ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ମାମଲା: ୫ ଅଭିଯୁକ୍ତ ଗିରଫ: ଖଣ୍ଡା, କାତି ଓ ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଥିଲା। ସଦର ଥାନା ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମର ଦୁଇ ଭାଇ ଜି. ପ୍ରକାଶ(୨୨), ଜି. ପ୍ରଦୀପ (୨୦), ମନୋଜ ସାହୁ(୨୪), ବଳରାମ ଗୌଡ଼ (୨୦) ଓ କେ. ଭଗବାନ(୨୯)। ପୋଲିସ ସେମାନଙ୍କଠାରୁ ଘଟଣା ବେଳେ ବ୍ୟବହୃତ ଖଣ୍ଡା, କାତି ଓ ଠେଙ୍ଗା ଜବତ କରିଛି। ଅନ୍ୟପଟେ ମନୋଜଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଘଟଣା ସ୍ଥଳରେ ଦୁର୍ବୃତ୍ତମାନେ ଛାଡି ପଳାଇଥିବା ୩ ବାଇକ୍‌ ପୋଲିସ ଜବତ କରିଛି। ମାମଲା ନମ୍ବର ୨୩୬/୨୨ରେ ବୁଧବାର ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଆକ୍ରମଣରେ ଗୁରୁତର ହୋଇଥିବା ପୂର୍ବତନ ସରପଞ୍ଚ ମନୋଜ ଏବେ ସଂଜ୍ଞାହୀନ ଅବସ୍ଥାରେ ବିଶାଖାପାଟଣାରେ ଚିକିତ୍ସାଧୀନ ଅଛନ୍ତି। ମିଳିଥିବା ସୂଚନାନୁସାରେ, ମନୋଜ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସମର୍ଥନରେ ସରପଞ୍ଚ ହୋଇଥିଲେ। ଗତ ଫେବୃୟାରୀରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ତାଙ୍କର ଜଣେ ସମର୍ଥକଙ୍କୁ ସେ ସରପଞ୍ଚ ଭାବେ ଛିଡା କରାଇଥିଲେ। ସେପଟେ ତାଙ୍କ ବିପକ୍ଷରେ କେ.ବୁଲୁ ସରପଞ୍ଚ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଯାହାକୁ ନେଇ ବୁଲୁ ଗୋଷ୍ଠୀଙ୍କ ସହ ମନୋଜ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। ସୋମବାର ରାତିରେ ମସିହାଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ତଥା କାଉଖତ ଗ୍ରାମର ବାସିନ୍ଦା କେ. ବୁଲୁ ସେଠାରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ପୂର୍ବରୁ ଥିବା ମନୋଜଙ୍କ ସମର୍ଥକ ଓ କିଛି ଗ୍ରାମବାସୀ ଉତ୍ତ୍ୟକ୍ତ ହେବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ରାତ୍ର ସାଢ଼େ ଗୋଟାଏ ବେଳେ ମନୋଜ ଓ ତାଙ୍କର ଦୁଇ ସାଙ୍ଗ ଦୁର୍ଗା ପ୍ରସାଦ ଓ ଶଙ୍କର ଗୌଡ଼ ନିକଟସ୍ଥ ଏକ ପୋଖରୀରୁ ଶୌଚ ସାରି ଘରକୁ ଫେରୁଥିବା ବେଳେ ସେଠାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଛକି ରହିଥିବା ସରପଞ୍ଚ ଓ ତାଙ୍କ ସମର୍ଥକମାନେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ମନୋଜଙ୍କୁ ଖଣ୍ଡା ଓ କାତିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏଥିରେ ତାଙ୍କ ଦୁଇ ସହଯୋଗୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ଖୋଲିବ ୫ ନୂତନ କୋର୍ଟ 

ପୁରୁଷୋତ୍ତମପୁର,୬/୭(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ସିଭିଲଜଜ୍ (ସିନିୟର ଡିଭିଜନ)ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ଲାଗି ଦିର୍ଘ ଦିନ ହେଲା ଓକିଲ ସଂଘ ପକ୍ଷରୁ...

