ପୋଖରୀରୁ ମିଳିଲା ମୃତଦେହ

ବ୍ର୍ରହ୍ମପୁର ଅଫିସ,୨।୫: ଗଞ୍ଜାମ ଜିଲା ବଡବଜାର ଥାନା ପୋଲିସ ଜଗବନ୍ଧୁସାହି ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଗଣେଶନଗରରେ ରହୁଥିବା ପୂର୍ଣ୍ଣ ଭୂୟାଁ (୪୦)। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ କରାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୯/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ମୁହଁ ଓ ପାଟିରେ ଆଘାତ ଲାଗିଥିବା ବେଳେ ଶରୀରର କିଛି ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେହିପରି ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ପୂର୍ଣ୍ଣ ଜଣେ ମିଠା କାରିଗର ଥିଲେ। କୌଣସି କାରଣକୁ କେନ୍ଦ୍ରକରି ତାଙ୍କ ସ୍ତ୍ରୀ ତାଙ୍କଠାରୁ ସେ ଅଲଗା ହୋଇ ରହୁଥିଲେ। ପୂର୍ଣ୍ଣ ତାଙ୍କ ବୃଦ୍ଧା ମା’ ସୁଶିଳା ଭୂୟାଁଙ୍କ ସହ ଗଣେଶନଗରରେ ରହୁଥିଲେ। ରବିବାର ସକାଳେ ଜଗବନ୍ଧୁସାହିରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ...

ହଷ୍ଟେଲ ଛାଡୁଛନ୍ତି ଛାତ୍ରୀଛାତ୍ର

ମାଲକାନଗିରି, ୨ା୯(ଡି.ଏନ.ଏ.):ମାଲକାନଗିରି ଜିଲା ପଡିଆ ବ୍ଲକ କାଲଦାପାଲି ପଞ୍ଚାୟତ ଅନ୍ତର୍ଗତ କଲାଗଣ୍ଡାସ୍ଥିତ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଅଜଣା ରୋଗରେ ୨ଜଣ ଛାତ୍ରଙ୍କ ମୃତ୍ୟୁ...

ଶ୍ରମିକଙ୍କୁ ହତ୍ୟା; ମିଳୁନି ସ୍ତ୍ରୀ ପିଲାଛୁଆଙ୍କ ପତ୍ତା

ଅତାବିରା,୧୭।୩: ବରଗଡ଼ ଜିଲା ଅତାବିରା ଥନା ସିଂହପାଲି ଗ୍ରାମର ଏକ ବନ୍ଦ କୋଠରୀରେ ଜଣେ ଶ୍ରମିକଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଜଣାପଡ଼ି ନାହିଁ।...

ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ, ସବ୍‌ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ଦାବି

ମୁନିଗୁଡ଼ା,୯ା୪(ଡି.ଏନ୍‌.ଏ.): ମୁନିଗୁଡ଼ାରେ ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ ଓ ସବ୍‌ ରେଜେଷ୍ଟ୍ରି ଅଫିସ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଗତ ଅକ୍ଟୋବର ଶେଷ ସପ୍ତାହରେ ରାୟଗଡ଼ା...

ତହସିଲ ସମ୍ମୁଖରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲଖନପୁର,୪।୧୧(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ସମ୍ମୁଖରେ ସୋମବାର ହୀରାକୁଦ ବୁଡି ଅଞ୍ଚଳ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମିତିର ସଭାପତି ବାସୁଦେବ...

ଭୋଜି ସାରି ଫେରୁଥିଲେ ଘରକୁ, ହେଲେ ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ

ବଲାଙ୍ଗୀର ଅଫିସ,୨୪।୧୧: ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ରଣ୍ଡା ଛକ ନିକଟରେ ବୁଧବାର ବୋଲେରୋ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫...

ଲୋକଗୀତ ମାଧ୍ୟମରେ ଏମ୍‌ପିଙ୍କ ପରିବେଶ ସଚେତନତା

ହିଞ୍ଜିଳିକାଟୁ,୧୨ା୮(ଡି.ଏନ୍‌.ଏ.)-ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସ୍‌କଭରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରବିବାର ପୌରାଞ୍ଚଳର ୱାର୍ଡ଼ ନଂ.୧୦ ଉପର ରେଗିଡ଼ି ସାହିରେ ଚାରାରୋପଣ କରାଯାଇଛି। ଏଥିରେ...

ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ...

Advertisement
Archives

Model This Week