ଝାଡ଼ାବାନ୍ତିରେ ୨ ମୃୃତ, ୭ ଗୁରୁତର
ହିଞ୍ଜିଳିକାଟୁ,୪ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଖାସପା ଗ୍ରାମରେ ଗତ ୪ ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ…
ଗଞ୍ଜାମରେ ଆରମ୍ଭ ହେଲା ଐତିହାସିକ ପବିତ୍ର ଚନ୍ଦନଯାତ୍ରା
ଗଞ୍ଜାମ,୪।୫(ଡି.ଏନ୍.ଏ.): ଗଞ୍ଜାମରେ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟା ଅବସରରେ ଶ୍ରୀମଦନ ମୋହନ ଗୋପାଳ ସ୍ବାମୀଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟାରେ ଠାକୁର ଶୋଭାଯାତ୍ରାରେ ବାହାରିଥିଲେ। ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ଚୌଧୁରୀ ପଣ୍ଡା…
ବିଦ୍ୟୁତ୍ ନେଲା ନାବାଳିକାଙ୍କ ଜୀବନ, ଢୁଢୁଆରେ ଉତ୍ତେଜନା
ଭଞ୍ଜନଗର,୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଢୁଢୁଆରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଣୀ ନାଇକ (୧୪)। ଏହି ଘଟଣାକୁ ନେଇ ଚପା ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ବୁଗୁଡ଼ା ଥାନା…
ବଜ୍ରପାତରେ ଜଳିଗଲା ଧାନ ଗଦା, ଚାଷୀଙ୍କୁ ସହାୟତା ଦାବି
ଗଞ୍ଜାମ,୩।୫(ଡି.ଏନ୍.ଏ): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସାନ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଘଟି ଧାନଗଦା ସହ ଏକ ପାଳଗଦା ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ସାନ ରାମଚନ୍ଦ୍ରପୁର ଗ୍ରାମର ଲୋକନାଥ ପାତ୍ର ଖଳାରେ ଧାନଗଦା କରି ରଖିଥିଲେ।…
ସ୍ମାର୍ଟ ସ୍କୁଲରେ ଛାତ୍ରଙ୍କ ‘ପୁଷ୍ପା’ ଭିଡିଓ ଭାଇରାଲ
ଶେରଗଡ଼/ ହିଞ୍ଜିଳିକାଟୁ,୩ା୫(ଡି.ଏନ୍.ଏ):ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରି ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଆଧୁନିକ ଶୈଳୀରେ ପାଠ ପଢ଼ାଇବା ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଗତବର୍ଷ ରାଜ୍ୟରେ ପ୍ରଥମେ ଗଞ୍ଜାମ ଜିଲାର ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକ ଅଧୀନ ବିଭିନ୍ନ ହାଇସ୍କୁଲ ରୂପାନ୍ତରଣ କରାଯାଇଥିଲା।…
ସ୍ମାଟ କ୍ଲାସରେ ଚାଲିଲା ପୁଷ୍ପା ଭିଡିଓ
ଭୁବନେଶ୍ୱର,୨।୫(ବ୍ୟୁରୋ): ଆଧୁନିକ ପଦ୍ଧତିରେ ପାଠ ପଢ଼ା ପାଇଁ ରାଜ୍ୟ ସରକାର ସ୍କୁଲରେ ସ୍ମାଟ କ୍ଲାସର ବ୍ୟବସ୍ଥା କରିଛନ୍ତି। ସ୍ମାଟ କ୍ଲାସରେ ରହିଛି ଟିଭି ଭଳି ଅତ୍ୟଧୁନିକ ଉପକରଣ। ଯେଉଁଥିରେ ପିଲା ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ମାତ୍ର ସ୍ମାଟ କ୍ଲାସ ଟିଭିରେ…
ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ
ସୋରଡା,୨ା୫(ଡି.ଏନ୍.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ ଯାଇଛି। ରଥ ଲାଗି ପ୍ରଥମ ଥର ପୁରୀକୁ କାଠ ଯାଉଥିବାରୁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ…
ପୋଖରୀରୁ ମିଳିଲା ମୃତଦେହ
ବ୍ର୍ରହ୍ମପୁର ଅଫିସ,୨।୫: ଗଞ୍ଜାମ ଜିଲା ବଡବଜାର ଥାନା ପୋଲିସ ଜଗବନ୍ଧୁସାହି ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଗଣେଶନଗରରେ ରହୁଥିବା ପୂର୍ଣ୍ଣ ଭୂୟାଁ (୪୦)। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ କରାଇଛି। ଏନେଇ ପୋଲିସ…
ଏମ୍କେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ
ବ୍ରହ୍ମପୁର ଅଫିସ,୨ା୫: ଏମ୍କେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛ। ବିଦ୍ୟୁତ୍ ଶଟ୍ସର୍କିଟ୍ ଯୋଗୁ ଅଧ୍ୟକ୍ଷଙ୍କ କୋଠରି ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ ନିଆଁ ଲାଗି କିଛି ଫାଇଲ ଓ ଆସବାବପତ୍ର ପୋଡ଼ିଯାଇଛି। କାନ୍ଥରେ ଲାଗିଥିବା ଏକ…
ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ଜଙ୍ଗଲ ମନ୍ତ୍ରୀ
ଭଞ୍ଜନଗର,୧ା୫(ଡି.ଏନ୍.ଏ.): ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ବ୍ଲକ ଲେମ୍ଭେଇ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମନ୍ତ୍ରୀ ପ୍ରଥମେ ମାଙ୍କଡ଼କମ୍ପା ଅଙ୍ଗନଓ୍ବାଡି କେନ୍ଦ୍ର,…
ଚୋରାମଦ କାରବାର: ୪ ଗିରଫ
ଦିଗପହଣ୍ଡି,୩୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରାମଦ କାରବାର ଚାଲୁଥିବା ସମ୍ପର୍କରେ ସୂଚନା ପାଇ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଦିଗପହଣ୍ଡି ଅବକାରୀ ଦଳ ପୃଥକ୍ ସ୍ଥାନରେ ମିଳିତ ଚଢ଼ାଉ କରି ୧୧୯ ଲିଟର ଚୋରା ଦେଶୀ…
ଏସ୍ଟିଏଫ୍ ପଞ୍ଝାରେ ଦୁଇ ଗଞ୍ଜେଇ ବେପାରୀ
ବୁଗୁଡ଼ା,୨୯ା୪(ଡି.ଏନ୍.ଏ.): ବୁଗୁଡ଼ାର ଦୁଇ ପୋଖତ ଗଞ୍ଜେଇ ବେପାରୀ ଭାଇ ବନମାଳୀ ପ୍ରଧାନ ଓ ଅରୁଣ ଗୁରୁବାର ମଧ୍ୟରାତିରେ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛନ୍ତି। ସେମାନଙ୍କଠାରୁ ୧୧୦୦ କି.ଗ୍ରା ଗଞ୍ଜେଇ, ୧ କି.ଗ୍ରା ଅଫିମ, ୬୮୨ ଗ୍ରାମ୍ ସୁନା ଓ ୧୨୦ ଗ୍ରାମ୍ର ରୁପା…
Archives