ବିଭିନ୍ନ ସ୍ଥାନରେ ଚଢାଉ କଲେ ଏସଡିପିଓ: ୨ ଗିରଫ

ପୁରୁଷୋତ୍ତମପୁର,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ପୁରୁଷୋତ୍ତମପୁର ଥାନା ନନ୍ଦିକ ଗ୍ରାମରେ ଅଚାନକ ଚଢାଉ କରିଥିଲେ। ବେଆଇନ ଭାବେ ମଦ ବିକ୍ରି କରୁଥିବା...

ସୋରଡ଼ା ଏନ୍‌ଏସି ଦଖଲ କଲା ବିଜେଡି

ସୋରଡ଼ା,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍‌ଏସି ପୌର ନିର୍ବାଚନରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ହୋଇଛନ୍ତି। ସେ ଭଜପାର ସାଧୀନ ପଣ୍ଡାଙ୍କଠାରୁ ୨୮୮ ଖଣ୍ଡ ଭୋଟ୍‌...

ବିଦେଶରେ ଚାକିରି ନାମରେ ଲକ୍ଷାଧିକ ଟଙ୍କାର ଠକେଇ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ,୨୫ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପାଟଣା ସାହିରେ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ନାମକ ଏକ ସଂସ୍ଥା ବିଭିନ୍ନ ଜିଲାର ବହୁ ଯୁବତୀ, ଯୁବକଙ୍କୁ ବିଦେଶରେ...

ବୁଗୁଡ଼ାରେ ଶଟଡାଉନ୍‌: ସହରରେ ଧରପଗଡ଼ କଡ଼ାକଡ଼ି

ବୁଗଡ଼ା,୯।୮:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସପ୍ତାହକୁ ୨ ଦିନ ଯଥା ଶନିବାର ଏବଂ ରବିବାର ଶଟଡାଉନ...

ଠକେଇ ଅଭିଯୋଗ: ୪ ଗିରଫ, ସ୍କର୍ପିଓ ଜବତ

ବ୍ରହ୍ମପୁର ଅଫିସ,୪|୮-ବୈଦ୍ୟନାଥପୁର ପୋଲିସ ୪ ଠକଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ଇଷ୍ଟ ଇଣ୍ଡିଆ-୧୮୧୮ ଲେଖା ହୋଇଥିବା ଏକ କଏନ (ମୁଦ୍ରା) ଯାହାକି ହନୁମାନ ପଇସା...

ଅସହାୟ ପରିବାରକୁ ସାହା ଜରି ପାଲ

ଜଗନ୍ନାଥପ୍ରସାଦ,୧୩।୨(ଡି.ଏନ.ଏ.)- ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି ଗଞ୍ଜାମ ଜିଲା ଗୟଗଣ୍ଡା ପଞ୍ଚାୟତ ଅନ୍ତର୍ଗତ କେ ଗୁଣ୍ଡୁରୀବାଡ଼ି ବାବୁଲା ମହାରଣାଙ୍କ ପରିବାର। ଭାଗ୍ୟକୁ ଆଦରି...

ଲକ୍‌ଡାଉନ ଉଠିବା ପରେ ବାହାର ରାଜ୍ୟରୁ ଫେରିବେ ଲୋକେ: ନାମ ପଞ୍ଜିକରଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି

ଛତ୍ରପୁର, ୨୧।୪( ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାର ବହୁ ଲୋକ ଓଡ଼ିଶା ବାହାରେ ଅଛନ୍ତି। ମେ’ ୩ ତାରିଖ ପରେ ଲକ୍‌ଡାଉନ ଉଠିବା ପରେ ସେମାନେ ଗଞ୍ଜାମ...

Advertisement
Archives

Model This Week