ବ୍ରହ୍ମପୁର ପୌର ନିର୍ବାଚନ ହେଉନି ନିରପେକ୍ଷ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାରେ ପ୍ରଶାସନ ବିଫଳ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଇଙ୍ଗିତରେ ସରକାରୀ କଳ ବେନିୟମ ଭାବେ କାର୍ଯ୍ୟ କରୁଛି। ବସ୍ତିଗୁଡିକର ଗରିବ ହିତାଧିକାରୀଙ୍କୁ ଦିଆଯାଇଥିବା ଆବାସ ଯୋଜନା ଘରର ବକେୟା କିସ୍ତି ଟଙ୍କା ତୁରନ୍ତ ଦାଖଲ ନିମନ୍ତେ ତରବରିଆ ଭାବେ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି। ପରୋକ୍ଷରେ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଚକ୍ରାନ୍ତ ଚାଲିଛି। ଭାଜପା ପକ୍ଷରୁ ଏଭଳି ଅନେକ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବାର ଚେତାବନୀ ଦିଆଯାଇଛି।
ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ବ୍ରହ୍ମପୁର କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆହୁରି କୁହାଯାଇଛି, ନିର୍ବାଚନ ଲଢ଼ିବା ବିଭିନ୍ନ ଦଳ ଓ ଲୋକଙ୍କ ସାମ୍ବିଧାନିକ ଅଧିକାର ରହିଛି। ତେବେ ଗୋଟିଏ ଦଳ ଏକତରଫା ଜିତିବା ନିମନ୍ତେ ନାନା ପ୍ରକାର ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛି। ଏଥିରେ ପ୍ରଶାସନିକ କଳ ପରୋକ୍ଷରେ ସହଯୋଗ କଲା ଭଳି କାର୍ଯ୍ୟ କରୁଛି। ଗୋଟିଏ ଗୋଷ୍ଠୀ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ଭୟଭୀତ କରାଇ ଦାଖଲ ନାମାଙ୍କନ ପ୍ରତ୍ୟାହାର ଲାଗି ଧମକ ଦେଉଛନ୍ତି। କେତୋଟି ଘଟଣାରେ ସଫଳ ମଧ୍ୟ ହୋଇଛନ୍ତି। ତେଣୁ ଭାଜପା ପ୍ରାର୍ଥୀମାନେ ପରିବାର ସହ ଆତଙ୍କ ମଣୁଛନ୍ତି। ଭୟରେ ଅନେକ ପ୍ରାର୍ଥୀ ଅଜ୍ଞାତବାସରେ ଅଛନ୍ତି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ନିର୍ବାଚନ କମିଶନ ଏବଂ ଆଇନ ଶୃଙ୍ଖଳା ରକ୍ଷା ସହ ଗୁଣ୍ଡାମିକୁ ଦମନକରିବା ପୋଲିସର ଦାୟିତ୍ୱ । ତେବେ ପୋଲିସ ନୀରବ ରହିଥିବା ଅଭିଯୋଗ କରାଯାଇଛି।
କୋଠା ଓ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକରେ ଶଙ୍ଖ ଚିହ୍ନ ପତାକା ଓ ହୋର୍ଡିଂ ଲଗାଯାଇଛି। ଏହା ଆଚରଣବିଧିର ଖୋଲା ଉଲ୍ଲଂଘନ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତୁରନ୍ତ ହଟାଇବାକୁ ଦାବି କରାଯାଇଛି। ଖବରଦାତା ସମ୍ମିଳନୀରେ ଜିଲା ସଭାପତି ବିଭୂତି ଜେନା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା କାହ୍ନୁ ଚରଣ ପତି, ମେୟର ପ୍ରାର୍ଥତ୍ନୀ ସବିତା ସୁଆରଙ୍କ ସମେତ ସରୋଜ ସାବତ ଓ ସୁନୀଲ ସାହୁ ଉପସ୍ଥିତ ଥିଲେ। ବ୍ରହ୍ମପୁରରେ ନିର୍ବାଚନ ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?