ମହିଳାଙ୍କ ଆକାଉଣ୍ଟରୁ ୪୦ ହଜାରରୁ ଅଧିକ ଟଙ୍କା ଗାଏବ

ସୋରଡ଼ା,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅମୃତୁଳୁ ପଞ୍ଚାୟତ ବାଲିଘାଇ ଗ୍ରାମର ଗରିବ ଦିନମଜୁରିଆ ତଥା ଗାଁକୁ ଗାଁ ବୁଲି ମାଛ ବିକି ପେଟ ପୋଷୁଥିବା ପ୍ରତିମା ବେହେରାଙ୍କ ସୋରଡ଼ା ଶାଖା ଏସ୍‌ବିଆଇ ଆକାଉଣ୍ଟ ନଂ. (୩୦୩୩୧୧୯୫୪୯୯)ରୁ ୪୦୦୦୦ରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ଛି। ୧୮ା୮ା୨୦୨୧/ଠାରୁ ୨୪ ା୦୮ା୨୦୨୧ ମଧ୍ୟରେ ୨୦୦୦୦ ଟଙ୍କାର ପେଟ୍ରୋଲ ପକାଯାଇଥିବା ଓ ଫ୍ଲିପକାର୍ଟରୁ ଅନଲାଇନ୍‌ ଜିନିଷ କିଣାଯାଇଥିବା ଆକାଉଣ୍ଟ ବିବରଣୀରୁ ଜଣାପଡୁଛି। ଉକ୍ତ ଅର୍ଥ ପ୍ରତିମା ବହୁ କଷ୍ଟରେ ଜମା କରିଥିବା ବେଳେ ହଠାତ୍‌ ଏତେ ଟଙ୍କା ଗାଏବ ହୋଇଯିବା ନେଇ ସେ ବର୍ଷେ ହେଲା ବ୍ୟାଙ୍କକୁ ବାରମ୍ବାର ସମାଧାନ ପାଇଁ ଯାଉଥିବା ବେଳେ କେହି ଶୁଣୁନାହାନ୍ତି। ସମସ୍ତ ଟଙ୍କା ଇଣ୍ଟରନେଟ୍‌ ଟ୍ରାଞ୍ଜାକ୍ସନ ମାଧ୍ୟମରେ ଯାଇଥିବା ଜଣାପଡ଼ିଛି। ପାଠ ପଢ଼ି ନ ଥିବା ପ୍ରତିମା କେବେ ଇଣ୍ଟରନେଟ୍‌ ବ୍ୟବହାର କରିନାହାନ୍ତି କିମ୍ବା ତାଙ୍କ ପରିବାର ଲୋକ କେବେ ପେଟ୍ରୋଲ ମଧ୍ୟ କିଣି ନାହାନ୍ତି। ଫ୍ଲିପ୍‌କାର୍ଟ କ’ଣ ମଧ୍ୟ ଜାଣନ୍ତି ନାହିଁ। ଖାତାରେ ଲିଙ୍କ୍‌ ହୋଇଥିବା ମୋବାଇଲ ନମ୍ବର ମଧ୍ୟ ତାଙ୍କର ନାହିଁ। କିଏ ଏପରି କରିଛି ଜଣାପଡୁ ନ ଥିଲେ ମଧ୍ୟ ଅନ୍‌ଲାଇନ୍‌ କିଣା ସଂସ୍ଥା ଫ୍ଲିପ୍‌କାର୍ଟକୁ ଯୋଗାଯୋଗ କରି କେଉଁ ଲୋକର ଆଇଡିରୁ ଉକ୍ତ ତାରିଖରେ ଏହି ଆକାଉଣ୍ଟରୁ ଅର୍ଥ ପଇଠ କରାଯାଇଛି ଓ କାହା ନାମରେ ପାର୍ଶଲ ଆସିଛି ଖୋଜିଲେ ଠକେଇର ପର୍ଦ୍ଦାଫାଶ ହେବା ସମ୍ଭବ ବୋଲି ଆଲୋଚନା ହେଉଛି। ଏପଟେ ପ୍ରତିମା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ଦୀର୍ଘଦିନ ହେଲା ପ୍ରତିମା ପ୍ରତିଦିନ ନିଜ ଗ୍ରାମ ବଳିଘାଇରୁ ଚାଲିଚାଲି ୫ କିଲୋମିଟର ସୋରଡ଼ା ଆସୁଛନ୍ତି ସମସ୍ତଙ୍କୁ ଗୁହାରି କରି ଶେଷରେ ନିରାଶ ହୋଇ ଫେରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ପଦ ପାଇଁ ପୂଜାପାଠ

