ଏସ୍‌ଟିଏଫ୍‌ ପଞ୍ଝାରେ ଦୁଇ ଗଞ୍ଜେଇ ବେପାରୀ

ବୁଗୁଡ଼ା,୨୯ା୪(ଡି.ଏନ୍‌.ଏ.): ବୁଗୁଡ଼ାର ଦୁଇ ପୋଖତ ଗଞ୍ଜେଇ ବେପାରୀ ଭାଇ ବନମାଳୀ ପ୍ରଧାନ ଓ ଅରୁଣ ଗୁରୁବାର ମଧ୍ୟରାତିରେ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଛନ୍ତି। ସେମାନଙ୍କଠାରୁ ୧୧୦୦ କି.ଗ୍ରା ଗଞ୍ଜେଇ, ୧ କି.ଗ୍ରା ଅଫିମ, ୬୮୨ ଗ୍ରାମ୍‌ ସୁନା ଓ ୧୨୦ ଗ୍ରାମ୍‌ର ରୁପା ଅଳଙ୍କାର, ୨ କାର୍‌ ସମେତ ଅଚଳାଚଳ ସମ୍ପତ୍ତିର ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଏସ୍‌ଟିଏଫ୍‌ ଟିମ୍‌ ଜବତ କରିଛି। ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟାରେ ବୁଗୁଡ଼ା ରଘୁନାଥ ସାହିସ୍ଥିତ ବନମାଳୀ ପ୍ରଧାନଙ୍କ ଘର ଉପରେ ଏସ୍‌ଟିଏଫ୍‌ ଟିମ୍‌ ଅଚାନକ ଚଢ଼ାଉ କରି ଦୁଇଭାଇଙ୍କୁ ଗିରଫ କରିଥିଲା। ଉକ୍ତ ଚଢ଼ାଉ ବେଳେ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଅତିରିକ୍ତ ଥାନାଧିକାରୀ ଶର୍ମିଷ୍ଠା ପ୍ରଧାନ ଉପସ୍ଥିତ ରହିଥିଲେ। ଭୁବନେଶ୍ୱରରୁ ଆସିଥିବା ୭ ଜଣିଆ ଏସ୍‌ଟିଏଫ୍‌ ଟିମ୍‌ ୩ ଘଣ୍ଟା କସରତ ପରେ ଜବତ ସାମଗ୍ରୀ ସହ ଦୁଇ ଗଞ୍ଜେଇ ବେପାରୀଙ୍କୁ ଉଠାଇ ନେଇଥିଲା। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ଛୋଟ ବଡ଼ ଶତାଧିକ ଗଞ୍ଜେଇ ବେପାରୀଙ୍କ ଛାତିରେ ଛନକା ପଶିଥିବା ଜଣାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ବୁଗୁଡ଼ା ସହରର ବହୁ ଦୋକାନରେ ବିକ୍ରି ହେଉଥିବା ଗଞ୍ଜେଇ ସିଗାରେଟ୍‌ ଅଚାନକ ଗାଏବ୍‌ ହୋଇଯାଇଛି। ଦୀର୍ଘ ୩୦ ବର୍ଷରୁ ଊଦ୍ଧର୍‌ବ ସମୟ ଏହି ଗଞ୍ଜେଇ ବେପାର କରି ଅଞ୍ଚଳରେ କାୟା ବିସ୍ତାର ସହ ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇଥିବା ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ଯଦି ଏସ୍‌ଟିଏଫ୍‌ ତଦନ୍ତ ପ୍ରକ୍ରିୟାକୁ କଡ଼ାକଡ଼ି କରିବ ତେବେ ଏହି ବେପାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହାର ପର୍ଦ୍ଦାଫାଶ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…

ନୃତ୍ୟାଶା ସମ୍ମାନ ୨୦୨୬: ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନୀତ

ଭୁବନେଶ୍ୱର,୧୭।୮: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହାର ଅମୂଲ ପରମ୍ପରାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନ ‘ନୃତ୍ୟାଶା’ ପକ୍ଷରୁ ଆୟୋଜିତ ଅଷ୍ଟମ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଧର୍ମଶାଳାରେ ବିଧାୟକ….

ଧର୍ମଶାଳା,୧୭ା୮(ଶିବ ପ୍ରସାଦ ମହାନ୍ତି): ରାଜ୍ୟର କେତେକ ଜିଲାରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହାକୁ…

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି ଅବପାତ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ବାଂଲାଦେଶର ସାତଖିରାଠାରୁ ପ୍ରାୟ ୮୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ପଶ୍ଚିମବଙ୍ଗର ବାଙ୍କୁଡ଼ାଠାରୁ ୧୬୦ କିମି…

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

ଆମ୍ବ ବଗିଚାରୁ ମିଳିଲା ଗର୍ଭବତୀ ପ୍ରେମିକାଙ୍କ ମୃତଦେହ, ୨ ପ୍ରେମିକ ଗିରଫ

କାନପୁର,୧୭।୮: ଉତ୍ତରପ୍ରଦେଶ କାନପୁରର ଘଟମପୁରରେ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିବାର ଯୁବତୀଙ୍କ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri