ନିର୍ଦ୍ୱନ୍ଦ୍ୱରେ ଜିତିଲେ ଅଞ୍ଜଳି

ଛତ୍ରପୁର,୧୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ନବର୍ନିବାଚିତ ଜିଲା ପରିଷଦ ସଭ୍ୟା/ସଭ୍ୟଙ୍କୁ ବିଧିବଦ୍ଧ ଭାବରେ ଶପଥପାଠ କରାଇଥିଲେ। ପରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍‌ ସଭ୍ୟା ଅଞ୍ଜଳି ସ୍ବାଇଁ ଜିଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଜିଲା ପରିଷଦ ଅଧ୍ୟକ୍ଷାଙ୍କ ନାମ ସରକାରୀ ଭାବେ ଘୋଷଣା କରିଥିଲେ। ଆଜିର ଶପଥ ଗ୍ରହଣ ଉତ୍ସବ ଓ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁଷ୍ଠିତ ନିର୍ବାଚନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ରାୟ, ଜିଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ପ୍ରମୁଖ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୬ ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ,୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି। ଶୁକ୍ରବାର ଜିଲାରେ ପୁଣି ୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

କରୋନାରେ ଆକ୍ରାନ୍ତ ହେଲେ ବିଧାୟକ

ବାଲେଶ୍ୱର ଅଫିସ, ୬।୭: ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ଏହି ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା...

ନନ୍ଦନକାନନରେ ଧଳା ମୟୂରର ମୃତ୍ୟୁ

ବାରଙ୍ଗ,୨୪।୩(ଡି.ଏନ୍‌.ଏ.)- ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗୁରୁବାର ଏକ କୋକିଶିଆଳିର ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଏକ ଧଳାମୟୂର ମୃତ୍ୟୁ କରିଛି। ପ୍ରାୟ ୫ ବର୍ଷର ଏହି ଧଳାମୟୂରଟି...

ବିଜେଡି ମିଶ୍ରଣ ନାଁରେ ବିଭ୍ରାନ୍ତ କରୁଛି: ଭାଜପା

ଧାମନଗର,୨୬।୧୦ (ସ୍ବ.ପ୍ର./ଡି.ଏନ.ଏ.):  ଧାମନଗର ନିର୍ବାଚନମଣ୍ଡଳୀ ଭାଜପା କର୍ମୀଙ୍କ ଦଳ ଛାଡ଼ିବା ପ୍ରସଙ୍ଗ ତଥା ବିଜେଡିରେ ଭାଜପାର କର୍ମୀ, ସମର୍ଥକଙ୍କ ଯୋଗଦାନ ଘଟଣାକୁ ଖଣ୍ଡନ କରିଛି ଭାଜପା।...

ଭାଉଜଙ୍କୁ କଟୁରିରେ ହାଣି ହତ୍ୟା

ଢେଙ୍କାନାଳ ଅଫିସ, ୬।୫ – ସାମାନ୍ୟ ବଚସାକୁ କେନ୍ଦ୍ରକରି ନିର୍ମମ ହତ୍ୟା। ଦିଅରଙ୍କ କଟୁରି ଚୋଟରେ ପ୍ରାଣ ହରାଇଛନ୍ତି ଭାଉଜ। ଢେଙ୍କାନାଳ ସଦର ଥାନା ଖୁଣ୍ଟଝରି...

‘ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଛନ୍ତି ଲକ୍ଷ୍ମଣ ନାୟକ’

ରାୟଗଡ ଅଫିସ/ନବରଙ୍ଗପୁର (ବି.ପ୍ର.), ୩୦।୩ – ରାୟଗଡ଼ା ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସଯରର ମାନ୍ୟଗଣ୍ୟ...

ହାତୀ ଆକ୍ରମଣରେ ୩ ଗୁରୁତର

ବନ୍ତଳା,୬।୯(ଡି.ଏନ.ଏ.): ଅନୁଗୋଳ ରେଞ୍ଜ କରତପଟା ବିଟ୍‌ ଅଧୀନ କଇରିଆମ୍ବ ଗ୍ରାମରେ ଗୁରୁବାର ସକାଳେ ଏକ ଦନ୍ତା ହାତୀ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।...

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୧୨।୮(ବ୍ୟୁରୋ)-ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ବୁଧବାର ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଚଳିତ ମାସ ୨୩...

Advertisement
Archives

Model This Week