ବେଆଇନ୍‌ ଚିକିତ୍ସାଳୟ ଚିହ୍ନଟ ପାଇଁ ନିର୍ଦ୍ଦେଶ

ଛତ୍ରପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଅନେକ ବେଆଇନ ଚିକିତ୍ସାଳୟ ଥିବା ଜିଲା ପ୍ରଶାସନର ନଜରକୁ ଆସିଛି। କେତେକ ଚିକିତ୍ସାଳୟରେ ଭ୍ରୁଣ ନିରୂପଣ କରି ଗର୍ଭପାତ ଭଳି ଜଘନ୍ୟ କାର୍ଯ୍ୟ କରାଯାଉଥିବା ମଧ୍ୟ ଜଣାପଡ଼ିଛି। ଅନେକ ଗୁଡିଏ ଚିକିତ୍ସାଳୟ ଗୋଟିଏ ପ୍ରକାର ସେବା ନିମନ୍ତେ ଲାଇସେନ୍ସ ଗ୍ରହଣ କରି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ରୋଗ ନିରୂପଣ କେନ୍ଦ୍ରଗୁଡ଼ିକରେ ଧାର୍ଯ୍ୟ ମୂଲ୍ୟ ଠାରୁ ଜୋର ଜବରଦସ୍ତ ଅଧିକ ଅର୍ଥ ଆଦାୟ କରାଯାଉଛି। ଅନେକ କ୍ଷେତ୍ରରେ ଦେଖାଯାଉଛି, ନୂତନ ମେଶିନ୍‌ ବଦଳରେ ବହୁ ପୁରୁଣା ମେଶିନର ବ୍ୟବହାର ହେଉଛି। ଏଭଳି ସମସ୍ତ କ୍ଷେତ୍ରକୁ ଆଧାର କରି ଚଢାଉ ଏବଂ ଯାଞ୍ଚ କାର୍ଯ୍ୟକୁ ଜୋରଦାର୍‌ କରାଯିବ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଗର୍ଭଧାରଣ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ଆଇନ୍‌ର ଜିଲା ଉପଦେଷ୍ଟା କମିଟି ବୈଠକରେ ଜିଲାପାଲ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏପରି କି ଯେ କେହି ବି କନ୍ୟା ଭ୍ରୁଣ ହତ୍ୟା ଖବର ପାଉଛନ୍ତି ଶୁଳ୍କବିହୀନ ନମ୍ବର ୨୬୩୮୦୦କୁ ଫୋନ୍‌ କରି ଜଣାଇବାକୁ କୁହାଯାଇଛି। ଫୋନ୍‌ କରି ଜଣାଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ। ତେଣୁ ନିର୍ଭୟରେ ଫୋନ୍‌ କରି ଜିଲା ପ୍ରଶାସନକୁ ଅବଗତ କରାଇବା ପାଇଁ ଜିଲାପାଳଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକ ପରେ ପହଞ୍ଚିଲା ବିବାହ ଉପହାର ଟଙ୍କା

ଟିକ୍ରାପଡା,୩ା୫(ଡି.ଏନ.ଏ.) ଡାକ ଯୋଗେ ପଠାଯାଇଥିବା ମନିଅର୍ଡର ଟଙ୍କା ପଠାଇବାର ବର୍ଷକ ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ସୁବର୍ଣ୍ଣପୁର ଜିଲା ତରଭା...

କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା, ଅନଶନରେ ବସିଲେ ସ୍ବେଚ୍ଛାସେବୀ

ବରଗଡ ଅଫିସ,୧୭।୫- ବରଗଡ ଜିଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଛି। ଏଠାରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଅନ୍ୟପଟେ ଜିଲାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥିତ...

ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ...

ଗାଁରେ ପଶିଲା ନାଳପାଣି: ୨ ଦିନ ହେଲା ଲୋକେ ଜଳବନ୍ଦୀ

ଦିଗପହଣ୍ଡି,୧୪।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରିରହିଛି । ବର୍ଷା ପ୍ରଭାବରେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁ ବୋଇରାଣୀ ନାଳର ବଢ଼ିପାଣି...

ସାଟେଲାଇଟ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ ମିଳୁନି

ଭଞ୍ଜନଗର,୨୮।୯(ଡି.ଏନ.ଏ): ଗତବର୍ଷ ରାଜ୍ୟ ସରକାର ଯେଉଁ ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରୀଛାତ୍ର ଅଛନ୍ତି ଏବଂ ଏକ କି.ମି. ମଧ୍ୟରେ ଦୁଇଟି ସ୍କୁଲ ଥିଲେ ଗୋଟିଏକୁ ବନ୍ଦ...

ନିମ୍ନମାନର ରାସ୍ତା କାମ ଅଭିଯୋଗ

ଖଡ଼ିଆଳ,୧୦।୪(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ପଞ୍ଚାୟତ କୁଶମାଲ ଗ୍ରାମ ମାଲିମୁଢ଼ିଆ ପଡାକୁ ହେଉଥିବା ରାସ୍ତା କାର୍ଯ୍ୟ ବିନା ସୂଚନା ଫଳକରେ...

କୂଳ ଖାଉଛି ଦୁଇମୁହାଣୀ

କୁଆମରା,୧୧।୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହ୍ଲୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ...

ପ୍ରତାରଣା କରିଚାଲିଛି ଧାମରା ବନ୍ଦର କମ୍ପାନୀ

ଚାନ୍ଦବାଲି,୪।୬(ଡି.ଏନ.ଏ.) ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଦିଆଯାଇଥିବା...

Advertisement
Archives

Model This Week