ଭୋଗରାଇ, ୨୫।୫(ଡି.ଏନ.ଏ.)-ନିର୍ବାଚନ ଫଳାଫଳ ଘୋଷଣା ପରେ ଉଭୟ ଭାଜପା ଓ ବିଜେଡିର ବିଜେତା ପ୍ରାର୍ଥୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଦଳୀୟ କର୍ମୀଙ୍କୁ ଚିନ୍ତା ଘାରିଛି। ଭାଜପା...

ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିିଲେ ୨୮୪ ପ୍ରବାସୀ

ବାରିପଦା ଅଫିସ,୨୭ା୫- ଲକ୍‌ଡାଉନ ଯୋଗୁ ତାମିଲନାଡ଼ୁରେ ଫସି ରହିଥିବା ୨୮୪ ପ୍ରବାସୀ ମଙ୍ଗଳବାର ସ୍ବତନ୍ତ୍ର ଟ୍ରେନ୍‌ରେ ମୟୂରଭଞ୍ଜ ଜିଲା ବାରିପଦାକୁ ଫେରିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରୁ...

ଲିଫ୍ଟରେ ଫସିଲେ ୩ ହବିଷିଆଳି

ପୁରୀ ଅଫିସ,୧୮ା୧୦:ବୃନ୍ଦାବତୀ ନିବାସରେ ସୋମବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ୩ଜଣ ହବିଷିଆଳି ଶ୍ରୀମନ୍ଦିରରୁ ଦାରୁଦିଅଁଙ୍କ ଦର୍ଶନ ସାରି ବୃନ୍ଦାବତୀ ନିବାସକୁ ଫେରିବାବେଳେ ଲିଫ୍ଚରେ ଫସିଯାଇଥିଲେ।...

ବିରୋଧୀଙ୍କ ହଟ୍ଟଗୋଳ ପରେ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ: ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନ ଗୁରୁବାର ପୁଣି ଥରେ ବିଧାନସଭାରେ ବିରେଧୀମାନେ ହଟ୍ଟଗୋଳ କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ଗୃହ...

ଆର୍‌ଟିଓ ଚେକିଂ ସମୟରେ ଗାଡ଼ି ଧକ୍କାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

ଡେରାବିଶ,୨୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ୫୩ ନଂ (କ) ଜାତୀୟ ରାଜପଥର ନୂଆହାଟଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ପୋଲିସ କର୍ମଚାରୀଙ୍କ...

ଦୁର୍ଘଟଣାରେ ଶିଶୁ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବାଲିଗୁଡା,୨୬ା୧୦(ଡି.ଏନ.ଏ.): ବାଲିଗୁଡ଼ା ଉପଖଣ୍ଡ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ୫ ବର୍ଷର...

ଗଞ୍ଜାମରେ ୭.୮୨ ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା...

ଚର୍ଚ୍ଚାରେ ଚିଲତଇଳା ଆଶ୍ରମ ସ୍କୁଲ: ଛାତ୍ରୀ ମୃତ୍ୟୁର ସପ୍ତାହକ ପରେ ଆଉ ଜଣେ ଅସୁସ୍ଥ

ଢେଙ୍କାନାଳ ଅଫିସ, ୧୫।୧୧- ଅନ୍ତେବାସୀଙ୍କ ବିଗୁଡୁଥିବା ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଚିଲତଇଳା ଆଶ୍ରମ ସ୍କୁଲ। ଏଠାରେ ୫ମ ଶ୍ରେଣୀରେ...

Advertisement
Archives

Model This Week