ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ

ସୋରଡା,୨ା୫(ଡି.ଏନ୍‌.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ ଯାଇଛି। ରଥ ଲାଗି ପ୍ରଥମ ଥର ପୁରୀକୁ କାଠ ଯାଉଥିବାରୁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସୋମବାର ସକାଳେ ଗାଜଲବାଡି ପଞ୍ଚାୟତ କର୍ଯ୍ୟାଳୟ ନିକଟରେ ଗ୍ରାମବାସୀ ପୂଜାର୍ଚ୍ଚନା କରି କାଠଗାଡିକୁ ଛାଡିଥିଲେ। ବାଟରେ ଖଜୁରିପଲ୍ଲୀ, ନାହାଗଣ୍ଡା, ଅସୁରବନ୍ଧରେ ମଧ୍ୟ ଗ୍ରାମବାସୀ ଉକ୍ତ ଗାଡିକୁ ପୂଜା କରିଥିଲେ। ଗାଡି ୨ଟି ସୋରଡା ଆସିବା ପରେ ବରାଡିଠାରେ ବିଭିନ୍ନ ଗ୍ରାମର କୀର୍ତ୍ତନ ଦଳ ତାହାକୁ ଏନ୍‌ଏନ୍‌ ରୋଡ, ଗଣି ଛକ, ବସଷ୍ଟାଣ୍ଡ, ବଜାର, ରଥାପଦା, ବଡଦାଣ୍ଡ, ଆଡପମଣ୍ଡପ ପର୍ଯ୍ୟନ୍ତ ନେଇଥିଲେ।

ବିଭିନ୍ନ ସ୍ଥାନରେ ମହିଳାମାନେ ପୂଜାର୍ଚ୍ଚନା କରିବା ସହ ରଥକାଠ ଉପରେ ନୂତନ ବସ୍ତ୍ର ପକାଇଥିଲେ। ପ୍ରାୟ ୩ଘଣ୍ଟା ବିଭିନ୍ନ ବାଦ୍ୟରେ ସହର ପ୍ରକମ୍ପିତ ହୋଇଥିଲା। ଜଗନ୍ନାଥ ମନ୍ଦିର ନିକଟରେ ପରିଚାଳନା କମିଟି ତରଫରୁ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଣିଛକ ଠାରେ ମୁସଲିମ ସମାଜ ତରଫରୁ ଶୋଭାଯାତ୍ରାକୁ ସ୍ବାଗତ କରଯାଇଥିଲା। ସେହିପରି ଏନଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର, ବି. ସୀମାଞ୍ଚଳ ମଣ୍ଡଳ, ତହସିଲଦାର ପ୍ରଫୁଲ ଡାକୁଆ ଉପସ୍ଥିତ ରହିଥିଲେ। ଆଇଆଇସି ରମେଶ କୁମାର ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ବରିଷ୍ଠ ନାଗରିକ ଭଗବାନ ପଣ୍ଡାଙ୍କ ସମେତ ଶତାଧିକ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥଲେ। ସେହିପରି କରଡାବା, ତତାବାଲି, ସୁରମଣି, ନୂଆଗଡ, ବମୁନଦେଇରେ ମଧ୍ୟ ରଥକାଠକୁ ପୂଜା କରାଯାଇଥିଲା। ପରେ ଟ୍ରକ ୨ଟି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଦୁର୍ନୀତିର ତଦନ୍ତ ଆରମ୍ଭ

କୁଜଙ୍ଗ,୧ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ତହସିଲ କାର୍ଯ୍ୟାଳୟ ଅଧୀନରେ ପାରାଦୀପ ଶିଳ୍ପାଞ୍ଚଳ ରହିଛି। ତେଣୁ ତହସିଲ ଅଧୀନ ପାରାଦୀପଗଡ଼,...

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଜଳେଶ୍ୱର,୧।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜଳେଶ୍ବରରେ ବ୍ରାଉନସୁଗାର କାୟା ବିସ୍ତାର କରିଥିବା ବେଳେ ପୋଲିସ ଏହାର ମାଷ୍ଟରମାଇଣ୍ଡ ଶେଖ୍‌ ସାଦିକ୍‌ ଓରଫ ଚୁଇଁଙ୍କ ସମେତ ୩ ଜଣଙ୍କୁ...

ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୨।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ର...

ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ। ବୈଠକରେ ଗୁରୁତ୍ୱପୂର୍ଣ୍ଣ...

ଜାଲ ଦସ୍ତାବିଜ୍‌ରେ ଜମି ଠକେଇ: ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଜାଲ ଦସ୍ତାବିଜ ଜରିଆରେ ଜମି ଠକେଇ କରିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ତାତିଲେ ଚାଷୀ: ଏଫସିଆଇ କାର୍ଯ୍ୟାଳୟ ଘେରାଉ

କେସିଙ୍ଗା,୨୫।୧୧(ଡି.ଏନ୍‌.ଏ.): ୩ ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ଏଫ୍‌ସିଆଇ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଆନ୍ଦୋଳନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପରିଷଦ ସଭାପତି...

ଆନ୍ତଃରାଜ୍ୟ ପକେଟ୍‌ମାର୍‌ ଗ୍ୟାଙ୍ଗ୍‌ ଧରାପଡ଼ିଲା

ଭୁବନେଶ୍ବର,୪ା୧୦(ବ୍ୟୁରୋ):ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ସାବଧାନ। ସହରରେ ମାତିଛନ୍ତି ଏକାଧିକ ପକେଟ୍‌ମାର୍‌ ଗ୍ୟାଙ୍ଗ୍‌। ଭିଡ଼ ଭିତରେ ପକେଟରୁ, ବ୍ୟାଗ୍‌ରୁ ସବୁକିଛି ଲୁଟିନେଉଛନ୍ତି। ପିଲାଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ...

ଜନ୍ମଦିନ ପାଳିଲା ରାଜଧାନୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଇତିମଧ୍ୟରେ ୭୫ ବର୍ଷ ପୂରଣ ହୋଇଛି। ରାଜଧାନୀ ତା’ର ପ୍ଲାଟିନମ ଜୁବଲି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୩ ଦିନ...

Advertisement
Archives

Model This Week