ବେଆଇନ୍ ଚିକିତ୍ସାଳୟ ଚିହ୍ନଟ ପାଇଁ ନିର୍ଦ୍ଦେଶ
ଛତ୍ରପୁର,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଅନେକ ବେଆଇନ ଚିକିତ୍ସାଳୟ ଥିବା ଜିଲା ପ୍ରଶାସନର ନଜରକୁ ଆସିଛି। କେତେକ ଚିକିତ୍ସାଳୟରେ ଭ୍ରୁଣ ନିରୂପଣ କରି ଗର୍ଭପାତ ଭଳି ଜଘନ୍ୟ କାର୍ଯ୍ୟ କରାଯାଉଥିବା ମଧ୍ୟ ଜଣାପଡ଼ିଛି। ଅନେକ ଗୁଡିଏ ଚିକିତ୍ସାଳୟ ଗୋଟିଏ ପ୍ରକାର ସେବା ନିମନ୍ତେ…
ଗ୍ରାମ ସଭାପତିଙ୍କୁ ସାମାଜିକ ବାସନ୍ଦ, ଗାଁରେ ଉତ୍ତେଜନା
ଗଞ୍ଜାମ,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତରେ ସାମାଜିକ ବାସନ୍ଦ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳିବନ୍ଧ ଗ୍ରାମର ସଭାପତି ପୁରୁଷୋତ୍ତମ ରେଡ୍ଡୀଙ୍କୁ ସାମାଜିକ ବାସନ୍ଦ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପ୍ରଶାସନ…
ଗାଁ ସାଥୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର
ସୋରଡ଼ା,୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଁ ସାଥୀ ସଂଘର ୪ ଦଫା ଦାବିପତ୍ର ବିଡିଓ ସୀମାଞ୍ଚଳ ମଣ୍ଡଳଙ୍କୁ ଗୁରୁବାର ପ୍ରଦାନ କରାଯାଇଛି। ସଂଘ ସଭାନେତ୍ରୀ କୁମାରୀ ତୁନି ବେହେରାଙ୍କ ସଭାପତିତ୍ୱରେ ବଡ଼କାଳୀମନ୍ଦିର ପରିସରରେ ଆୟୋଜିତ ବୈଠକରେ ଗ୍ରାମସାଥୀମାନଙ୍କ ବିକାଶ ଓ…
ମହିଳାଙ୍କ ଆକାଉଣ୍ଟରୁ ୪୦ ହଜାରରୁ ଅଧିକ ଟଙ୍କା ଗାଏବ
ସୋରଡ଼ା,୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅମୃତୁଳୁ ପଞ୍ଚାୟତ ବାଲିଘାଇ ଗ୍ରାମର ଗରିବ ଦିନମଜୁରିଆ ତଥା ଗାଁକୁ ଗାଁ ବୁଲି ମାଛ ବିକି ପେଟ ପୋଷୁଥିବା ପ୍ରତିମା ବେହେରାଙ୍କ ସୋରଡ଼ା ଶାଖା ଏସ୍ବିଆଇ ଆକାଉଣ୍ଟ ନଂ. (୩୦୩୩୧୧୯୫୪୯୯)ରୁ ୪୦୦୦୦ରୁ ଅଧିକ ଟଙ୍କା…
ଗଞ୍ଜାମ ଜିଲା ଟ୍ରେଜେରି ଷ୍ଟ୍ରଙ୍ଗରୁମ୍ ଅସୁରକ୍ଷିତ
ଛତ୍ରପୁର,୯ା୬(ଡି.ଏନ୍.ଏ.): ଛତ୍ରପୁରଠାରେ ଥିବା ଗଞ୍ଜାମ ଜିଲା ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଷ୍ଟ୍ରଙ୍ଗରୁମ୍ର ଛାତ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ଅଛି। ଛାତର ପ୍ଲାଷ୍ଟର ଛୋଟ ଛୋଟ ଖଣ୍ଡ ତଳକୁ ଝଡୁଛି। କଂକ୍ରିଟରୁ ବାହାରି ରଡ୍ ଦେଖାଯାଉଛି। ଟ୍ରେଜେରି ଅଫିସର କୋଠା…
ଥାନାରୁ ମାଲିକଙ୍କୁ ଦିଆଗଲା ଜବତ ଗାଡ଼ି
ଜଗନ୍ନାଥପ୍ରସାଦ,୯ା୬(ଡି.ଏନ୍.ଏ.): ଜଗନ୍ନାଥପ୍ରସାଦ ପୋଲିସ ପକ୍ଷରୁ ଜବତ ହୋଇଥିବା ଯାନବାହନ ଗୁଡିକ ବର୍ଷ ବର୍ଷ ଧରି ଥାନା ପରିସରରେ ପଡି ରହିଥିଲା। ସେଗୁଡିକୁ ଗାଡ଼ି ମାଲିକଙ୍କୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଥାନା ପରିସରରେ ବର୍ତ୍ତମାନ ସୁଦ୍ଧା ୧୦୩ ଗାଡି ପଡି ରହିଥିବା ବେଳେ…
