ଗଞ୍ଜାମ

ପଟ୍ଟା ବଣ୍ଟନ ମେଳା: ୨୭୫୩ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ

ପୁରୁଷୋତ୍ତମପୁର,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମକଣ୍ଠ ପରମ୍ବୋକ ପଟ୍ଟା ବଣ୍ଟନ ମେଳା ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ଏମ୍‌ପି ପ୍ରମିଳା ବିଷୋୟୀ ଯୋଗ ଦେଇଥିବା ବେଳେ…

ବ୍ୟାଙ୍କକ୍‌ରେ ଚମକିଲେ ଓଡ଼ିଆ ଝିଅ ସଂଯୁକ୍ତା

ବେଗୁନିଆପଡ଼ା,୧୦।୪(ଡି.ଏନ.ଏ): ଓଡ଼ିଶୀ ନୃତ୍ୟରେ ସଫଳତା ଅର୍ଜନ କଲେ କେ ବରିଡା ଗ୍ରାମର ସଂଯୁକ୍ତା ରାଉତରାୟ। ଭାରତ ସଂସ୍କୃତି ମହୋତ୍ସବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡା ଆଶିଷ ବେହେରାଙ୍କ ସ୍ତ୍ରୀ ହେଉଛନ୍ତି…

ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ଧାରଣା

ଛତ୍ରପୁର,୧୦।୪(ଡି.ଏନ୍‌.ଏ.): ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ନିଷ୍ପତ୍ତିକ୍ରମେ ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ବାନକ୍ରମେ ଦେଶର ସମସ୍ତ ଜିଲାରେ ଧାରଣା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀ…

ବିମଳ କୁମାର ପଣ୍ଡା ଗଞ୍ଜାମ ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ

ଛତ୍ରପୁର,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ହୋଇଛନ୍ତି ବିମଳ କୁମାର ପଣ୍ଡା । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାର…

୧୦୫କେଜି ଗଞ୍ଜେଇ ଜବତ: ବନ୍ଧାହେଲେ ୭ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୦।୪: ଗଜପତି ଜିଲା ମୋହନା ଅଞ୍ଚଳରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ କରୁଥିବା ଏକ ର଼୍ୟାକେଟ୍‌କୁ ଅବକାରୀ ଟିମ୍‌ ଧରିବାରେ ସଫଳ ହୋଇଛି। ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୋଇନ୍ଦା ବିଭାଗକୁ ଖବର ମିଳିଥିଲା। ଏନେଇ ଅବକାରୀ ଡେପୁଟି…

ଗଞ୍ଜାମକୁ ମିଳିବ ୧୦ କୋଟି

ଛତ୍ରପୁର/ଭଞ୍ଜନଗର,୧୦।୪(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନମାନଙ୍କ ଦ୍ୱାରା କରାଯାଉଥିବା ଉତ୍ତମ କାର୍ଯ୍ୟକୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବା ସକାଶେ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଯୋଜନା…

ସହାୟତା ଅପେକ୍ଷାରେ ପକ୍ଷାଘାତ ପୀଡ଼ିତ ଦମ୍ପତି

ପୋଲସରା,୧୦ା୪: ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଉଛନ୍ତି ମଦନଙ୍କ ପରିବାର। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡ ବାଲିଘାଇ ଗ୍ରାମରେ ବସବାସ…

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ୍‌ରୋମିଓ ଗିରଫ

ହିଞ୍ଜିଳିକାଟୁ,୯।୪(ଡି.ଏନ୍‌.ଏ): ଜଣେ କଲେଜ ଛାତ୍ରୀଙ୍କୁ ପିଛାକରି ଅଶ୍ଳୀଳ ଇଙ୍ଗିତ ଏବଂ କମେଣ୍ଟ ମାରିବା ଅଭିଯୋଗରେ ରବିବାର ହିଞ୍ଜିଳି ପୋଲିସ ଜଣେ ରୋଡ୍‌ରୋମିଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ହିଞ୍ଜିଳି ତାରାତାରିଣୀ ରୋଡ୍‌ର ଆକାଶ ଜେନା। ପୂର୍ବରୁ ଏହି…

୧୭ ଶହ ୪୦ ଲିଟର ସ୍ପିରିଟ ଜବତ: ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ, ୯।୪: ଅବକାରୀ ଗୁଇନ୍ଦା ଟିମ୍‌ ରବିବାର ଦୁଇଟି ସ୍ଥାନରେ ଚଢାଉ କରି ୧୭୪୦ ଲିଟର ବେଆଇନ ସ୍ପିରିଟ ଜବତ କରିଛି। ଅନ୍ୟପକ୍ଷେ ୨ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ…

ଗଞ୍ଜାମର ୧୦୬୫୩ ଚାଷୀ ଧାନ ବିକି ପାରିଲେନି

ଛତ୍ରପୁର,୯ା୪(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଚଳିତ ବର୍ଷ ୧୦ ହଜାର ୬୫୩ ଜଣ ପଞ୍ଜୀକୃତ ଚାଷୀ ଧାନ ବିକିବାରୁ ବଞ୍ଚତ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖରେ ଗଞ୍ଜାମ ଜିଲାରେ ଧାନ କିଣା ପ୍ରକ୍ରିୟା ସରିଛି। କିନ୍ତୁ ଧାନ କିଣା ଲକ୍ଷ୍ୟ ପୂରଣ କରିବାରେ…

ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଗୋଷ୍ଠୀସଂଘର୍ଷ

ଭଞ୍ଜନଗର,୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଭେଜିପୁଟରେ ପଞ୍ଚୁଦଣ୍ଡ ଯାତ୍ରା ହେଉଥିବା ବେଳେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପ୍ରକାଶ ଯେ, ଭେଜିପୁଟରେ ଶୁକ୍ରବାର ପଞ୍ଚୁଦଣ୍ଡ ଯାତ୍ରା ହେଉଥିଲା। ଉକ୍ତ…

ତାରସିଂ ରେଞ୍ଜରେ ଦନ୍ତା ଆତଙ୍କ, ଲୋକେ ଭୟଭୀତ

ଭଞ୍ଜନଗର,୯ା୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ରେଞ୍ଜରେ ଗୋଟିଏ ଦନ୍ତା ହାତୀ ଆଜକୁ ପ୍ରାୟ ୧୫ଦିନ ହେବ ଆତଙ୍କ ଚଳାଇଛି। ବିଳମ୍ବିତ ରାତି ହେଲେ ଜଙ୍ଗଲରୁ ବାହାରି ନିକଟବର୍ତ୍ତି ଗ୍ରାମଗୁଡ଼ିକରେ ପଶି ଘରର କବାଟ ବାଡ଼େଇ ଭାଙ୍ଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri