ପୋଖରୀରୁ ମିଳିଲା ମୃତଦେହ

ବ୍ର୍ରହ୍ମପୁର ଅଫିସ,୨।୫: ଗଞ୍ଜାମ ଜିଲା ବଡବଜାର ଥାନା ପୋଲିସ ଜଗବନ୍ଧୁସାହି ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଗଣେଶନଗରରେ ରହୁଥିବା ପୂର୍ଣ୍ଣ ଭୂୟାଁ (୪୦)। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ କରାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୯/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ମୁହଁ ଓ ପାଟିରେ ଆଘାତ ଲାଗିଥିବା ବେଳେ ଶରୀରର କିଛି ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେହିପରି ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ପୂର୍ଣ୍ଣ ଜଣେ ମିଠା କାରିଗର ଥିଲେ। କୌଣସି କାରଣକୁ କେନ୍ଦ୍ରକରି ତାଙ୍କ ସ୍ତ୍ରୀ ତାଙ୍କଠାରୁ ସେ ଅଲଗା ହୋଇ ରହୁଥିଲେ। ପୂର୍ଣ୍ଣ ତାଙ୍କ ବୃଦ୍ଧା ମା’ ସୁଶିଳା ଭୂୟାଁଙ୍କ ସହ ଗଣେଶନଗରରେ ରହୁଥିଲେ। ରବିବାର ସକାଳେ ଜଗବନ୍ଧୁସାହିରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?