‘ପାତ୍ରଙ୍କ ତରବରିଆ ନିଷ୍ପତ୍ତି ଭୁଲ’
ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଟାଇଗର ନଂ. ୨ ସୂର୍ଯ୍ୟ ନାରାୟଣ ପାତ୍ର ଶାସକ ଦଳ ରାଜନୀତିରେ ଷଡ଼ଯନ୍ତ୍ରର ଶିକାର ହୋଇଥିବା ବିଭିନ୍ନ ମହଲ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ ଏହି ଜିଲାର ବରିଷ୍ଠ ରାଜନେତା ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କୁ ଗଞ୍ଜାମ ଟାଇଗର କୁହାଯାଉଥିଲା। ସେ…
ଭଞ୍ଜନଗର ବ୍ଲକର ଅଧିକାଂଶ ନିର୍ଦ୍ଦେଶକ ନିର୍ଦ୍ୱନ୍ଦ୍ୱ
ଭଞ୍ଜନଗର,୯ା୬(ଡି.ଏନ.ଏ): ଭଞ୍ଜନଗର ବ୍ଲକର ସମସ୍ତ ୧୮ଟି ସୋସାଇଟିର ନିର୍ଦ୍ଦେଶକ ପଦବୀ ନିମନ୍ତେ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ ସରିଛି । ଗତ ୩୧ ତାରିଖରେ ୧୦ଟି ଓ ଗତ ମଙ୍ଗଳବାର ବଳକା ୮ଟି ସୋସାଇଟିର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା।…
ପାଣି ପାଇଁ ଲୋକେ ହଟହଟା
ବୁଗୁଡ଼ା,୯ା୬(ଡି.ଏନ.ଏ.): ବୁଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂରୀକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୋଲାର ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି କେଉଁଠି ସୋଲାର ଯନ୍ତ୍ରାଂଶ ଖରାପ ହୋଇପଡ଼ିଥିବା…
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ମାମଲା: ୫ ଅଭିଯୁକ୍ତ ଗିରଫ: ଖଣ୍ଡା, କାତି ଓ ବାଇକ୍ ଜବତ
ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଥିଲା। ସଦର ଥାନା ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କୁକୁଡ଼ାଖଣ୍ଡି ବ୍ଲକ ଅଧୀନ…
ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଜବତ, ଜଣେ ଗିରଫ
ବ୍ରହ୍ମପୁର ଅଫିସ,୯ା୬: ବ୍ରହ୍ମପୁର ଗଞ୍ଜେଇ ଚାଲାଣର ହବ୍ ହୋଇଛିି। ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଗଞ୍ଜେଇ ଚାଲାଣ ରାକେଟକୁ ଟ୍ରାକ୍ କରୁଥିବା ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପୁଣିଥରେ ବୁଧବାର ଏକ ଟ୍ରକ…
ଚିଲିକାରୁ ୧୨ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ଖଲ୍ଲିକୋଟ,୯ା୬(ଡି.ଏନ.ଏ.): ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଚିଲିକା ମଧ୍ୟରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ଭେଜିପୁଟ ଆର୍ଆଇ ସର୍କଲ ଅଧୀନରେ ଥିବା ଓଡ଼ିଆ ଆଲପୁର, କେଶପୁର ଆର୍ଆଇ ସର୍କଲରେ ଥିବା କଙ୍କେଇ ନିକଟ ଚିଲିକା କୂଳରେ ଥିବା…
Archives


