳନା କେନ୍ଦ୍ରର ବିଦ୍ୟୁତ୍ ବିଲ ବାକି ଥିବାରୁ ଗତ ସପ୍ତାହରେ ଟିପିଏସ୍ଓଡ଼ିଏଲ ଉକ୍ତ କେନ୍ଦ୍ରର ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଇଥିଲା। ଅଣୁ ଜୈବସାର ପରିଚାଳନା…
ଜିଲାପରିଷଦ ସଭାପତି ନିର୍ବାଚନ: ଗଞ୍ଜାମ ଅଞ୍ଜଳି, ଗଜପତି ଜି. ତିରୁପତି, କନ୍ଧମାଳ ନନ୍ଦିନୀ
ଛତ୍ରପୁର/ପାରଳାଖେମୁଣ୍ଡି (ଡି.ଏନ୍.ଏ.)/ ଫୁଲବାଣୀ ଅଫିସ୍, ୧୪ା୩: ଗଞ୍ଜାମ ଜିଲା ପରିଷଦ ସଭାପତି ଭାବେ ଅଞ୍ଜଳି ସ୍ବାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅଞ୍ଜଳି ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍ରୁ ଜିଲା ପରିଷଦ ସଭ୍ୟା ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ସଭାପତି ନିର୍ବାଚନରେ ପ୍ରସ୍ତାବକ…
ବ୍ରହ୍ମପୁର ପୌର ନିର୍ବାଚନ ହେଉନି ନିରପେକ୍ଷ
ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାରେ ପ୍ରଶାସନ ବିଫଳ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଇଙ୍ଗିତରେ ସରକାରୀ କଳ ବେନିୟମ ଭାବେ କାର୍ଯ୍ୟ କରୁଛି। ବସ୍ତିଗୁଡିକର ଗରିବ ହିତାଧିକାରୀଙ୍କୁ ଦିଆଯାଇଥିବା ଆବାସ ଯୋଜନା ଘରର ବକେୟା…
୩ ପରିବାରର ୯ ବଖରା ଜଳିଗଲା
ସୋରଡ଼ା,୧୩।୩(ଡି.ଏନ୍.ଏ.): ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ କନ୍ଧବାଖରା ଗ୍ରାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଖଦାଳ ମାଲିକ, କେଶବ ମାଲିକ, ଭଗତ ମାଲିକଙ୍କ ୯ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।…
ନିର୍ଦ୍ୱନ୍ଦ୍ୱରେ ଜିତିଲେ ଅଞ୍ଜଳି
ଛତ୍ରପୁର,୧୩ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ନବର୍ନିବାଚିତ ଜିଲା ପରିଷଦ ସଭ୍ୟା/ସଭ୍ୟଙ୍କୁ ବିଧିବଦ୍ଧ ଭାବରେ ଶପଥପାଠ କରାଇଥିଲେ। ପରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ…
ସାମ୍ବିଧାନିକ ପ୍ରକ୍ରିୟାରେ ହେଉନି ପୌର ନିର୍ବାଚନ
ବ୍ରହ୍ମପୁର ଅଫିସ, ୧୩।୩: ବ୍ରହ୍ମପୁର ପୌର ନିର୍ବାଚନର କଂଗ୍ରେସ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ଭୋଟ ପ୍ରଚାର ଶନିବାର ଆରମ୍ଭ ହୋଇଛି। ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବଡ଼ ବଜାର ଓ ସାନ ବଜାର ଅଞ୍ଚଳର…
ଅଜ୍ଞାତବାସରେ ୧୦ ଭାଜପା କର୍ପୋରେଟର ପ୍ରାର୍ଥୀ
ବ୍ରହ୍ମପୁର ଅଫିସ,୧୩।୩: ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ଲାଗି ଚାପ ଓ ଧମକ ଯୋଗୁ ୧୦ ଭାଜପା ପ୍ରାର୍ଥୀ ଅଜ୍ଞାତବାସରେ ଅଛନ୍ତି। ଅନ୍ୟପକ୍ଷରେ ଭାଜପାର ସଂଗୀନ ଅଭିଯୋଗ ପରେ ଶନି ଓ ରବିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ପ୍ରଶାସନ ବନ୍ଦ ରଖିଛନ୍ତି।…
ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ
ବ୍ରହ୍ମପୁର ଅଫିସ,୧୩।୩: ରାଜ୍ୟ ଆଇନସେବା ପ୍ରାଧିକରଣ ସଂଯୋଜନାରେ ଗଞ୍ଜାମ ଜିଲା ଅଦାଲତଗୁଡ଼ିକରେ ଚଳିତବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୩୧ ମୋଟରଯାନ ଦୁର୍ଘଟଣା ମାମଲାର ବିଚାର କରାଯାଇ ବୀମା କମ୍ପାନୀଗୁଡିକୁ ୬ କୋଟି ୫୯ ଲକ୍ଷ…
ଅଧ୍ୟକ୍ଷ ନିର୍ବାଚନ ୧୫ ଦିନ ଘୁଞ୍ଚିଲା
ଛତ୍ରପୁର,୧୩।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ବାତିଲ ହୋଇଯାଇଛି ା ୬ ସମିତିସଭ୍ୟଙ୍କୁ କରୋନା ହୋଇଥିବା ଦର୍ଶାଇ ୧୫ ଦିନ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି ା ଏହାର ପ୍ରତିବାଦ କରି ଛତ୍ରପୁର ବ୍ଲକର ୧୨ ସମିତିସଭ୍ୟ…
ଗଞ୍ଜାମ ବ୍ଲକ ଅକ୍ତିଆର କଲା ବିଜେଡି
ଗଞ୍ଜାମ,୧୨ା୩(ଡି.ଏନ୍.ଏ.): ପଞ୍ଚାୟତ ସମିତି ପାଇଁ ଶନିବାର ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ୧୫ ଜଣ ସମିତି ସଭ୍ୟ ମଧ୍ୟରୁ ୧୦ ଜଣ ସମିତିସଭ୍ୟଙ୍କ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ନିକଟତମ…
ଜେଲ ଗଲେ କୋଟିପତି ନିର୍ବାହୀ ଯନ୍ତ୍ରୀ
ବ୍ରହ୍ମପୁର ଅଫିସ,୧୨ା୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ (ବୈଦ୍ୟୁତିକ) ବିଭାଗ ଆମ୍ବପୁଆ କାର୍ଯ୍ୟାଳୟର ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଶୁକ୍ରବାର ଗିରଫ କରିଛି। ଗତ ବୁଧବାର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥଙ୍କ ବାସଭବନ ସମେତ ୫ଟି ସ୍ଥାନରେ…
ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୧୨ା୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଲୁନା ମହାନ୍ତି ଶୁକ୍ରବାର ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରି ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୫ହଜାର ଟଙ୍କା ଜରିମାନା ଦେବାକୁ…
Archives


